ରକ୍ତ ଭଣ୍ଡାର ସ୍ଥାନାନ୍ତରଣ ପ୍ରତିବାଦରେ ବରଗଡ଼ରେ ଚାଲିଛି ଦସ୍ତଖତ ଅଭିଯାନ, ଜୁଟୁଛି ଜନ ସମର୍ଥନ...

ରକ୍ତ ଭଣ୍ଡାର ସ୍ଥାନାନ୍ତରଣ ପ୍ରତିବାଦରେ ବରଗଡ଼ରେ ଚାଲିଛି ଦସ୍ତଖତ ଅଭିଯାନ, ଜୁଟୁଛି ଜନ ସମର୍ଥନ...


ବରଗଡ଼,୦୫/୧୨  : ବରଗଡ଼ ପୁରୁଣା ହସ୍ପିଟାଲରୁ ରକ୍ତ ଭଣ୍ଡାର ସ୍ଥାନାନ୍ତରଣ ପ୍ରତିବାଦ ରେ ଗତ ଶୁକ୍ରବାର ରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇ ଦୀର୍ଘ ସପ୍ତାହେ ହେଲା ଚାଲୁ ରହିଛି। ଏହାକୁ ନେଇ ଲୋକଙ୍କ ସମର୍ଥନ ବଢ଼ିବାରେ ଲାଗିଛି ପ୍ରତ୍ୟେକ ଦିନ ଏହି ହସ୍ପିଟାଲକୁ ଆସୁ ଥିବା ରୋଗୀ, ସମ୍ପର୍କୀୟ ମାନେ ଦସ୍ତଖତ ଦେଇ ସମର୍ଥନ ଜଣାଉଛନ୍ତି। 

Ad..


ଏହି ଅଭିଯାନରେ ଏପର୍ଯ୍ୟନ୍ତ ଦୁଇ ହଜାର ରୁ ଉର୍ଦ୍ଧ ଲୋକ ଦସ୍ତଖତ ଦେଇ ଯୋଡି ହୋଇ ଥିବା ହସ୍ପିଟାଲ ବଞ୍ଚାଅ ଅଭିଯାନ ର ସଦସ୍ୟ ଭବାନୀ ସାହୁ ସୂଚନା ଦେଇଛନ୍ତି । ଏହି ଅଭିଯାନରେ ଛାତ୍ର ଛାତ୍ରୀ ଓ ବିଭିନ୍ନ ସାମାଜିକ ସଂଗଠନ ସାମିଲ ହେଉଛନ୍ତି। 

ବରଗଡ଼ ର ଅସ୍ମିତା ହେଉଛି ଏହି ରକ୍ତ ଭଣ୍ଡାର ଓ ହସ୍ପିଟାଲ, ଏହାର ସ୍ଥାନାନ୍ତରଣ କଦାପି ଗ୍ରହଣୀୟ ନୁହେଁ ବୋଲି ସମାଜ ସେବୀ ରାଜେନ୍ଦ୍ର ସିକନ୍ଦର କହିଛନ୍ତି। ବରଗଡ଼ ସହର ଓ ଆଖ ପାଖ ଅଂଚଳରୁ ରକ୍ତ ଦାତା ମାନେ ସହଜ ରେ ଆସି ରକ୍ତଦାନ କରି ଜୀବନ ବଞ୍ଚାଇ ଥାନ୍ତି ତେଣୁ ଏହାକୁ ଉଛେଦ କରିବା ଅପରାଧ ଅଟେ ବୋଲି ସମାଜ ସେବୀ ବ୍ରହ୍ମା ମହାକୁଡ଼ କହିଛନ୍ତି। 

ଏହି ଅଭିଯାନ କୁ ଆହୁରି ବ୍ୟାପକ କରିବା ସହ ଜନ ଜାଗରଣ ସୃଷ୍ଟି କରାଯିବ ବୋଲି ହସ୍ପିଟାଲ ବଞ୍ଚାଅ ଅଭିଯାନ ର ସଦସ୍ୟ ଶ୍ରୀ ସାହୁ କହିଛନ୍ତି। ଅନ୍ୟମାନଙ୍କୁ ମଧ୍ୟରେ କିଶୋର ସାହୁ, ରାଜୁ ଅଗ୍ରୱାଲ,ସାରଥୀ ମେହେର, ଶିବାନନ୍ଦ ମଟାରୀ,ରବୀନ୍ଦ୍ର କୁମ୍ଭାର, ନିଖିଳ ପାଣିଗ୍ରାହୀ, ସରୋଜ ନାଏକ ଉପସ୍ଥିତ ଥିଲେ



Report : Bijay ku sahu

Edited by k.s thakur...

Post a Comment

Previous Post Next Post