ବୀରତା ଦିବସରେ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ...

ବୀରତା ଦିବସରେ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ...


ପଦ୍ମପୁର,୨୮/୧୨ : ଶହୀଦ ମାଧୋ ସିଂ ଙ୍କ ସ୍ମୃତି ଉଦ୍ଧେଶ୍ୟରେ ପାଳନ ହେଉଥିବା ବୀରତା ଦିବସ ଅବସରରେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଶହୀଦ ସ୍ମୃତି ସମିତି ବରଗଡ଼ର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ପ୍ରସ୍ତୁତି ବୈଠକ ଆଜି ଶୁକ୍ରବାର ବରଗଡ଼ ସାଇଁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି।

              Ad..


ଡିସେମ୍ବର ୩୧ତାରିଖ ମଙ୍ଗଳବାର ଦିନ ବରଗଡ଼ ହଲଦୀପାଳି ସ୍ଥିତ ବୀର ଛକରେ ସକାଳ ୮ ଘଣ୍ଟାରୁ ଆରମ୍ଭ ହେବାକୁ ଯାଉଥିବା ଉକ୍ତ ରକ୍ତଦାନ ଶିବିରରେ ବହୁମାତ୍ରାରେ ଯୋଗଦାନ କରି ରକ୍ତଦାନ କରିବା ପାଇଁ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ ଅନୁରୋଧ କରିଛନ୍ତି । 

Ad..


ଆଜିର ବୈଠକ ଶ୍ରୀ ବିକାଶ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ ଜି ରମେଶ, ଶେଷଦେଵ ପଧାନ,ବିକାଶ ଭୋଇ, ଅନନ୍ତ ସାହୁ, ବିଜୁ ମେହେର, ଚନ୍ଦନ ସାହୁ, ଦେବେନ ଭୁଏ,  ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଶେଷରେ ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ଶ୍ରୀ ରାଜେଶ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ।
    Ad..




Report : Bijay ku sahu

Edited by k.s thakur...



Post a Comment

Previous Post Next Post