ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ର ବାଣିଜ୍ୟ ମେଳା ଉଦଘାଟିତ...

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ର ବାଣିଜ୍ୟ ମେଳା ଉଦଘାଟିତ...


ପଦ୍ମପୁର,୧୦/୧୨ : ପଦ୍ମପୁର ସ୍ଥାନୀୟ ଟାଉନ କ୍ଳବ ଆନୁକୂଲ୍ୟରେ ଆୟୋଜିତ ଚତୁର୍ଥ ପଦ୍ମପୁର ଲୋକମାହୋତ୍ସବ ଆସନ୍ତା ତା. 18.12.2024 ରିଖ ରୁ ସାଂସ୍କୃତିକ ପର୍ବ ଆରମ୍ଭ ହେବାକୁ ଯାଉଥିବା ବେଳେ, ଆଜି ସ୍ଥାନୀୟ ଅଶୋକ ଖେଳ ପଡ଼ିଆ ଠାରେ ବାଣିଜ୍ୟ ମେଳା ଉଦଘାଟିତ ହୋଇଯାଇଛି। 

              Ad..


ଏହି ବାଣିଜ୍ୟ ମେଳା ରେ ରାଜ୍ୟ ତଥା ରାଜ୍ୟ ବାହାରୁ ଘରୋପକରଣ, ସାଜ ସଜ୍ୟା, ମସଲା, କପଡା ଆଦି ବୋହୁ ପ୍ରକାର ର ଦୋକାନ ବ୍ୟବସାୟୀ ଆସିଥିବା ବେଳେ ଖାଦ୍ୟ ପେୟ ପାଇଁ ମଧ୍ୟ ବିଭିର୍ନ ପ୍ରକାର ର ସର୍ବମୋଟ 140 ଟି ଷ୍ଟଲ ସହ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ମିନବଜାର ମଧ୍ୟ ଲାଗିଥିବା ଆୟୋଜକ କମିଟି ତରଫରୁ ସୂଚନା ଦିଆଯାଇଛି। 

     Ad..


ତେବେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଓ ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ଦେବାଶିଷ ସିନ୍ହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବାଣିଜ୍ୟ ମେଳା ଉଦଘାଟନ କରିଥିଲେ। ତେବେ ଏହି ପାରି ମେଳା ବ୍ୟବସାୟ ର ଆଦାନ ପ୍ରଦାନ ସହ ବ୍ୟବସାୟୀଙ୍କୁ ମଧ୍ୟ ନୂତନ ସୁଯୋଗ ପାଇଁ ଏକ ଖୁବ ସୁନ୍ଦର ପ୍ରୟାସ ବୋଲି କହିଥିଲେ। 

ତେବେ ଏହି ପର୍ବରେ ମହୋତ୍ସବ କମିଟି ର ଆବାହକ ଅଶୋକ କୁମାର ମିଶ୍ର, ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ ଙ୍କ ସହ, ନରେଶ ସୁନ୍ଦର ସାହୁ, ଦିନେଶ ବାରିକ, ଅଖିଳ ପଟ୍ଟନାୟକ, ସୁରେଶ ସାହୁ, ପ୍ରତାପ ନାଥ, ଜ୍ୟୋତ୍ସ୍ନା କର, ସୁରଜ ଭୋଇ, ଆଦେଶ କୁମାର ସାହୁ, ଆଲୋକ ଯୋଶୀ, ବିନୀତ ପାତ୍ର, ଆୟୁଷ ଯୋଶୀ, ଓମ ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। ତେବେ ଲୋକେ ବୋହୁ ସଂଖ୍ୟାରେ ଆସନ୍ତୁ ଏବଂ ବାଣିଜ୍ୟ ମେଳା ଓ ମିନବଜାର କୁ ଉପଭୋଗ କରନ୍ତୁ ବୋଲି ଆୟୋଜକ କମିଟି ତରଫରୁ ଜନସାଧାରଣ ଙ୍କୁ ନିମନ୍ତ୍ରଣ କରାଯାଇଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post