ଭ୍ରମାତ୍ମକ ତଥ୍ୟ ଉପସ୍ଥାପନ କରି କେନ୍ଦ୍ର ମନ୍ତ୍ରୀ ଚାଷୀ ଙ୍କୁ ଭୁଆଁ ବୁଲାଉଛନ୍ତି : ବିଜେଡି...
ବରଗଡ଼,୨୬/୧୨ : ନିର୍ବାଚନ ପୂର୍ବରୁ ଚାଷୀ ଙ୍କ ସମସ୍ୟା ର ତୁରନ୍ତ ସମାଧାନ କରିବା ପାଇଁ ବାହାସ୍ଫୋଟ ମାରୁଥିବା ବିଜେପି ରାଜ୍ୟ ରେ ସରକାର କରିବା ୬ମାସ ବିତି ଯାଇଥିଲେ ବି ଚାଷୀ ଙ୍କ ସମସ୍ୟା ସମାଧାନ କ୍ଷେତ୍ର ରେ ବିଫଳ ହୋଇଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁଲ ତଥ୍ୟ ଦେଇ ଚାଷୀ ମାନଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ବରଗଡ଼ ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରାଯାଇଛି।
Ad..
ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଏକ ମିଳିତ ପ୍ରେସ ବିବୃତି ରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଯିଏ କି ଦୀର୍ଘ ୧୧ ବର୍ଷ ଧରି କେନ୍ଦ୍ର ରେ ବିଭିନ୍ନ ଗୁରୁତ୍ବ ପୂର୍ଣ୍ଣ ବିଭାଗ ର ମନ୍ତ୍ରୀ ହୋଇ ମଧ୍ୟ ଓଡ଼ିଶା ର ଧାନ କିଣା ସମ୍ବନ୍ଧ ରେ ଦେଇଥିବା ଦାୟିତ୍ବହୀନ ଓ ଭ୍ରମାତ୍ମକ ତଥ୍ୟ ଚାଷୀ ଙ୍କ ମନ ରେ କଟା ଘା ରେ ଚୂନ ସଦୃଶ ବୋଲି ଉଲ୍ଲେଖ କରିଛନ୍ତି ।
Ad..
ଦୀର୍ଘ ଆଠ ବର୍ଷ ପୂର୍ବରୁ ଚାଷୀ ଙ୍କ ବ୍ୟାଙ୍କ ଖାତା କୁ ଅର୍ଥ ପ୍ରଦାନ କରାଯାଉଥିବା ବେଳେ ବିଜେପି ସରକାର ଏହି ବ୍ୟବସ୍ଥା ଆରମ୍ଭ କରିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିବା ହାସ୍ୟାସ୍ପଦ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ରେ ଶୋହଳ ଲକ୍ଷ ଟନ ଧାନ କିଣା ସରିଥିବା ତଥ୍ୟ ଉଲ୍ଲେଖ କରିଥିବା ବେଳେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟ ରେ ସାଢେ଼ ସାତ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ସରିଛି ବୋଲି ସୂଚନା ପ୍ରଦାନ କରିଛନ୍ତି ତେବେ ଏଠାରେ ପ୍ରଶ୍ନ ଉଠୁଛି କିଏ ଠିକ ?
Ad..
ଆହୁରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ବର୍ଷ ପ୍ରାୟ ୭୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ଯାଇଥିଲା ତେଣୁ ଏ ବର୍ଷ ତିରିଶ ଲକ୍ଷ ଟନ ଧାନ କିଣା ଯିବାର ଲକ୍ଷ୍ୟ ରହିଛି ବୋଲି ଉଲ୍ଲେଖ କରିଥିବା ବେଳ ମନ୍ତ୍ରୀ ଙ୍କ ତଥ୍ୟହିନ ଓ ଭ୍ରମାତ୍ମକ ବକ୍ତବ୍ୟ କେବଳ ଚାଷୀ ଙ୍କୁ ଭୁଆଁ ବୁଲା ଛଡା ଆଉ କଣ ହୋଇ ପାରେ ବୋଲି ବିଜେଡି ନେତ୍ରୁ ମଣ୍ଡଳୀ ପ୍ରତିକ୍ରିୟା ରଖିଛନ୍ତି।
ସବୁଠୁ ବଡ କଥା କେନ୍ଦ୍ରମନ୍ତ୍ରୀ ମଣ୍ଡି ରେ ସଂପ୍ରତି ହେଉଥିବା ଅବ୍ୟବସ୍ଥା କୁ ସ୍ବୀକାର କରିଛନ୍ତି ।ତାହେଲେ ଏଠି ପ୍ରଶ୍ନ ଉଠୁଛି ବିଜେପି ସରକାର କ୍ଷମତା କୁ ଆସିବାର ଛଅ ମାସ ବିତି ଯାଇଥିଲେ ସୁଦ୍ଧା ମଣ୍ଡି ବ୍ୟବସ୍ଥା କୁ ପାରିଲେ ନି କେମିତି ?
କଟନି ଛଟନୀ ସମ୍ପୂର୍ଣ ବନ୍ଦ ହେବ ବୋଲି ଗଳା ଫଟାଇ ଗର୍ଜନ କରିଥିବା ବିଜେପି ସରକାର ଏବେ ଚାଷୀ ଙ୍କ ଧାନ ଏଫ୍ ଏ କ୍ୟୁ ନାମରେ କୁଇଣ୍ଟାଲ ପ୍ରତି ପାଞ୍ଚ ରୁ ନଅ କେଜି ଧାନ କଟା ଯାଉଥିବା ସରକାରୀ ବ୍ୟବସ୍ଥା କୁ କିପରି ଆଖି ବୁଜି ବସିଛନ୍ତି?
ନୂତନ ଧାନ ସଂଗ୍ରହ ନୀତି ଅନୁଯାୟୀ ଭେଇକିଲ ଟ୍ରାକିଂ ସିଷ୍ଟମ ,ମାର୍କେଟ ୟାଡ ରେ ସିସି ଟିଭି ବ୍ୟବସ୍ଥା କିପରି କରାଯାଇ ନାହିଁ। ଅଦିନିଆ ବର୍ଷା ରେ ଚାଷୀ ଙ୍କ ଶସ୍ୟ ର ହୋଇଥିବା କ୍ଷୟ କ୍ଷତି ଭରଣା ସମ୍ବନ୍ଧ ରେ କେନ୍ଦ୍ର ମନ୍ତ୍ରୀ କାହିଁକି ନୀରବ ରହିଛନ୍ତି।
ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ କେନ୍ଦ୍ର ମନ୍ତ୍ରୀ ଚାଷୀ ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ନାହାଁନ୍ତି କିମ୍ବା ଜାଣି ଶୁଣି ଅଣ ଦେଖା କରି ଚାଲିଛନ୍ତି ।ବିଗତ ଦିନ ରେ ତାଙ୍କ ଦ୍ଵାରା ୩ଶହ ୟୁନିଟ ବିଜୁଳି ଛାଡ ପ୍ରତିଶ୍ରୁତି ଦିଆ ଯାଇଥିବା କଥା ସାମାଜିକ ଗଣ ମାଧ୍ୟମ ରେ ଭାଇରାଲ ହେଉଥିବା ବେଳେ ଚାଷୀ ଙ୍କ ସମସ୍ୟା ବିଷୟ ରେ ଭ୍ରମାତ୍ମକ ଟିପ୍ପଣୀ କେତେ ସତ କେତେ ମିଛ ଓଡ଼ିଶା ବାସୀ ଭଲ ଭାବେ ଜାଣିଛନ୍ତି ବୋଲି ବିଜେଡି ତରଫରୁ ପ୍ରତିକ୍ରିୟା ପ୍ରକାଶ କରାଯାଇଛି।
Report : Bijay ku sahu
Edited by k.s thakur...




