ପ୍ରଧ୍ୟାପକ ବିରଞ୍ଚି ସାହୁଙ୍କ ନାମରେ ଗୁରୁତର ଅଭିଯୋଗ, ଆନ୍ଦୋଳନ କୁ ଓହ୍ଲେଇ ଲେ ଛାତ୍ର ଛାତ୍ରୀ...
ବରଗଡ଼,୧୭/୧୨ : କଲେଜ ଛାତ୍ରୀ ଙ୍କ ମୋବାଇଲ୍ କୁ ମେସେଜ ପଠାଇ ଅଡ଼ୁଆରେ ପଡ଼ିଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଅଂଚଳ ମହାବିଦ୍ୟାଳୟ ର ପ୍ରଧ୍ୟାପକ ବିରଞ୍ଚି ସାହୁ। ଘଟଣା କୁ ନେଇ ଛାତ୍ର ଛାତ୍ରୀ ମାନେ ଅଧ୍ୟକ୍ଷ ଙ୍କୁ ଘଟଣା ବିଷୟରେ ଜଣାଇବା ପରେ କୈାଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ଆଜି ଅଂଚଳ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଏକାଠି ହୋଇ କଲେଜ ଗେଟ୍ ବନ୍ଦ କରି ପ୍ରତିବାଦ ଜଣାଇବା ପରେ ପଦ୍ମପୁର ଏଡିଏମ୍ ଓ ପୋଲିସ କଲେଜ୍ ପରିଷରରେ ପହଞ୍ଚି ତଦନ୍ତ କରିଥିଲେ।
Ad..
ପ୍ରାଥମିକ ତଦନ୍ତରୁ କିଛି ତଥ୍ୟ ଜଣା ପଡ଼ିବା ପରେ କମିଟି ଗଠନ କରାଯାଇ ଦୁଇଦିନ ଭିତରେ ରିପୋର୍ଟ ଦେବାକୁ ଏଡିଏମ୍ ନିର୍ଦେଶ ଦେଇ ଫେରିଥିଲେ । ଏପଟେ ବିରଞ୍ଚି କୁ କଲେଜ୍ ଯିବାକୁ ମନା କରାଯାଇଛି।
Ad..
ତଦନ୍ତ ରିପୋର୍ଟରେ ସତ୍ଯତା ଜଣା ପଡିବା ପରେ ପ୍ରଧ୍ୟାପକ ବିରଞ୍ଚି ସାହୁ ଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରେ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ହଜାର ହଜାର ଛାତ୍ରୀ ଏହି ଅଂଚଳ ମହାବିଦ୍ୟାଳୟ ରେ ପାଠ ପଢ଼ିଛନ୍ତି ହେଲେ କେବେବି ଏଭଲି ଘଟଣା ଘଟିନାହିଁ ।
ଆଜି ଯେଉଁଭଳି ଅଂଚଳ ମହାବିଦ୍ୟାଳୟ ର ଜଣେ ପ୍ରଧ୍ୟାପକ ଙ୍କ ବିରୋଧ ରେ ଅଭିଯୋଗ ଆସିଛି ତାକୁ ନେଇ ପୂର୍ବତନ ଛାତ୍ର ସଂସଦ ତରଫରୁ ଦୃଢ ନିନ୍ଦା କରାଯିବା ସହ ଅଭିଯୋଗ ର ସତ୍ୟତା ଉନ୍ମଚନ କରି ମହାବିଦ୍ୟାଳୟ କୁ ବଦନାମ କରୁଥିବା ଅଭିଯୁକ୍ତ ଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
Report : Bijay ku sahu
Edited by k.s thakur...
Tags:
Against lacturer
Bargarh
bargarh news
college students strike
latest news
latest update
odisha daily current affairs



