ବରଗଡ଼ ଧନୁଯାତ୍ରା: କଳାକାରଙ୍କ ରିହର୍ସଲ ଆରମ୍ଭ...
ବରଗଡ଼,୧୬/୧୨ : ବରଗଡ଼, ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଦିର୍ଘ ୧୧ ଦିନ ର ଯାତ୍ରା ପାଇଁ ସୋମବାରରୁ ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରେ କଳାକାରଙ୍କ ରିହର୍ସଲ (ପୂର୍ବାଭ୍ୟାସ)ର ଶୁଭାରମ୍ଭ ହୋଇଛି।
Ad..
ବରିଷ୍ଠ ପ୍ରଶାସକ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ବର ଶତପଥୀ, କଳାକାର ଉପଦେଷ୍ଟା କମିଟିର କମିଟିର ଅଶୋକ ବେହେରା, ନକୁଳ ବାଦୀ, ଭୁବନ ଭୋଇ, ପ୍ରଶାନ୍ତ ମହାପାତ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ପ୍ରମୁଖ ଉପସ୍ଥିତ ଥିଲେ।
Ad..
କଂସ ଅଭିନେତା ଭୁବନେଶ୍ବର ପ୍ରଧାନଙ୍କ ସମେତ ଅନ୍ୟ କଳାକାର ଉପସ୍ଥିତ ରହି ପୂର୍ବାଭ୍ୟାସ ଆରମ୍ଭ କରିଥିଲେ। ଧନୁଯାତ୍ରା ର ସମସ୍ତ ଚରିତ୍ର ଓ ଅଭିନୟ ଗୁଡିକକୁ ଅଧିକ ଆକୃଷ୍ଟ ଓ ଜୀବନ୍ତ କରିବା ପାଇଁ କଳାକାର ମାନଙ୍କ ଅଭ୍ୟାସ ଆରମ୍ଭ ହୋଇଛି।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
dhanu jatra
latest news
latest update
odisha daily current affairs
preparation



