ଗନ୍ଧମାର୍ଦ୍ଦନକୁ ଜାତୀୟ ସଂପତ୍ତି ଘୋଷଣା ପାଇଁ ଲୋକସଭାରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ...

ଗନ୍ଧମାର୍ଦ୍ଦନକୁ ଜାତୀୟ ସଂପତ୍ତି ଘୋଷଣା ପାଇଁ ଲୋକସଭାରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ...


ବରଗଡ,୦୫/୧୨ : ଆଜି ଲୋକସଭାର ଶୀତକାଳୀନ ଅଧିବେଶନରେ ୩୭୭ ଧାରା ଅଧିନିୟମ ଅନୁୟାୟୀ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପାହାଡ କୁ ଜାତୀୟ ସଂପତ୍ତି ଘୋଷଣା ପାଇଁ ଲୋକସଭାରେ କେନ୍ଦ୍ର ସରକାରଙ୍କ ଠାରେ ପ୍ରସ୍ତାବ ଉଠାଇଛନ୍ତି । ଶ୍ରୀ ପୁରୋହିତ ଉଲ୍ଲେଖ କରିଛନ୍ତି ଯେ ୯୭ କିମି ବ୍ଯାପୀ ପଶ୍ଚିମ ଓଡିଶାର ଗନ୍ଧମାର୍ଦ୍ଦନ ପାହାଡ଼ରେ ୨ଟି ପ୍ରମୁଖ ନଦୀ,ବହୁ ଝରଣା,ଦୁର୍ଲଭ ବନୌଷଧିର ଭଣ୍ଡାର ରହି ରହିଛି । 

             Ad..


ଏତଦ୍ ବ୍ୟତୀତ ନୃସିଂହନାଥ - ହରିଶଙ୍କର ୨ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳି ଓ ମନ୍ଦିର ଅବସ୍ଥିତ ଅଛି । ଚୀନ ପରିବ୍ରାଜକ ହୁଏନସା କୁ ଗନ୍ଧମାର୍ଦ୍ଦନ କୁ ପରିମଳ ଭାବେ ଉଲ୍ଲେଖ କରି ବହୁ ବର୍ଷ ତଳେ ବୌଦ୍ଧ ବିହାର ଥିବା ଉଲ୍ଲେଖ କରିଛନ୍ତି । 

ଗନ୍ଧମାର୍ଦ୍ଦନ ଚାରିପଟେ ୫୦ ହଜାର ଜନଜାତିର ପରିବାର ତାଙ୍କ ଜୀବନ ଜୀବିକା ନିର୍ଭର କରି ଛଳୁଥିବା ଶ୍ରୀ ପୁରୋହିତ ଉଲ୍ଲେଖ କରିବା ସହ ୧୯୮୩ ମସିହାରେ ତତ୍କାଳୀନ କଂଗ୍ରେସ ଦଳର ସରକାର ଗନ୍ଧମାର୍ଦ୍ଦନ ରେ ବକ୍ ସାଇଟ ଉଭୋଳନ ପାଇଁ ଖଣି ପଟା ଦେଇଥିଲେ। ଜନଜାତି ଓ ସାଧାରଣ ଲୋକଙ୍କ ତୀବ୍ର ବିରୋଧ ଯୋଗୁଁ ୧୯୮୮ ମସିହାରେ ସରକାର ଖଣି ପଟା ରଦ୍ଦ କରିଥିଲେ। 

କିନ୍ତୁ ବିଭିନ୍ନ ସମୟରେ ଗନ୍ଧମାର୍ଦ୍ଦନରେ ବିଭିନ୍ନ ସରକାର ସମୟରେ ଖଣି ଖନନ ର ପ୍ରୟାସ କରାଯାଇଛି। ଏହି ପରିପେକ୍ଷୀ ରେ ଲୋକସଭାରେ ଗନ୍ଧମାର୍ଦ୍ଦନ ପାହାଡ କୁ ଜାତୀୟ ସଂପତ୍ତି ରୂପେ ଘୋଷଣା କରିବା ପାଇଁ ସାଂସଦ ଶ୍ରୀ ପୁରୋହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନୃସିଂହନାଥ ଏବଂ ହରିଶଙ୍କର କୁ ଜାତୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁଦାବୀ କରିଛନ୍ତି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post