ବୋଡ଼ା ସମ୍ବର ଲୋକ ମହୋତ୍ସବ ଆଜି ଅପରାହ୍ନରୁ ଶୁଭାରମ୍ଭ...

ବୋଡ଼ା ସମ୍ବର ଲୋକ ମହୋତ୍ସବ ଆଜି ଅପରାହ୍ନରୁ ଶୁଭାରମ୍ଭ...


ବରଗଡ଼,୧୭/୧୨ : ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ କ୍ଲବ ଦ୍ବାରା ଆୟୋଜିତ ହେଉଥିବା ଲୋକ ମହୋତ୍ସବ ମଞ୍ଚ ରେ ଏଥର ପାଞ୍ଚ ଦିନଧରି ପ୍ରାୟ ଏକ ହଜାର କଳାକାର ଙ୍କୁ ଏକତ୍ରିତ କରି ବୋଡ଼ା ସମ୍ବର ଅଂଚଳ ତଥା ଓଡ଼ିଶା ଓ ଭାରତର ବିଭିନ୍ନ ପ୍ରାନ୍ତରୁ କଲା ପ୍ରଦର୍ଶନୀ ଆୟୋଜନ କରୁଛି।

          Ad..


ସ୍ଥାନୀୟ ଲୋକ ସଂସ୍କୃତି  ପରମ୍ପରା , ଲୋକ ନୃତ୍ୟ, ଗୀତ ସମେତ ଲୁପ୍ତ ହେବାକୁ ବସୁଥିବା ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ସଙ୍ଗୀତକୁ ପ୍ରାଧାନ୍ୟ ଦେଇ ଗତ ୪ ବର୍ଷ ହେବ ବୋଡ଼ା ସମ୍ବର ଲୋକ ମହୋତ୍ସବ ଆୟୋଜିତ ହେଉଛି। ଏଥର ମଧ୍ୟ ଟାଉନ୍ କ୍ଲବ ସଭାପତି ଯୁବ ନେତା ପ୍ରିତେଶ ବହିଦାର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଞ୍ଚ ଦିନ ଧରି ମହୋତ୍ସବ ଆୟୋଜିତ ହେଉଛି। 

     Ad..


ଦିର୍ଘ ୨୦ ଦିନ ଧରି ବାଣିଜ୍ୟ ମେଳା ର ଶୁଭାରମ୍ଭ ହୋଇଛି। ବିଭିନ୍ନ ପ୍ରକାରର ଘର କରଣା ସାମଗ୍ରୀ ସହ ବିଭିନ୍ନ ରାଜ୍ୟର ଖାଦ୍ୟ ସାମଗ୍ରୀ, ଦୈନନ୍ଦିନ ବ୍ୟବହାର ହେଉଥିବା ସାମଗ୍ରୀ, ବସ୍ତ୍ର, ଆଭୁଷଣ ପ୍ରଭୃତି ସାମଗ୍ରୀ ବିକ୍ରି ହେଉଛି। ଏହାସହ ମୀନା ବଜାର ମଧ୍ୟ ଲାଗିଛି। କେବଳ ଯେ କଳା ସଂସ୍କୃତିକୁ କିମ୍ବା ନୃତ୍ୟଶିଳ୍ପୀ କିମ୍ବା କଳାକୌଶଳ କୁ ଏହି ମହୋତ୍ସବ ଗୁରୁତ୍ବ ଦେଉଛି ତାହା ନୁହେଁ ଏହି ମହୋତ୍ସବ ରେ ଛାତ୍ର ଛାତ୍ରୀ, ଶିଶୁ, ମହିଳା ସମସ୍ତ ଙ୍କ ପାଇଁ ସୁଯୋଗ ଆଣିଦେଇଛି। 

ଶିଶୁ, ଛାତ୍ର ଛାତ୍ରୀ ଓ ମହିଳାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରି ସମ୍ମାନିତ କରିବା ସହ ପୁରସ୍କାର ଦିଆଯାଉଛି। ସେହିପରି ମାନବ ସମାଜ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଗୁରୁତ୍ବ ଦେଇ ମେଗା ରକ୍ତଦାନ ଶିବିର ଆୟୋଜିତ କରୁଛି। ବର୍ତମାନ ସମୟରେ ରକ୍ତ ଅଭାବରୁ କାହାରି ମୃତ୍ୟୁ ନ ଘଟୁ ସେଥିପାଇଁ ସଚେତନ ହୋଇ ଏହି ପାଞ୍ଚ ଦିନିଆ ମହୋତ୍ସବ ରେ ରକ୍ତ ଦାନ ଶିବିର ମାଧ୍ୟମରେ ରକ୍ତ ସଗ୍ରହ ପାଇଁ ପ୍ରୟାସ ଜାରି ରଖିଛି। 

ବର୍ତ୍ତମାନ ଯୁଗରେ ଯୁବପିଢି ସେଲଫି ପାଇଁ କିଭଲି ବିପଦପୂର୍ଣ୍ଣ ଭାବରେ ଜୀବନକୁ ବାଜି ଲଗେଇ ମୃତ୍ୟୁ ମୁଖରେ ପଡୁଛନ୍ତି ସେଥିପାଇଁ ସଚେତନତା ସୃଷ୍ଟି ପାଇଁ ସେଲଫି ପଏଣ୍ଟ ସଚେତନତା ବାର୍ତ୍ତା ପ୍ରଚାର ଅଭିଯାନ ମଧ୍ୟ ଜାରି ରଖିଛି। ଏଭଲି ଏକ ବିରାଟ ଚିନ୍ତାଧାରା କୁ ନେଇ ବୋଡ଼ା ସମ୍ବର  ଲୋକ ମହୋତ୍ସବ ଆୟୋଜିତ ହେଉଛି ବୋଲି ଟାଉନ୍ କ୍ଲବ ସଭାପତି ଯୁବ ନେତା ପ୍ରିତେଶ ବହିଦାର, ଆବାହକ ଅଶୋକ ମିଶ୍ର, ସମ୍ପାଦକ କୁନାଲ ପାଣିଗ୍ରାହୀ ପ୍ରମୁଖ ବାର୍ତ୍ତା ଦେଇଛନ୍ତି। 

ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବୋଡ଼ା ସମ୍ବର ଲୋକ ମହୋତ୍ସବ ଆଜି ମଙ୍ଗଳବାର ୧୭ ତାରିଖ ତା'ର ଶୁଭାରମ୍ଭ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ଆରମ୍ଭ କରୁଛି। ଅପରାହ୍ନ ୩ ଘଣ୍ଟା ସମୟରେ ବୋଡ଼ା ସମ୍ବର ତଥା ଜିଲ୍ଲା ଓ ରାଜ୍ୟ ସମେତ ଭାରତର ବିଭିନ୍ନ ରାଜ୍ୟର କଳାକାର ଙ୍କୁ ନେଇ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ କରିଛି। ଆଜି ଠାରୁ ସାଂସ୍କୃତିକ ପର୍ବ ର ଶୁଭାରମ୍ଭ ହୋଇଛି। ବୋଡ଼ା ସମ୍ବର ଅଂଚଳ ର ବିଭିନ୍ନ ଗାଁ ର ଝାଙ୍କର ମାନେ ଏହି ସାଂସ୍କୃତିକ ଶୋଭାଯାତ୍ରା ରେ ଯୋଗଦାନ ଦେଇ ସାଂସ୍କୃତିକ ପର୍ବ ଶୁଭାରମ୍ଭ କରୁଛନ୍ତି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post