ଜାନୁଆରୀ ୨୦୨୫ରେ ହେବ ବିଜେଡିର ସାଙ୍ଗଠନିକ ନିର୍ବାଚନ...
ଭୁବନେଶ୍ବର,୨୬/୧୨ : ଆସନ୍ତା ବର୍ଷ ଜାନୁଆରୀ ୨୦୨୫ରେ ହେବ ବିଜେଡିର ସାଙ୍ଗଠନିକ ନିର୍ବାଚନ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ।
Ad..
ବରିଷ୍ଠ ବିଜେଡି ନେତା ଅତୁନ ସବ୍ୟସାଚୀ ନାୟକ କହିଛନ୍ତି ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଭଲ ଭାବେ ଚାଲିଛି। ଡିସେମ୍ବର ୨୧ ସୁଦ୍ଧା ଟାର୍ଗେଟ ହାସଲ କରିବାକୁ କୁହାଯାଇଛି। ଏହା ପରେ ସବୁ ଆଡୁ ରିପୋର୍ଟ ଆସିବା ପରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ତାକୁ ଯାଞ୍ଚ କରି ରିପୋର୍ଟ ଦଳୀୟ ସଭାପତିଙ୍କୁ ଦେବେ। ତା ପରେ ଚୂଡାନ୍ତ ସଭ୍ୟ ତାଲିକା ଆସିବ।
Ad..
୨୪ ଜଣ ପ୍ରାଥମିକ ସଦସ୍ୟରେ ଜଣେ ସକ୍ରିୟ ସଦସ୍ୟ ରହିବେ। ତେବେ ଆସନ୍ତା ୨୦୨୫ ଜାନୁଆରୀରେ ସାଙ୍ଗଠନିକ ନିର୍ବାଚନ ପରେ ବି ବର୍ଷ ତମାମ ସଭ୍ୟ ସଂଗ୍ରହ ହୋଇ ପାରିବ। ବର୍ତ୍ତମାନ ମଧ୍ୟ ରାଜ୍ୟରେ ୱାର୍ଡ କମିଟି ଅନେକ ସ୍ଥାନରେ ଗଠନ ସରିଲାଣି।
Edited by k.s thakur...
Tags:
2025
Bhubaneswar
bjd sanathanik nirbachan
latest news
latest update
next year
odisha daily current affairs



