ପଞ୍ଚାୟତ ମହାବିଦ୍ୟାଳୟରେ ଜାତୀୟ ମାନବାଧିକାର ଦିବସ ପାଳିତ...

ପଞ୍ଚାୟତ ମହାବିଦ୍ୟାଳୟରେ ଜାତୀୟ ମାନବାଧିକାର ଦିବସ ପାଳିତ...


(ମଣିଷକୁ ମଣିଷ ପରି ବ୍ୟବହାର ପ୍ରଦର୍ଶନ କରିବା ହିଁ ମାନବିକତା)

ବରଗଡ଼,୧୦/୧୨ : ମଣିଷକୁ ମଣିଷ ଭଳି ବ୍ୟବହାର ପ୍ରଦର୍ଶନ କରିବା ହିଁ ମାନବିକତା । ମାନବିକତା ହିଁ ପୃଥିବୀର ସର୍ବଶ୍ରେଷ୍ଠ ଧର୍ମ । ମାନବିକତା ବିହୀନ ଲେଖା ଉଚ୍ଚାଙ୍ଗ ସୃଜନ କଳାର ପରିପନ୍ଥୀ । ଅସ୍ପୃଶ୍ୟତା, ସାଂପ୍ରଦାୟିକତା, ଆର୍ଥନୀତିକ ଅସମାନତା ବିଭିନ୍ନ କ୍ଷେତ୍ରରେ ମାନବିକତାକୁ କ୍ଷୁର୍ଣ୍ଣ କରିଥାଏ।

Ad..


 
ଅଧୁନା ନାରୀ ହିଂସା ଓ ଅଧିକାର ସର୍ବୋପରି ସେମାନଙ୍କୁ ସଶକ୍ତିକରଣ କରିବା ନାମରେ ଯେତେ ବିତର୍କ ଓ ସମାରୋହ ଆୟୋଜନ କରାଯାଉଥିଲେ ହେଁ ମାନବିକତା ବିଚାର ପ୍ରେକ୍ଷାପଟ୍ଟରେ  ଆଲୋଚନା କଲେ ଜଣାଯାଏ ଯେ ପୁରୁଷ ପ୍ରଧାନ ସମାଜରେ ନାରୀମାନଙ୍କୁ ଅପେକ୍ଷାକୃତ ଅଧିକାର ମିଳିପାରି ନାହିଁ। 

    Ad..


ଜାତି, ଧର୍ମ ,ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ଆତ୍ମ ସମ୍ମାନ ସହିତ ସ୍ବାଧୀନ ଭାବରେ ବଞ୍ଚିବାର ଅଧିକାର ସମସ୍ତଙ୍କର ରହିଛି। ରାଷ୍ଟ୍ର ଆମକୁ ଏହି ସୁରକ୍ଷା ପ୍ରଦାନ କରିଥାଏ। ତେବେ କ୍ଷମତା, ଅର୍ଥ, ପ୍ରତିପତ୍ତି, ଅନ୍ଧବିଶ୍ୱାସ, କୁସଂସ୍କାର, ବର୍ଗ ଓ ଅବିଚାର ମାନବିକ ଅଧିକାରକୁ ଦ୍ୱାହି ଦେଉଥିବା ଅନେକ ଦୃଷ୍ଟାନ୍ତ ରହିଆସିଛି ସମାଜରେ। 

ଏଣୁ ବସୁଦେବ କୁଟୁମ୍ବ କମ୍ ଭାବନାରେ ସର୍ବମଙ୍ଗଳ କାମନା ସାଂପ୍ରତିକ ସ୍ଥିତିରେ  ସମସ୍ତଙ୍କ ପାଇଁ ଏକ ବୃହତ୍ ଆହ୍ୱାନ୍ ବୋଲି ମତ ପ୍ରକାଶ ପାଇଛି ଜାତୀୟ ମାନବାଧିକାର ଦିବସରେ। ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ପାଳିତ ଏହି ଦିବସରେ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ନକୁଳ ସେଠ୍  ସଭାପତିତ୍ବରେ  କରିଥିଲେ । ସମବେତ କଣ୍ଠରେ ଜାତୀୟ ସଂଗୀତ ଗାନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। 

ମୁଖ୍ୟ ଅତିଥି ତଥା ମୁଖ୍ୟବକ୍ତା ଭାବେ ଭେଡେନ ବ୍ଳକ୍ ର ମନୋହର ସାଂସ୍କୃତିକ ସଂସଦର ସଭାପତି, ରାଜନେତା, ଶିକ୍ଷକ ,କୃଷକ ଓ ସାମାଜିକ ସଂଗଠନର ସକ୍ରୀୟ ସଦସ୍ୟ ତଥା ସାମାଜିକ କର୍ମୀ ଶ୍ରୀ ଉତ୍ପନ୍ନ ଭୋଇ ଯୋଗଦେଇଥିଲେ। ଅନ୍ୟାନ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ପ୍ରଶାସନିକ ମୁଖ୍ୟ ପ୍ରଫେସର ଡକ୍ଟର ଉମେଶ ଚନ୍ଦ୍ର ମହାପାତ୍ର, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ସୁବଳ ମେହେର ଓ ସହକାରୀ ପ୍ରଫେସର ବିଜୟ ନାଗ ମଞ୍ଚାସୀନ ଥିଲେ।  

ସହକାରୀ ପ୍ରଫେସର ଶ୍ରୀ ନାଗ ସଭା ଆୟୋଜନର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲାବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରଫେସର ମେହେର। ଅଧ୍ୟକ୍ଷ ଓ ପ୍ରଶାସନିକ ମୁଖ୍ୟ ନିଜ ନିଜର ବକ୍ତବ୍ୟ ରଖି ସୁସ୍ଥ ସମାଜ ଓ ରାଷ୍ଟ୍ର ଗଠନରେ ଶ୍ରୀ ଭୋଇଙ୍କ ଅଭିଭାଷଣ ପ୍ରେରଣାଦାୟୀ ହେବ ବୋଲି ମତବ୍ୟକ୍ତ କରିଥିଲେ। ଅଧ୍ୟାପିକା ମମତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଧନ୍ୟବାଦ୍ ପ୍ରଦାନ କରିଥିଲେ ପ୍ରଫେସର ଡକ୍ଟର ଉମେଶ ଚନ୍ଦ୍ର ମହାପାତ୍ର। 

ଏହି ପରିପ୍ରେକ୍ଷୀରେ  ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ମାନବାଧିକାର ବିଷୟବସ୍ତୁ ଆଧାରିତ ଏକାଙ୍କିକା 'ନାରୀ ଅଧିକାର' ଓ 'ଆମ ବିଚାର' ପରିବେଷିତ ହୋଇଥିଲା। ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ଓ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post