ଜିଲ୍ଲା ସ୍ତରୀୟ ରାଣୀ ଲକ୍ଷ୍ମୀ ବାଇ ଆତ୍ମ ରକ୍ଷା ତାଲିମ ଶିବିର ଉଦ୍ଘାଟିତ...

ଜିଲ୍ଲା ସ୍ତରୀୟ ରାଣୀ ଲକ୍ଷ୍ମୀ ବାଇ ଆତ୍ମ ରକ୍ଷା ତାଲିମ ଶିବିର ଉଦ୍ଘାଟିତ...


ବରଗଡ଼,୧୬/୧୨ : ବରଗଡ଼ ୱାର୍ଡ ନ ୭ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ତିନି ଦିନିଆ ରାଣୀ ଲକ୍ଷ୍ମୀ ବାଇ ଆତ୍ମ ରକ୍ଷା ତାଲିମ ଶିବିର ସୋମବାର ଉଦ୍ଘାଟିତ ହୋଇ ଯାଇଛି। 

            Ad..


ପ୍ରଧାନ ଶିକ୍ଷକ ଭକ୍ତ ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଏ ଡି ଇ ଓ ଜ୍ୟୋତି କାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରି ଏହି ଶିବିର ରୁ ପ୍ରଶିକ୍ଷଣ ପାଇ ଶିକ୍ଷାର୍ଥୀ ମାନେ ବିଭିନ୍ନ ବ୍ଲକ ରେ ସ୍କୁଲ ମାନଙ୍କ ରେ ତାଲିମ ପ୍ରଦାନ କରିବେ ବୋଲି ସୂଚନା ପ୍ରଦାନ କରିଥିଲେ।

    Ad..


ସମ୍ମାନିତ ଅତିଥି ଭାବେ ସମଗ୍ର ଶିକ୍ଷା ବିଭାଗ ର ଜେଣ୍ଡର କୋଡ଼ିନେଟର ସ୍ଵର୍ଣ୍ଣ ପ୍ରଭା ପଣ୍ଡା ଏବି ଇ ଓ ଦିଲ୍ଲୀପ ମେହେର ପ୍ରମୁଖ ଯୋଗ ଦେଇଥିଲେ।ବରଗଡ଼ ଜିଲ୍ଲା ଅମ୍ବାଭୋନା,ବରଗଡ଼ ଭଟଲି,ଅତାବିରା,ଭେଡେନ ,ବରପାଲି ବ୍ଲକ ର ୫୦ ରୁ ଉର୍ଦ୍ଧ୍ବ ପ୍ରଶିକ୍ଷାର୍ଥି ଏହି ଶିବିର ରେ ତାଲିମ ଗ୍ରହଣ କରିଥିବା ବେଳେ ସାଧନ କର୍ମୀ ଭାବେ ଝରଣା ଦାଶ,ସଂଯୁକ୍ତା ପ୍ରଧାନ,ନିରୁପମା ବଞ୍ଛୋର ,ସ୍ନେହ ଲତା ମହାରଣା ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।ଏହି ଶିବିର ୧୮ ତାରିଖ ଉଦଯାପିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post