ଗାଇଶିମା ଦେଉଲ ବନ୍ଧ ଠାରେ ଏନଡିଆରଏଫର ମୋକ ଡ୍ରିଲ...
ବରଗଡ,୧୧/୧୨ : କଟକ ସ୍ଥିତ ୩୯ ବାଟାଲିୟନ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନ୍ ଡିଆର୍ ଏଫ୍ ), ମୁଣ୍ଡଳି ଅନୁକୁଲ୍ୟରେ ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇଶିମା ଦେଉଲ ବନ୍ଧ ଠାରେ ସାଧାରଣ ଲୋକ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବିଡିଓ, ତହସିଲଦାରଙ୍କୁ ନେଇ ପ୍ରକୃତିକ ବିପର୍ଯ୍ୟୟ ମୁକାବିଲାର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।
Ad..
ମୋକ ଡ୍ରିଲରେ ଏନ୍ ଡିଆର୍ ଏଫ୍ ଆସିଷ୍ଟାନ୍ଟ କମାଣ୍ଡାନ୍ଟ ଶ୍ରୀ ବି.କେ. ସାହୁଙ୍କ ତତ୍ଵାବଧାନରେ ଦେଉଳ ବନ୍ଧ ଠାରେ ଟୀମ କମାଣ୍ଡର ନିତେଶ କୁମାର ବାଟାଲିୟନର ଉଦ୍ଧାରକାରି ଦଳ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ମାନଙ୍କୁ ବନ୍ୟା, ବାତ୍ୟା ସମୟରେ କିପରି ଭାବେ ଏନଡିଆରଏଫ କାର୍ଯ୍ୟ କରିଥାଏ ତାହାର ଏ ପ୍ରୟୋଗ ପ୍ରଦର୍ଶନ କରିଥିଲେ।
Ad..
ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଜଣେ ସାଧାରଣ ନାଗରିକ କିଭଳି କାର୍ଯ୍ୟ କାର୍ଯ୍ୟକରିବା ଦରକାର ସେସବୁ ପ୍ରଦର୍ଶନ କରି ସାଧାରଣ ଉପକରଣରୁ କିଭଳି ରେସକ୍ୟୁ ମେଟେରିଆଲ ତିଆରି କରିହୁଏ ତାହା ପ୍ରଦର୍ଶିତ କରି ବିପର୍ଯୟର ମୁକାବିଲା , ଉଦ୍ଧାର ଓ ଥଇଥାନ ସମ୍ପର୍କରେ ବିଭିନ୍ନ ପ୍ରକାର କୌଶଳ ଓ ମକଡ୍ରିଲ ପ୍ରଦର୍ଶନ କରି ଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ରଙ୍କ ସମେତ, କାର୍ଯ୍ୟକ୍ରମ ଜିଲ୍ଲା ଜରୁରୀକାଳୀନ ବିଭାଗ ଡେପୁଟି କଲେକ୍ଟର ଶ୍ରୀ ମୁକ୍ତେଶ୍ଵର ପାଣିଗ୍ରାହୀ ଏବଂ ସମସ୍ତ କର୍ମଚାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ, ତହସିଲଦାର ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ।
Report : Bijay ku sahu
Edited by k.s thakur...



