୨୮ ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ...
ବରଗଡ଼,୨୬/୧୨ : ଆଜକୁ ୨୭ ବର୍ଷ ତଳେ ଓଡ଼ିଶା ର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ନାମରେ ନାମିତ ବିଜୁ ଜନତା ଦଳ ଗଠିତ ହୋଇ ରାଜ୍ୟ ବିକାଶ ର ମୂଳ ଦୁଆ ପଡ଼ିଥିଲା ।ଆଜି ବିଜେଡ଼ି ୨୮ତମ ପ୍ରତିଷ୍ଠା ଦିବସ ମହା ସମାରୋହ ରେ ପାଳିତ ହୋଇ ଯାଇଛି।
Ad..
ବରଗଡ଼ ବିଜୁ ଜନତା ଦଳ ଆନୁକୁଲ୍ୟରେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ବିଜେଡି ନେତ୍ରୁ ମଣ୍ଡଳୀ ଓ ଦଳୀୟ କର୍ମୀ ଏକ ଶୋଭାଯାତ୍ରା ରେ ବାହାରି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
Ad..
ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ପ୍ରତ୍ୟକ୍ଷ ନେତୃତ୍ବ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ କୁ ଟାଉନ ବିଜେଡି ସଭାପତି କିଶୋର ମିଶ୍ର ସଂଯୋଜନା କରିଥିବା ବେଳେ ପୌର ଅଧ୍ୟକ୍ଷା କଳ୍ପନା ମାଝୀ ,ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ,ବରିଷ୍ଠ ବିଜେଡି ନେତା ତଥା ଆଇନଜିବି ଅଶୋକ ଯୋଶୀ ,ଆଇନଜୀବୀ ମହେଶ ଗଡତିଆ,ଗୋପାଳ ଲାଠ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୌର ହରି ମିଶ୍ର,ବରଗଡ଼ ବ୍ଲକ ସଭାପତି ପ୍ରଫୁଲ୍ଲ କୁମାର ନାଏକ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଜକୁ ଠିକ୍ ୨୭ ବର୍ଷ ତଳେ ଓଡ଼ିଶା ରେ ଗଠିତ ବିଜେଡି ଦଳ କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ବିଜେଡି ଦଳ ର ନେତୃତ୍ବ ପ୍ରଦାନ କରି ଦୀର୍ଘ ୨୪ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ରାଜ୍ୟ ର ମୁଖ୍ୟ ମନ୍ତ୍ରୀ ଦାୟିତ୍ବ ବହନ କରି ତାଙ୍କରି ଦୂର ଦୃଷ୍ଟି ଓ ସଫଳ ନେତୃତ୍ବ ରେ ଓଡ଼ିଶା କୁ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ରେ ପରିଣତ କରାଇ ପାରିଛନ୍ତି।
Ad..
ତାଙ୍କର ବଳିଷ୍ଠ ନେତୃତ୍ବ ପାଇଁ ଆମ ରାଜ୍ୟ ସାରା ଦେଶ ରେ ଉଚ୍ଚ ପ୍ରଶଂସିତ ହୋଇ ପାରିଥିବା ସ୍ମରଣ କରାଇ ଓଡ଼ିଶା ର ପ୍ରତିଟି ବିକାଶ ରେ ବିଜୁ ଜନତା ଦଳ ନେତୃତ୍ବାଧିନ ସରକାର ର ଅବଦାନ ଓ ଛାପ ରହିଥିବା ଦଳୀୟ କର୍ମୀ ଉଲ୍ଲେଖ କରି କରିଥିଲେ ।ତେବେ ରାଜ୍ୟ ରେ ବର୍ତ୍ତମାନ ର କ୍ଷମତାସୀନ ବିଜେପି ସରକାର ବିଜେଡି ନେତୃତ୍ବାଧୀନ ସରକାର ଅମଳ ରେ ହୋଇଥିବା ବିକାଶ କାର୍ଯ୍ୟ ଗୁଡ଼ିକ ର କେବଳ ରଙ୍ଗ ବଦଳାଇ ବିକାଶ ର ଶ୍ରେୟ ନେବାରେ ବ୍ୟସ୍ତ ରହି କ୍ଷମତାସୀନ ହେବାର ଛଅ ମାସ ଭିତରେ ଅହେତୁକ ଦର ବୃଦ୍ଧି ବିଜେପି ସରକାର ଙ୍କ ପାରିବା ପଣିଆ କୁ ଲୋକେ ହୃଦୟଙ୍ଗମ କରି ସାରିଲେଣି ବୋଲି କହି ବିଜେଡି ନେତ୍ରୁ ମଣ୍ଡଳୀ ବିଜେପି ସରକାର କୁ କଟୁ ସମାଲୋଚନା କରିଥିଲେ।
ଆଜିର ଏହି କାର୍ଯ୍ଯକ୍ରମ ଅବସରରେ ବରିଷ୍ଠ ବିଜେଡି ନେତା ସର୍ବଶ୍ରୀ ଅଶୋକ ଯୋଶୀ ମହେଶ ଗଡତଆ ଗୋପାଳ ଲାଠ ପୂର୍ବପୌରାଧ୍ଯକ୍ଷା ଜମ୍ବୋବତୀ ଦଲାଇ କୁଂ ପୁଜ୍ଯପୁଜାରେ ସମ୍ବର୍ଦ୍ଦିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ବରଗଡ଼ ପଞ୍ଚାୟତ ସମିତି ର ବିଜେଡି ସମର୍ଥିତ ସମସ୍ତ ସରପଞ୍ଚ ,ସମିତି ସଭ୍ୟ ,ଜିଲ୍ଲା ପରିଷଦ ସଦସ୍ୟ ବୃନ୍ଦ ,ତଥା ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ମାନଙ୍କ ସମେତ ପୌର ପରିଷଦ ର ସମସ୍ତ କାଉନସିଲର ବୃନ୍ଦ ଏବଂ ନାରି ନେତ୍ରୀ ମୀନାକ୍ଷୀ ମିଶ୍ର ଅନୁରାଧା ଅଗ୍ରଓ୍ବାଲ ହିମାଂଶୁ ଦାଶ କମଲ ତାଣ୍ଡୀ ପ୍ରଫୁଲ୍ଲ ନାଏକ ପ୍ରତିକ ଝାଓ୍ବର ଜିତୁ ଭୋଇ ଭରତ ମହାନ୍ତି ରାଜେଶ ପୁରୋହିତ ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି ଅବସରରେ କଟାପାଲି ର ବିଜେପି ନେତା ଶ୍ରୀ ଭୈରବ ମହାପାତ୍ର ନବୀନ ବାବୁ କଂ ନୀତି ଆଦର୍ଶରେ ଅନୁପ୍ରଣିତ ହୋଇ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
BJD pratishtha divas
latest news
latest update
odisha daily current affairs




