ଦେଓଗାଁ ରେଳ ଷ୍ଟେସନ ହତ୍ୟାକାଣ୍ଡ: ଦୁଇ ଜଣ ଗିରଫ...
ଦେଓଗାଁ,୧୧/୧୨ : ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଦେଓଗାଁ ରେଳ ଷ୍ଟେସନ ନିକଟରେ ଘଟିଥିବା ହତ୍ୟାକାଣ୍ଡରେ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଦେଓଗାଁ ପୁଲିସ। ହତ୍ୟାକାରୀ କେମିତି ଭାବରେ ହତ୍ୟା କରିଥିଲେ ସେନେଇ ସିନ୍ ରିକ୍ରିଏସନ୍ କରାଯାଇଛି। ହତ୍ୟାରେ ବ୍ୟବହୃତ ପଥର ସହ ଅନ୍ୟ ସାମଗ୍ରୀକୁ ମଧ୍ୟ ଜବତ କରିଛି ପୁଲିସ।
Ad..
ସୂଚନା ଅନୁସାରେ ସାମାନ୍ୟ ବଚସାରୁ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ମଙ୍ଗଳବାର ଦେଓଗାଁ ରେଳ ଷ୍ଟେସନ ନିକଟରୁ ଏକ ମୁଣ୍ଡ ବିହୀନ ମୃତଦେହକୁ ଜବତ କରିଥିଲା ଦେଓଗାଁ ପୁଲିସ।
Ad..
ମିଳିଥିବା ମୃତଦେହଟି ତୁଷୁରା ଥାନା ସିନ୍ଦିରାବାହାଳି ଗାଁର ବୁଲୁ ବାଗଙ୍କ ବୋଲି ଚିହ୍ନଟ ହୋଇଥିଲା। ଏନେଇ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।
Edited by k.s thakur...
Tags:
deogan
latest news
latest update
murder case
odisha daily current affairs
police investigation
two arrested



