ଗନ୍ଧମାର୍ଦ୍ଦନ ପ୍ରତି ଆସନ୍ନ ବିପଦ କୁ ନେଇ ସମ୍ବଲପୁରରେ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସଭାପତି ତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ...

ଗନ୍ଧମାର୍ଦ୍ଦନ ପ୍ରତି ଆସନ୍ନ ବିପଦ କୁ ନେଇ ସମ୍ବଲପୁରରେ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ...



ସମ୍ବଲପୁର,୨୮/୧୨ :ଗନ୍ଧମାର୍ଦ୍ଦନ ପ୍ରତି ଆସନ୍ନ ବିପଦ କୁ ନେଇ ସମ୍ବଲପୁରରେ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସଭାପତି ତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। 

           Ad..


ସମ୍ବଲପୁର ର ପୂର୍ବତନ ସାଂସଦ  ଭବାନୀ ହୋତା ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନ୍ଦୋଳନ ର ଇତିହାସ କୁ ନେଇ ବିସ୍ତାର ରେ ଆଲୋଚନା କରି ଏହାକୁ ଏକ ଐତିହାସିକ ଗଣ ଆନ୍ଦୋଳନ ଯାହା ଭାରତର ବହୁ ଆନ୍ଦୋଳନକୁ ପ୍ରେରିତ କରିଛି। 

Ad..


ଗଣଅଂଶଗ୍ରହଣ, ଗଣଭିତି ଓ ମହିଳମାନଙ୍କ ସଂପୃକ୍ତି ସହ ଯେଉଁଠି ଲୋକେ ଲୋଭ ଓ ଭାୟମୁକ୍ତ ହେଇ ଲଢନ୍ତି ସେଠି ବିଜୟ ସୁନିଶ୍ଚିତ।  ଅଶି ଦଶକରେ ଏ ଆନ୍ଦୋଳନ ପ୍ରତି ସ୍ଥାନୀୟ ଲୋକଙ୍କ ସହ ନିକଟବର୍ତ୍ତୀ ସହର ଓ ମଧ୍ୟବିତଙ୍କ ସମର୍ଥନ ଥିଲା ଅଭୂତପୂର୍ବ।  ମୁଖ୍ୟବକ୍ତା ସରୋଜ ଉଭୟ ଅଶି ଓ ନବେ ପରବର୍ତ୍ତୀ ବିସ୍ଥାପନ ବିରୋଧୀ ଆନ୍ଦୋଳନ ଉପରେ ଆଲୋକପାତ କରିଥିଲେ। 

     Ad..


ଜଗତୀକରଣ ଯୁଗ ରେ ସ୍ଥାନୀୟ ସମ୍ପଦ ଓ ସଂସ୍କୃତି ଉପରେ ବଜାରୀ ଶକ୍ତି ର ଆକ୍ରମଣ କୁ ପ୍ରତିହତ ନ କଲେ ପ୍ରାକୃତିକ ସମ୍ପଦ, ପରିବେଶ, ଜଳବାୟୁ ସବୁ କିଛି ଧ୍ଵଂସ ପାଇଯିବ।  ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସହ ଜୀବନ ଜୀବିକା, ପରିବେଶ, ଓ ଧାର୍ମିକ ଭାବନାର ପ୍ରଭାବ ସମ୍ପର୍କ ବାବଦରେ ଗଭୀର ଆଲୋଚନା କରିଥିଲେ। 

ଅବିଚାରିତ ଶିଳ୍ପାୟନ ବଦଳ ରେ ଜ୍ଞାନ ଭିତ୍ତିକ , କୃଷି ଭିତ୍ତିକ, ଜଙ୍ଗଲ ଭିତ୍ତିକ ଶିଳ୍ପ କୁ ଗୁରୁତ୍ଵ ଦେବା ଓ ଆଗାମୀ ପୀଢ଼ି ଲାଗି ସମ୍ପଦ କୁ ସୁରକ୍ଷିତ ରଖିବା ଉପରେ ଡ଼ ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ୍ବ ଆରୋପ କରିଥିଲେ। ଗନ୍ଧମାର୍ଦ୍ଦନ ଆମ ଅଞ୍ଚଳ ର ସମ୍ପଦ, ଐତିହ୍ୟ, ପରମ୍ପରା ଓ ସଂସ୍କୃତି ଓ ତାକୁ କୌଣସି ହିସାବରେ ନଷ୍ଟ କରିବାକୁ ଦିଆଯିବ ନାହିଁ ବୋଲି ସରକାର ଆଶ୍ବସ୍ତ କରୁ ବୋଲି ସଭା ତରଫରୁ ଦାବି କରାଯାଇଥିଲା। 

ସଭା ପରିଚାଳନା ରେ ଶ୍ରୀ ଲଳିତ ବେବର୍ତ୍ତା, କୈଳାଶ ମିସ୍ତ୍ରୀ, ହୂର୍ଶିକେସ ପୁଝାରୀ ଆଦି ସାହାୟୋଗ କରିଥିଲେ। ସଭାରେ ଶିବ ନନ୍ଦ, ମୁକ୍ତକଣ୍ଠ ପ୍ରଧାନ, ପରେଶ୍ ଦାନି, ଡ ସନ୍ତୋଷ ଦାଶ, ବିରେନ୍ଦ୍ର ପଣ୍ଡା, ରାଜେନ୍ଦ୍ର ପଣ୍ଡା, ଅର୍ଜୁନ ପଣ୍ଡା, ଅରବିନ୍ଦ ମହାପାତ୍ର, ନିରୁପମା ବଡ଼ପଣ୍ଡା, ଅନୁରୋଧ ପୁରୋହିତ, ପ୍ରଫୁଲ୍ଲ ହୋତା ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ। ଶେଷ ରେ ଦୀପକ ପଣ୍ଡା ସଭିଙ୍କୁ ଧନ୍ୟବାଦ ଦେଇଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post