ଅଭିମନ୍ୟୁ ସାମନ୍ତସିଂହାର ସାହିତ୍ୟ ସୃଜନୀ ସମାରୋହ...

ଅଭିମନ୍ୟୁ ସାମନ୍ତସିଂହାର ସାହିତ୍ୟ ସୃଜନୀ ସମାରୋହ...


ବରଗଡ଼,୨୮/୧୨ : ସୋନପୁର ଜିଲ୍ଲା ବିନିକା ଠାରେ ଅଭିମନ୍ୟୁ ସାମନ୍ତସିଂହାର ସାହିତ୍ୟ ସୃଜନୀ ପକ୍ଷରୁ ତୃତୀୟ ବାର୍ଷିକ ସାହିତ୍ୟ ସମାରୋହ ସାହିତ୍ୟିକା ଶ୍ରୀମତୀ ଚିନ୍ମୟୀ ଅଗସ୍ତି ଙ୍କ ବାସଭବନରେ ମହାଆଡମ୍ବରରେ ପାଳିତ ହୋଇଯାଇଅଛି।

            Ad..


ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ହୃଷିକେଶ ହୋତା, ମୁଖ୍ୟ ବକ୍ତା ଶ୍ରୀ ପୁରୁଷୋତ୍ତମ ମିଶ୍ର, ସମ୍ମାନିତ ଅତିଥି ଡ. କୈବଲ୍ୟ ମିଶ୍ର, ସମ୍ମାନିତ ବକ୍ତା ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି ଓ ସମ୍ମାନିତ ଅତିଥି ଡ. ସନ୍ତୋଷ କୁମାର ଶତପଥି ଯୋଗ ଦେଇ ଉତ୍ତମ ସାହିତ୍ୟ ଓ କବିତା ଲେଖନୀ ଦ୍ୱାରା ସମାଜର ସଂସ୍କାର ହୋଇ ପାରିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ।

Ad..


ଏହା ପୂର୍ବରୁ ପ୍ରଥମ ଅଧିବେଶନ ରେ ଏକ ସ୍ବ ରଚିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜା ବିକ୍ରମାଦିତ୍ୟ, ଶ୍ରୀ ବଟକୃଷ୍ଣ ସାହୁ,ଡ.ବୈରାଗୀ ଚରଣ ମଲ୍ଲିକ, ଶ୍ରୀମତୀ ଲିଲି ପଟେଲ, ଶ୍ରୀ ହେମନ୍ତ ଦା‌ଶ , ଶ୍ରୀମତୀ ସୁମିତ ମୁଣ୍ଡ, ଡ଼ଃ.ପ୍ରିୟ ଦର୍ଶନୀ ମିଶ୍ର, ଡ଼ଃ ଜୟନ୍ତୀ ଜେନା ପ୍ରମୁଖ କବିତା ପାଠୋତ୍ସବରେ ଅଂଶ ଗ୍ରହଣ କରି ସ୍ବରଚିତ କବିତା ପାଠ କରିଥିବା କବି କବୟିତ୍ରୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ।

     Ad..


ସମଗ୍ର ଓଡ଼ିଶାରୁ ଶତାଧିକ କବି କବୟିତ୍ରୀ ଓ ସାହିତ୍ୟିକ ମାନେ ଯୋଗଦେଇଥିଲେ। ବଲାଙ୍ଗୀର ରୁ ଶ୍ରୀମତୀ ଦୀପ୍ତିମାଳା ତ୍ରିପାଠୀ, ଶ୍ରୀମତୀ  ପାର୍ଥବୀ ଗୁରୁ , ଆଶୁକବି ହେମନ୍ତ ଦାଶ, ଜ୍ୟୋତିରାଣୀ ମିଶ୍ର , ଦିଲ୍ଲୀପ କୁମାର ମିଶ୍ର , ଶ୍ରୀମତୀ ପୂର୍ଣ୍ଣିମା ପଣ୍ଡା, ପୂର୍ଣଚନ୍ଦ୍ର ମେହେର,ବରଗଡ଼ ରୁ  ତୁଳସୀ ଚରଣ ଦାଶ, ଜଟାଧାରୀ ପ୍ରଧାନ,ସୁବର୍ଣ୍ଣପୁରରୁ ଶୁଭ୍ରାଂଶୁ ଶେଖର ପାଢ଼ୀ ,କନ୍ଧମାଳ ରୁ ଡ଼.ସ୍ୱାଗତିକା ସାହୁ , ଜଗତସିଂହପୁରରୁ  ପ୍ରଜ୍ଞାଲୀନ ସାହୁ , କଟକରୁ ଶ୍ରୀମତୀ ସଫଳା ଦାସ, ଢେଙ୍କାନାଳ ରୁ ସସ୍ମିତା ଦାସ , କଳାହାଣ୍ଡି ରୁ ଉଦ୍ଧବ ସାହୁ , ନିରଞ୍ଜନ ସାହାଣୀ ଗଞ୍ଜାମ ରୁ ମମତା କୁମାରୀ ସୁଆର,ଆଦି ଶତାଧିକ କବି / କବୟିତ୍ରୀ ଉପସ୍ଥିତ ହୋଇ କବିତା ପାଠ କରିବା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା।

ସୁବର୍ଣ୍ଣପୁର ବିନିକା ମାଟିର ଦାୟାଦ ଡ଼.ନିରଞ୍ଜନ ପଣ୍ଡା ତଥା ତାଙ୍କ ପତ୍ନୀ ତନ୍ମୟୀ ଅଗସ୍ତି ଙ୍କ ସାହିତ୍ୟ ପ୍ରୀତି ତଥା ମାତୃଭାଷା ସାହିତ୍ୟର ପ୍ରଗତି ଉଦ୍ଦେଶ୍ୟରେ ତାଙ୍କ ଅବଦାନକୁ ସାରା ରାଜ୍ୟର ଲୋକେ ପ୍ରଶଂସା କରୁଛନ୍ତି । ଏଥି ସହିତ ଡ. ନିରଞ୍ଜନ ପଣ୍ଡା ଙ୍କ 'ହୃଦୟର ସ୍ବର',ଡ.ଅଲେଖ ପ୍ରସାଦ ମହାରଣା ଙ୍କ 'ଦ ସ୍ପେକ୍ଟ୍ରମ ଅଫ୍ ଲାଇଟ୍', ଏବଂ ଡ. ଶ୍ରୀକାନ୍ତ ପଣ୍ଡା ଙ୍କ 'ଦ ଇକୋ ଅଫ୍ ମାଇଁ ସାଇଲେଣ୍ଟ ହାର୍ଟ୍' , ପ୍ରତିଷ୍ଠାତା ଡ.ନଟବର ପ୍ରଧାନଙ୍କ 'ଆସରେ ପିଲେ ପଢ଼ିବା ପାଠ' ଆଦି ପୁସ୍ତକ ଉନ୍ମୋଚିତ ହୋଇଥିଲା।

ନାମ ପଞ୍ଜିକରଣ ରେ ଡ.ପ୍ରିୟଦର୍ଶିନୀ ମିଶ୍ର ଏବଂ କନ୍ଧମାଳ ରୁ ଡ. ସ୍ୱାଗତିକା ସାହୁ ରହିଥିବା ବେଳେ ଅନୁଷ୍ଠାନ ର ସହ ସମ୍ପାଦିକା ଡ଼. ପ୍ରିୟଦର୍ଶନୀ  ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ



Report : Bijay ku sahu

Edited by k.s thakur...

Post a Comment

Previous Post Next Post