୨୩ଟି ଶିଳ୍ପ ସଂସ୍ଥା ଉପରେ ରହିଛି ୧୦୯୬ କୋଟି ଟଙ୍କାର ବକେୟା ବିଲ୍...
ଭୁବନେଶ୍ବର,୧୧/୧୨ : ରାଜ୍ୟର ୨୩ଟି ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବକେୟା ବିଜୁଳି ବିଲ୍। ଏହି ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି। ୧୦ ବର୍ଷ ମଧ୍ୟରେ ୧୪ଟି ଶିଳ୍ପ ସଂସ୍ଥାକୁ ୪୦୯୭ କୋଟି ବକେୟା ବିଲ୍ ଛାଡ଼ କରାଯାଇଛି। ଜିନ୍ଦଲ ୨୮୫ କୋଟି ଟଙ୍କା ବାକି ରଖିଥିବା ବେଳେ ଭିସା ଷ୍ଟିଲ ଯାଜପୁରର ୨୪୬ କୋଟି, ଜିଏମ ଆର କମଳାଙ୍ଗ ଏନର୍ଜି ୧୭୯ କୋଟି ଟଙ୍କା, ମାଇଥାନ ଇସ୍ପାତ ନିଗମ ଲିମିଟେଡ଼ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି। ଶୀତକାଳୀନ ବିଧାନସଭାର ବୁଧବାର ଦିନ ଗୃହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହା ଲିଖିତ ଉତ୍ତରରେ କହିଛନ୍ତି।
Ad..
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ବେଦାନ୍ତ ଲିମିଟେଡ଼କୁ ୩୫୯୯ କୋଟି ଟଙ୍କାର ବିକେୟା ବିଜୁଳି ବିଲ୍ ଛାଡ଼ କରାଯାଇଛି। ଜିନ୍ଦଲ ଷ୍ଟିଲ୍କୁ ୧୦୩ କୋଟି ଟଙ୍କା ଓ ଜେକେ ପେପର ମିଲ୍କୁ ମଧ୍ୟ ୨୬ କୋଟି ଟଙ୍କାର ବକେୟା ବିଲ୍ ଛାଡ଼ କରାଯାଇଛି।
Ad..
ଗୃହରେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ବାରା ଅଣାଯାଇଥିବା ୱାଲଟିୟର ଡିଭିଜନ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଓଡ଼ିଶାର ଗୋଟେ ଇଞ୍ଚ ମଧ୍ୟ ଅଲଗା ରାଜ୍ୟକୁ ଯିବ ନାହିଁ। ପୂର୍ବତଟ ରେଳପଥ ତିନୋଟି ଡିଭିଜନ ଅଛି। ଆଗକୁ ମଧ୍ୟ ଏହା ତିନୋଟି ଡିଭିଜନ ହୋଇ ଚାଲିବ। ୟୁପିଏ ସରକାର ସର୍ଦନ ଡିଭିଜନ କରିବାକୁ ଚାହୁଁଥିଲେ। ସେତେବେଳେ ଆପଣଙ୍କ ବିଜେଡି ସାଂସଦମାନେ କଣ କରୁଥିଲେ?
ଗୃହରେ ଆଠଗଡ଼ରୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରେ ପୂର୍ବତଟ ରେଳପଥ ହୋଇଥିଲା। ଆମକୁ ଲଜ୍ଜା ଲାଗୁଚି, ଆମେ ରେଳମନ୍ତ୍ରୀଙ୍କୁ ଭୋଟ ଦେଇ ଦିଲ୍ଲୀ ପଠାଇଛୁ। ଆମେ ଜାଣିଛୁ ତାଙ୍କର ଓଡ଼ିଶା ପ୍ରୀତି ନାହିଁ। ୱାଲଟିଅର ଡିଭିଜନକୁ ଯଦି ସାଉଥ ସେଣ୍ଟ୍ରାଲ ରେଲୱେ, ବିଶାଖାପାଟଣା ସହିତ ମିଶାଇ ଦିଆଯାଏ, ତେବେ ଓଡ଼ିଶାର ୨୦ ହଜାର କୋଟି ଟଙ୍କାର ରାଜସ୍ବ ହାନୀ ହେବ।
Edited by k.s thakur...
Tags:
23 companies
assembly session
Bhubaneswar
deputy cm Odisha
latest news
latest update
Odisha
odisha daily current affairs
pending bill



