ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୂଲବାରର ଶତବାର୍ଷିକୀ ଉତ୍ସବ ଉଦଯାପିତ...

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୂଲବାରର ଶତବାର୍ଷିକୀ ଉତ୍ସବ ଉଦଯାପିତ...


ବରଗଡ଼,୨୩/୧୨ : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୂଲବାରର  ଶତବାର୍ଷିକୀ ଉତ୍ସବ ମହା ଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି। 

             Ad..


ଏହି ଉଦଯାପନୀ ସମାରୋହରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ରାଇଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ଈଶ୍ୱର ଚନ୍ଦ୍ର ସାହୁ, ସରପଞ୍ଚ ତରଣୀ କୁମୁରା, ସମିତି ସଭ୍ୟ ଚୂଡ଼ାମଣି ଭୁଏ, ସି ଆରସି ସି ଜୟରାଜ ନାଏକ,ଚୂଡ଼ାମଣି ସାହୁ...

     Ad..


ଶିକ୍ଷକ କୀର୍ତ୍ତିଚନ୍ଦ୍ର ପଣ୍ଡା,  ଡଃ ସୁନୀଳ ଆଚାର୍ଯ୍ୟ,ବିଜେପିର ମଣ୍ଡଳ ସଭାପତି ଅଚ୍ୟୁତ ବୁଧିଆ,ବିଜେପିର କାର୍ଯ୍ୟକାରୀ ସଭ୍ୟ ଅକ୍ଷୟ ନାଏକ ଯୋଗଦେଇଥିବା ବେଳେ ସଂସଦ ସାହୁ ଓ ସୁଧୀର ବଢେଇ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଏବଂ ଚୂଡ଼ାମଣି ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

ଦ୍ବିତୀୟ ଅଧିବେଶନରେ ଅନୁଷ୍ଠିତ ବୈଠକରେ ବରଗଡ଼ର ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧକାନ୍ତ ଛତ୍ରୀ, ବ୍ଲକ ଶିକ୍ଷା ଅଧିକାରୀ ସରୋଜ ଭୁଏ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ,ପ୍ରଧାନ ଶିକ୍ଷକ କୈଳାସ ଭୁଏ,ଜିଲ୍ଲା ପରିଷଦ ସଭ୍ୟ ଈଶ୍ୱର ଚନ୍ଦ୍ର ସାହୁ, ସରପଞ୍ଚ ତରଣୀ କୁମୁରା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଉମେଶ ସାହୁ,ସମିତି ସଭ୍ୟ ଚୂଡ଼ାମଣି ଭୁଏ,ସି ଆର ସିସି ଜୟରାଜ ନାଏକ ଯୋଗ ଦେଇଥିଲେ। 

ଶିକ୍ଷକ ଜୀବର୍ଦ୍ଧନ ଭୋଇ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଶିକ୍ଷକ ସୁଧୀର ବଢେଇ ଧନ୍ୟବାଦ ଅର୍ପଣ କରିଥିଲେ।ଶତବାର୍ଷିକୀ ଉତ୍ସବ ପାଳନର ବିଭିନ୍ନ କାର୍ଯ୍ୟକ୍ରମରେ କମିଟିର ଉଚ୍ଛବ ଭୁଏ, ମହେନ୍ଦ୍ର ଭୁଏ, ନିରାକାର ଭୁଏ, ଚୂଡାମଣି ଭୁଏ, ଖତୁ ବିଶ୍ବାଳ, ପ୍ରଦୀପ ଲୁହା, ଶ୍ରୀକାନ୍ତ ସାହୁ,ଯାଦବ ସାହୁ, ସୁଶୀଳ ବଢେଇ, ମୀନକେତନ ମେହେର, ଧରମବୀର ରଥ, ଗୋପେନ୍ ରଥ, ଅଜିତ ନନ୍ଦ, ସଂଜୀବ ଗୁରୁ,ବନମାଳୀ ପଣ୍ଡା,ରବି ସାହୁ,ସୁମନ୍ତ ସାହୁ, ହୃଦାନନ୍ଦ ସାହୁ,ନୈମିଶ ବେହେରା,ଗୁରୁଦେବ ଭୁଏ, ଧନପତି ବୁଡେକ, ସୁନୀଲ ସାହୁ, ସୁଦୀପ୍ତ ସାହୁ, ବିନୋଦ ସାହୁ, ଦେବେନ ସାହୁ, ବିଭୂତି ସାହୁ, ରୋହିତ ସାହୁ, କମଳା ପଣ୍ଡା, ପିଣ୍ଟୁ ସାହୁ, ଦିଲ୍ଲୀପ ବଢେଇ, ରାଜେଶ ବଢେଇ, ଅଶ୍ଵିନୀ ସାହୁ, ତରଣୀ ସାହୁଙ୍କ ସମେତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ତଥା ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post