ବରଗଡ଼ ଜିଲ୍ଲା ରେ ଧାନ ବିକ୍ରୀ ର ଅଚଳାବସ୍ଥା କୁ ନେଇ ଚାଷୀ ବୈଠକ...
ବରଗଡ଼,୧୬/୧୨ : ଭେଡେନ ବ୍ଲକ ଅନ୍ତର୍ଗତ କୁବେଡେଗା ମାର୍କେଟ ୟାଡ୍ ଠାରେ ଉକ୍ତ ପଞ୍ଚାୟତର ସମସ୍ତ ଗ୍ରାମର ଚାଷୀମାନଙ୍କୁ ନେଇ ଧାନ ବିକ୍ରି ବ୍ୟବସ୍ଥାରେ ଚାଲିଥିବା ଅଚଳାବସ୍ଥାର ଦୂରୀକରଣ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
Ad..
ଉତ୍ପନ୍ନ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଗତ ନଭେମ୍ବର ୨୦ ତାରିଖରୁ ମାର୍କେଟ ୟାଡରୁ ଧାନ ଉଠାଇବାର ସରକାରୀ ସ୍ତରରେ ଘୋଷଣା ହେଇଥିଲେ ହେଁ ୭୮୦୦ କୁଇଣ୍ଟାଲ ଟାର୍ଗେଟ ମଧ୍ୟରୁ ଆଜି ପର୍ଯ୍ୟନ୍ତ ମାତ୍ର ୧୬୨୨ କୁଇଣ୍ଟାଲ ଧାନ ଉଠି ବାକି ୬୧୭୭ କ୍ୟୁଣ୍ଟାଲ ଧାନ ପଡ଼ି ରହିଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି।
Ad..
ଏଥିମଧ୍ୟରୁ ଅନେକ ଚାଷୀଙ୍କ ଟୋକନ୍ ଅବଧି ଆସନ୍ତା ୧୯ ତାରିଖ ସୁଦ୍ଧା ସରିବାକୁ ଯାଉଛି। ମିଲ୍ ବାଲାଙ୍କ ମନମାନି ଏତେ ଅନୁଭୂତ ହେଉଛି ଯେ, ପ୍ରକୃତ କ୍ରୟ ସଂସ୍ଥା ପେକ୍ସ୍ ଓ ଆର୍ ଏମ୍ ସି କର୍ମଚାରୀ ସଂପୂର୍ଣ୍ଣ ଅସହାୟ ଜଣାପଡୁଛନ୍ତି । ଏଭଳି ସ୍ଥିତିରୁ ମୁକୁଳିବାକୁ ଅନ୍ୟ ଉପାୟ ନପାଇ ଶେଷରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସମସ୍ତେ ଅଣ୍ଟା ଭିଡିଛନ୍ତି।
ଶେଷରେ ସର୍ବ ସମ୍ମତ ନିଷ୍ପତ୍ତି କ୍ରମେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦେଇ କାଲି ସୁଦ୍ଧା ସବୁ ତକ ଧାନ ନ ଉଠିଲେ ଆସନ୍ତା ୧୮ ତାରିଖରେ କୁବେଡେଗା ମାର୍କେଟ ୟାଡ୍ ସଂଲଗ୍ନ ଭେଡେନ - ବରଗଡ଼ ରାସ୍ତାରେ ଧାନ ବସ୍ତା ରଖି ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି।
ଉକ୍ତ ଆଲୋଚନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ମଧୁସୂଦନ ତ୍ରିପାଠୀ, ସୁକାନ୍ତ ସତପଥି, ଜନାର୍ଦ୍ଦନ ମିଶ୍ର, ସୁବୋଧ ସତପଥି , ଅଚ୍ୟୁତା ଭୋଇ, ଦେବେନ୍ଦ୍ର ପ୍ରଧାନ, ସୁଶୀଳ ବେହେରା,କ୍ଷିରୋଦ୍ର ବାରିକ,ଅଜିତ ପ୍ରଧାନ, ଜୟଦେବ ପ୍ରଧାନ, ଅତୁଲ୍ୟ ଭୋଇ, କିଶୋର ପ୍ରଧାନ, ପ୍ରହଲ୍ଲାଦ ପ୍ରଧାନ, ଅଶୋକ ପ୍ରଧାନ, ବିକାଶ ଭୋଇ, ଉଜ୍ଜ୍ୱଳ ଭୋଇ, ସିଦ୍ଧେଶ୍ୱର ପ୍ରଧାନ, ନବୀନ ଭୋଇ, ପ୍ରଦୀପ ଭୋଇ,ଶୁକଦେବ ବାଗ, ଅକ୍ଷୟ ପ୍ରଧାନ ,ଘନଶ୍ୟାମ ମହାକୁର,କ୍ଷମାନିଧି ବେହେରା, ଅଶ୍ବିନୀ ସତପଥି,ଭିଟୋ ସାହୁ, ଶଙ୍କର ମହାକୁର, ପ୍ରମୋଦ ବିଶି, ସନ୍ତୋଷ ବିଶି, ନନ୍ଦିଘୋଷ ମହାକୁର ପ୍ରମୁଖ ଶତାଧିକ ଚାଷୀ ଅଂଶଗ୍ରହଣ କରି ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଆହ୍ବାନ ଦେଇଥିଲେ।
Report : Bijay ku sahu
Edited by k.s thakur...



