ସଂଯୁକ୍ତ କୃଷକ ସଂଗଠନ ତରଫରୁ ଆଜି ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିଭିନ୍ନ ବ୍ଲକ ପ୍ରତିନିଧି ମାନଙ୍କ ଜରିଆରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା...
ବରଗଡ଼,୨୭/୧୨ : ଚାଷୀ ର ଦୁଃଖ ବୁଝିବା ପାଇଁ ନାଁ ସରକାର ଅଛି ନାଁ ପ୍ରଶାସନ ଅଛି। ଚଳିତ ବର୍ଷ ନୂତନ ସରକାର କେତେ ଯେ ପ୍ରତିଶୃତି ଦେଇଥିଲେ ତାହାର ଠିକଠିକଣା ନାହିଁ। ଚାଷୀଙ୍କ ସମସ୍ତ ଧାନ 31 ଶହ କ୍ୟୁଣ୍ଟାଲ ରେ କିଣାଯିବ ତାହା ପୂଣି କଟନୀ ଏବଂ ଦଲାଲ ମୁକ୍ତ ମଣ୍ଡି ବ୍ୟବସ୍ଥା କରି।
Ad..
ହେଲେ ଅନାଳାଇଜର ମେସିନ ଆଣି ଚାଷୀଙ୍କୁ ପ୍ରଥମେ କ୍ୱାଲିଟି ନାଁ ରେ ଯେମିତି ଭୟଭୀତ କରିବା ଆରମ୍ଭ କଲେ ଜଣା ପଡିଲା ଯେ ଗତ ସରକାର ଙ୍କ ଠାରୁ ଏହି ସରକାର ଆହୁରୀ କଟନୀ ଛଟନି ଚାହୁଁଛନ୍ତି। ସେଥିପାଇଁ କୃଷକ ସଂଗଠନ ମାନେ ଅନାଳାଇଜର ମେସିନ କୁ ତୀବ୍ର ବିରୋଧ କରିବାରୁ ଏବେ ଅନ୍ୟ ପନ୍ଥା ଅବଲମ୍ବନ କରିଛନ୍ତି।
Ad..
ଯେଉଁ ମଣ୍ଡି ରେ ପ୍ରକୃତ ଚାଷୀ ସଫା ଶୁଖିଲା ଧାନ ଆଣୁଛି ସେଠାରେ ଧାନ କିଣା ସ୍ୱାଭାବିକ ନ ହୋଇ ମନ୍ଥର ଗତି ରେ ଧାନ ଉଠୁଛି ଫଳରେ ଚାଷୀ ମାନେ ହଇରାଣ ଦୃଷ୍ଟି ରୁ ଏବଂ ଟଙ୍କା ର ଆବଶ୍ୟକତା କାରଣ ରୁ ମଧ୍ୟସ୍ଥି ଜରିଆରେ 2/3 କେଜି ଧାନ କାଟି ବିକ୍ରି କରିଦେଉଛନ୍ତି।
Ad..
ତାହା ଜିଲ୍ଲା ପ୍ରଶାସନ ଜାଣତରେ, ଏହି ବ୍ୟବସ୍ଥା ଚାଲିଛି ଦରକାର ପଡିଲେ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ମିଲର ସହିତ କଥାବାର୍ତ୍ତା କରି ଧାନ ବିକ୍ରି କରିବା ପାଇଁ ଚାଷୀଙ୍କୁ ନୁରୁତ୍ସାହିତ କରୁଛନ୍ତି। ସେଥିପାଇଁ ସଂଯୁକ୍ତ କୃଷକ ସଂଗଠନ ତରଫରୁ ଆଜି ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିଭିନ୍ନ ବ୍ଲକ ପ୍ରତିନିଧି ମାନଙ୍କ ଜରିଆରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି।
ପ୍ରକାଶ ଥାଉକି ବର୍ତ୍ତମାନ ସୁଦ୍ଧା 72 ହଜାର ଚାଷୀଙ୍କ ଠାରୁ 34 ଲକ୍ଷ କ୍ୟୁଣ୍ଟାଲ ଧାନ ବରଗଡ଼ ଜିଲ୍ଲା ରୁ କିଣା ଯାଇଛି ଏବଂ ଖୋଲା ଆକାଶ ତଳେ ପାଖାପାଖି 6 ଲକ୍ଷ ପକେଟ ଧାନ ମଣ୍ଡି ରେ ପଡିଛି। କିନ୍ତୁ ଆଶ୍ଚର୍ଯ୍ୟ କଥା ଏହିକି ଯେ ବରପାଲି ର କୁମ୍ଭାରୀ, ତୁଳଣ୍ଡି, ଆଗଲାପୁର ଅମ୍ବାଭାନା ର ବରା ଏବଂ ଭେଡେନ ବ୍ଲକ ର କୁବେଡେଗା, ସହରାଟିକ୍ରା, ତେନ୍ତୁଳି ଟିକ୍ରା, ଭେଡେନ ଆଦି ମଣ୍ଡି ରେ ସର୍ବାଧିକ ଧାନ ପଡ଼ିରହିଛି।
ଏହି ମଣ୍ଡି ମାନଙ୍କରେ ଚାଷୀମାନେ ସଂଗଠିତ ହୋଇ ଭଲ ଧାନ ଆଣି ବିକ୍ରି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ସେଥିପାଇଁ ଆଜି ଏହି ସବୁ ମଣ୍ଡି ରୁ ପ୍ରତିନିଧି ମୂଳକ ଭାବେ ଆସି ଆନ୍ଦୋଳନ ରେ ଯୋଗ ଦେଇ ଧାରଣା ରେ ବସିଥିଲେ ପରେ ଏ ଡି ଏମ ମଧୁସ୍ମିତା ଛନ୍ଦ, ସି ଏସ ଓ ରାଜକିଶୋର ପାଣିଗ୍ରାହୀ ଏବଂ ଅନ୍ୟାନ ଅଧିକାର ମାନେ ସଂଗଠନ ସହିତ କଥାବାର୍ତା ହୋଇଥିଲେ।
କିନ୍ତୁ ସଂଗଠନ ତାହାର ଯିଦ ରେ ଅଟଳ, ଯଦି ରବିବାର ସନ୍ଦ୍ୟା ସୁଦ୍ଧା ମଣ୍ଡି ମାନଙ୍କର ସମସ୍ତ ଧାନ କିଣା ନ ଯାଉଛି ତାହାହେଲେ ସୋମବାର ଦିନ ଜିଲ୍ଲାପାଳ ଅଫିସ ରେ ଧାନ ପକାଇ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।
ଏହି ଆଲୋଚନା ରେ ସଂଯୁକ୍ତ କୃଷକ ସଂଗଠନ ର ରମେଶ ମହାପାତ୍ର, ଉତ୍ପନ୍ନ ଭୋଇ, ଜୟ ପ୍ରକାଶ ବେହେରା, ଭୁବନେଶ୍ୱର ଖମାରୀ, ବନବାସ ସାହୁ, କ୍ଷୀରୋଦ୍ର ସାହୁ, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି, ବିକାଶ ଭୋଇ, ନବୀନ ଭୋଇ, ପ୍ରହଲ୍ଲାଦ ଭୋଇ, ପ୍ରଦୀପ ଭୋଇ, ଗୌର ଭୋଇ, ନନ୍ଦିଘୋଷ ମିଶ୍ର, ରାଜେନ୍ଦ୍ର ଦେହେରୀ, ଘନ ପଧାନ, ହାରଧାନ ସାହୁ ଏବଂ ଉଲ୍ଲାସ ସାହୁ ଅଂଶ ଗ୍ରହଣ କରିଥିଲେ।
Report : Bijay ku sahu
Edited by k.s thakur...




