ପାଳିତ ହେଲା ଜିଲ୍ଲା ସ୍ତରୀୟ ସୁଶାସନ ଦିବସ - ବିକଶିତ ଭାରତ ପାଇଁ ସମସ୍ତେ ଜଣେ ଜଣେ ଧର୍ମପଦ ହେବା : ମାନ୍ୟବର ରାଜସ୍ଵ ମନ୍ତ୍ରୀ...
(ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜନ୍ମ ଜୟନ୍ତୀରେ ଆୟୋଜିତ ହେଲା ସରକାରୀ ଯୋଜନାର ସଫଳ ରୂପାଯନ ନେଇଁ ପ୍ରଦର୍ଶନୀ ଏବଂ ଅଟଳ ସ୍ମୃତି କବିତା ପାଠୋତ୍ସବ)
ବରଗଡ଼,୨୬/୧୨ : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକ ଶହ ତମ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି।
Ad..
ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଷ୍ଟଲ ପ୍ରଦର୍ଶନୀ ଉଦଘାଟନ କରିବା ସହ ପଦ୍ମଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ, ମାର୍ଗଦର୍ଶନ ଏବଂ ତାଙ୍କ ଆଦର୍ଶ ବିଷୟରେ ଆଲୋଚନା କରି ବିକଶିତ ଭାରତର ବିଶୁ ମହାରଣା ଭାବେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଶ୍ରୀ ଅଟଳ ଜି ଏବଂ ବର୍ତ୍ତମାନର ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ବିବେଚନା କରିଆ ସହ ବିକଶିତ ଭାରତ ଗଠନ ପାଇଁ ସମସ୍ତେ ଜଣେ ଜଣେ ଧର୍ମପଦ ହେବା ପାଇଁ ଆହ୍ୱାନ ଦେଇଛନ୍ତି ।
Ad..
ମୁଖ୍ୟ ଅତିଥି ଶ୍ରୀ ପୂଜାରୀ ନିଜ ଅବିଭାଷଣରେ ଅଟଳ ଜୀଙ୍କୁ ଯୁଗନାୟକ ବୋଲି କହିଥିଲେ। ସେ କହିଥିଲେଯେ ଭାରତୀୟ ଇତିହାସରେ ସୁଶାସନର ଜଣେ ପ୍ରବୀଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ ଅଟଳ ବିହାରୀ ବାଜପେୟୀ। କେବଳ ଜଣେ ଉଦାରବାଦୀ ରାଜନୀତିଜ୍ଞ ନୁହେଁ ଜଣେ କବି, ସମାଜସେବୀ, ଲେଖକ, ପତ୍ରକାର ଭାବରେ ସମସ୍ତେ ତାଙ୍କୁ ଜାଣନ୍ତି।
Ad..
କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ। କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ବାଜପେୟୀ ଜଣେ ରାଜନେତା ସହ ଜଣେ ଭଲ କବି ମଧ୍ୟ ଥିଲେ। ସଂସଦରେ ଅନେକ ଥର ସେ କବିତା ମାଧ୍ୟମରେ ନିଜ ବୟାନ ରଖିଛନ୍ତି। ତେଣୁ ତାଙ୍କୁ ଜଣେ କବି ଭାବରେ ସାରା ଦେଶ ଜାଣେ।
ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟାଲଙ୍କ ସମେତ ମାନ୍ୟବର ଅତାବିରା ବିଧାୟକ ଶ୍ରୀ ନୀହାର ରଞ୍ଜନ ମହାନନ୍ଦ, ମାନ୍ୟବର ବିଧାୟକ, ବିଜେପୁର ଶ୍ରୀ ସନତ କୁମାର ଗର୍ତିଆ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ମଂଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଷ୍ଟଲ ପ୍ରଦର୍ଶନୀର ଉଦ୍ଘାଟନ ପରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ, ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅନୁଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲାର ପ୍ରମୁଖ କବିଙ୍କ ଦ୍ୱାରା ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ସ୍ୱରଚିତ କବିତା ସମସ୍ତ ପାଠ ଆୟୋଜିତ ହୋଇଥିଲା । ଅଟଳ ବିହାରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଜାତୀୟବାଦୀ କବିତାର ସ୍ୱରରେ କରତଲୀମୟ ହୋଇଉଠିଥିଲା ସଭାସ୍ଥଳୀ।
ଏଥିସହିତ ଜିଲ୍ଲାର ଲୋକ ସେବାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ବିଭାଗ ଏବଂ ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା ।ସଭା ସରିବା ପରେ ମାନ୍ୟଵର ମାନ୍ତ୍ରୀ ନବ ନିର୍ମିତ ସର୍କିଟ୍ ହାଉସ ଉଦ୍ଘାଟନ କରିଥିଲେ ।
Report : Bijay ku sahu
Edited by k.s thakur...




