ମୁରିବାହାଲ ମାଁ ମାହେଶ୍ୱରୀ ପୀଠରେ ଗୁରୁବାର ମାଁ ଲକ୍ଷ୍ମୀ ଙ୍କ ବ୍ରତ ସହ ପ୍ରଥମ ମହିଳା ସମାବେଶ...

ମୁରିବାହାଲ ମାଁ ମାହେଶ୍ୱରୀ ପୀଠରେ ଗୁରୁବାର ମାଁ ଲକ୍ଷ୍ମୀ ଙ୍କ ବ୍ରତ ସହ ପ୍ରଥମ ମହିଳା ସମାବେଶ... 


ମୁରିବାହାଲ,୦୫/୧୨ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦରମହକୁମା ସ୍ଥିତ ମାଁ ମାହେଶ୍ୱରୀ ପୀଠରେ ମାଣବସା ଗୁରୁବାର ବ୍ରତ ସହ ମହିଳା ସମାବେଶ ଷାଠିଏ ଘର ଡୁମାଳ ସମାଜ  ମୁରିବାହାଲ କେନ୍ଦ୍ର ସଭାପତି ପ୍ରଫୁଲ୍ଲ ବଘାର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। 

             Ad..


ଅନୁଷ୍ଠିତ ପୂଜା କାର୍ଯ୍ୟକ୍ରମ ରେ ପୂଜକ ତ୍ରିସିଂଗ ବଘାର ବରୁଆ ଭକ୍ତ ବଘାର,ସେବକ ବିରଞ୍ଚି ମେର୍ଲୀ ଙ୍କ ଦ୍ବାରା ମାଁ ଙ୍କ ପୂଜା କାର୍ଯ୍ୟ ହୋଇଥିବା ବେଳେ ଗାୟକ ପ୍ରଣବ କୁମାର ଦାସ ଙ୍କ ଦ୍ଵାରା ଲକ୍ଷ୍ମୀ ପୂରାଣ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମାଁ ଙ୍କ ଠାରେ ୧୦୦୧ମଣ୍ଡା ଓ  ୧୦୦୧ ପୀଠା ଭୋଗ ଲାଗିଥିଲା। 

ଏହି ଅବସରରେ ମୁରିବାହାଲ କେନ୍ଦ୍ର ରେ ପ୍ରଥମ କରି ମହିଳାମାନଙ୍କୁ ନେଇ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା।ମୂଖ୍ଯ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଷାଠିଏ ଘର ଡୁମାଳ ସମାଜ ର ଜିଲ୍ଲା ସଭାପତି ଲମ୍ବୋଦର ମହାକୁର, ସମ୍ମାନିତ ଅତିଥି ଭାବରେ ଜିଲ୍ଲା କାର୍ଯ୍ୟକାରୀ ସଂପାଦକ ବ୍ରୁଷବ ଦନ୍ତା, ଜିଲ୍ଲା କାର୍ଯ୍ୟକାରିଣୀ ର ବରିଷ୍ଠ ସଦସ୍ଯ ସଂକର୍ଷଣ ଭୋଇ, ଫପସୀ କେନ୍ଦ୍ର ର ସଦା ଗୁରାଣ୍ଡି, ଉପଦେଷ୍ଟା ହରେକୃଷ୍ଣ ବଘାର, ଗୌତମ କ୍ଷେତି, ମୁରିବାହାଲ କେନ୍ଦ୍ର ର ଉପ ସଭାପତି ବାସୁଦେବ ପଧାନ, ସଂପାଦକ ଉପେନ୍ଦ୍ର ପଧାନ ଯୋଗଦାନ କରିଥିଲେ। 

ଏହି କାର୍ଯ୍ୟକ୍ରମ ରେ ସର୍ବ ସମ୍ମତି କ୍ରମେ ମହିଳା ମଣ୍ଡଳ ର  ସଭାନେତ୍ରୀ ଭାବରେ ସୌଦାମିନୀ ବଘାର, କାର୍ଯ୍ୟକାରୀ ସଭାନେତ୍ରୀ ସସ୍ମିତା ପଧାନ, ଉପ ସଭାନେତ୍ରୀ ଅଂଞଳୀ ମହାକୁର, ସଂପାଦିକା ଅମ୍ବିକା ପଧାନ, ସହ ସଂପାଦିକା ସୀତା କରଣ, କୋଷାଧ୍ୟକ୍ଷ ତିଲୋତମା ବଘାର, ଉପଦେଷ୍ଟା ପ୍ରେମଶିଳା ପଧାନ, ସାଇବାନୀ ପଧାନ, ବାଙ୍କପ୍ରୀୟା ବଘାର, ସତ୍ଯ ବତୀ କର୍ମୀ,ସଦସ୍ଯା ହେମଲୟା  ଖମାରୀ, ସସ୍ମିତା ଖେତୀ, ଭାନୁମତି ଅମାତ, ସ୍ରଧାଞଳୀ ପଧାନ, ସେବତୀ ଛୁରିଆ  ଙ୍କୁ ଚୟନ କରାଯାଇ ଥିଲା। 

କାର୍ଯ୍ୟକ୍ରମ କୁ କମିଟି ର ବରିଷ୍ଠ ସଦସ୍ଯ ସୁଦାମ ଚରଣ ବଘାର ପରିଚାଳନା କରିଥିବା ବେଳେ ମାହେଶ୍ୱରୀ ସେନା ସଂପାଦକ ଲିଲୁ ମୋହନ ପଧାନ ଧନ୍ଯବାଦ ଅର୍ପଣ କରି ଥିଲେ। କାର୍ଯ୍ୟକ୍ରମ ରେ ମୁରିବାହାଲ କେନ୍ଦ୍ର ର ସୁବାଷ ବଘାର, ରାଧେଶ୍ଯାମ ପଧାନ, କୁମାର ଚନ୍ଦ୍ର ଖମାରୀ, ଶାନ୍ତ ରାମ ପଧାନ, ତପନ ବଘାର, ଫକୀର ପଧାନ,ସଂଯୋଜକ ଅଭିମନ୍ୟୁ ପଧାନ,ମାହେଶ୍ୱରୀ ସେନା ର ସେନା ପ୍ରମୁଖ ପ୍ରକାଶ ବଘାର, ଭପ ସଭାପତି ରାହୁଲ ପଧାନ, ସାଧାରଣ ସଂପାଦକ ପ୍ରଦୀପ ବଘାର, ପ୍ରଚାର ପ୍ରସାର ସଂପାଦକ ସାଗର ମହାର ତଥା କମିଟି ର କର୍ମକର୍ତ୍ତା ପ୍ରମୁଖ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।



Report : Sudam baghar

Edited by k.s thakur...



Post a Comment

Previous Post Next Post