ମୁଣ୍ଡ ଟେକୁଛି ଗନ୍ଧମାର୍ଦ୍ଦନ ଆନ୍ଦୋଳନ, ଚେତାବନୀ ଦେଲେ ଆନ୍ଦୋଳନକାରୀ...
ବରଗଡ଼,୨୮/୧୨ : ଗନ୍ଧମାର୍ଦ୍ଦନ ପ୍ରତି ଆସନ୍ନ ବିପଦ କୁ ନେଇ ନୃସିଂହନାଥ ପୀଠ ବାବା ସେମେବେଶ ଙ୍କ ଆଶ୍ରମ ଠାରେ ସେମବେଶ ଙ୍କ ସଭାପତିତ୍ବରେ ଗନ୍ଧମାର୍ଦ୍ଦନ ବଚାଓ ଆନ୍ଦୋଳନ ର ସାଧାରଣ ପରିଷଦ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
Ad..
୮୦ ଅଶି ଦଶକରେ ଅନୁଷ୍ଠିତ ହୋଇଥିବା ତତ୍କାଳୀନ ବାଲକୋ ଆନ୍ଦୋଳନ ର ଇତିହାସ କୁ ନେଇ ବିସ୍ତାର ରେ ଆଲୋଚନା କରି ଯାହା ବହୁ ଲୋକ ଙ୍କ ପ୍ରତିକ ହୋଇ ଐତିହାସିକ ଗଣ ଆନ୍ଦୋଳନ ଭାବରେ ପରିଚୟ ସୃଷ୍ଟି କରିଛି ଯାହା ଭାରତର ବହୁ ଆନ୍ଦୋଳନକୁ ପ୍ରେରିତ କରିଥିଲା ତାହା ପୁଣିଥରେ ଉଦଯିବିତ ହେଉଛି ବୋଲି ସନ୍ଦେହ କରି ପୁଣିଥରେ ଆନ୍ଦୋଳନ କରିବା ପାଇଁ ଲୋକମାନେ ପ୍ରସ୍ତୁତି ଆରମ୍ଭ କରୁଛନ୍ତି ।
Ad..
ଗତ ୨୩ ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲା ନୃସିଂହନାଥ ପୀଠ ରେ ଥିବା ଆଶ୍ରମରେ ପୂଜାର୍ଚ୍ଚନା, ହୋମଯଜ୍ଞ ସହ ବଡ ଧରଣର ଆଲୋଚନା ଓ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଶି ଦଶକରେ ଏ ଆନ୍ଦୋଳନ ପ୍ରତି ସ୍ଥାନୀୟ ଲୋକଙ୍କ ସହ ନିକଟବର୍ତ୍ତୀ ସହର ଓ ମଧ୍ୟବିତଙ୍କ ସମର୍ଥନ ଥିଲା ଅଭୂତପୂର୍ବ।
Ad..
ଉଭୟ ଅଶି ଓ ନବେ ପରବର୍ତ୍ତୀ ବିସ୍ଥାପନ ବିରୋଧୀ ଆନ୍ଦୋଳନ ଉପରେ ଆଲୋକପାତ କରିଥିଲେ। ଜଗତୀକରଣ ଯୁଗ ରେ ସ୍ଥାନୀୟ ସମ୍ପଦ ଓ ସଂସ୍କୃତି ଉପରେ ବଜାରୀ ଶକ୍ତି ର ଆକ୍ରମଣ କୁ ପ୍ରତିହତ ନ କଲେ ପ୍ରାକୃତିକ ସମ୍ପଦ, ପରିବେଶ, ଜଳବାୟୁ ସବୁ କିଛି ଧ୍ଵଂସ ପାଇଯିବ। ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସହ ଜୀବନ ଜୀବିକା, ପରିବେଶ, ଓ ଧାର୍ମିକ ଭାବନାର ପ୍ରଭାବ ସମ୍ପର୍କ ବାବଦରେ ଗଭୀର ଆଲୋଚନା କରିଥିଲେ।
ଅବିଚାରିତ ଶିଳ୍ପାୟନ ବଦଳ ରେ ଜ୍ଞାନ ଭିତ୍ତିକ , କୃଷି ଭିତ୍ତିକ, ଜଙ୍ଗଲ ଭିତ୍ତିକ ଶିଳ୍ପ କୁ ଗୁରୁତ୍ଵ ଦେବା ଓ ଆଗାମୀ ପୀଢ଼ି ଲାଗି ସମ୍ପଦ କୁ ସୁରକ୍ଷିତ ରଖିବା ଉପରେ ଉପସ୍ଥିତ ସମସ୍ତ ଆନ୍ଦୋଳନକାରୀ ମତ ପ୍ରକାଶ କରି ପ୍ରସ୍ତୁତି ଆରମ୍ଭ କରିଥିଲେ। ଆଗାମୀ ଦିନରେ ନୃସିଂହନାଥ ପୀଠ, ହରିଶଙ୍କର ପୀଠ ସହ ଗନ୍ଧମାର୍ଦ୍ଦନ ପର୍ବତମାଳା ର ସୁରକ୍ଷା ପାଇଁ ବଡ ଧରଣର ଜନଆନ୍ଦୋଳନ ଚେତାବନୀ ଦେଇ ବିଭିନ୍ନ କାର୍ଯ୍ୟକ୍ରମ କରିବାପାଇଁ ଆନ୍ଦୋଳନକାରୀ ନିଷ୍ପତ୍ତି ନେଇଥିଲେ।
ବିଭିନ୍ନ ବିଶିଷ୍ଟ ବିଶିଷ୍ଟ ବ୍ଯକ୍ତି, ସାଧୁ, ସନ୍ଥ ଙ୍କ ସମେତ ବରଗଡ଼ ର ଆନ୍ଦୋଳନକାରୀ ମାନେ ଉପସ୍ଥିତ ଥିଲେ।ଶେଷରେ ସମାଜସେବୀ ତଥା ଆଶ୍ରମର କର୍ମକର୍ତ୍ତା ବିକ୍ରମ ସରାଫ ଧନ୍ୟବାଦ ଦେଇଥିଲେ।
Report : Bijay ku sahu
Edited by k.s thakur...




