ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନ ଆହ୍ବାନରେ ଅନେକ କୃଷକ ସଂଗଠନ ର ଘେଁସ ଧାନ ମଣ୍ଡି ଠାରେ ବୈଠକ...

ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନ ଆହ୍ବାନରେ ଅନେକ କୃଷକ ସଂଗଠନ ର ଘେଁସ ଧାନ ମଣ୍ଡି ଠାରେ ବୈଠକ...


ବରଗଡ଼,୨୬/୧୨ : ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନ ଆହ୍ବାନରେ ସୋହେଲା ର ବୀର ସୁରେନ୍ଦ୍ର ସାଏ କୃଷକ ସଂଗଠନ 10ମାଇଲ , କୃଷକ ବିକାଶ ମଞ୍ଚ, ବିଜେପୁର କୃଷକ ସଂଗଠନ ଏବଂ ଆଞ୍ଚଳିକ କୃଷକ ସଂଗଠନ ମେଲଛାମୁଣ୍ଡା ର ସକ୍ରିୟ ସଦସ୍ୟ ମାନଙ୍କର ମିଳିତ ଭାବେ ଘେଁସ ଧାନ ମଣ୍ଡି ଠାରେ ବୈଠକ ବସିଥିଲା। 

              Ad..


ପ୍ରଥମେ ପ୍ରେମରାଜ ସାହୁଙ୍କ ସଭାପତିତ୍ୱ ରେ ସଭା ପରିଚାଳନା ହୋଇ ପାଇକମାଲ କୃଷକ ସଂଗଠନ ର ସକ୍ରିୟ ସଦସ୍ୟ ସାନ ମହାରାଜା ନନ୍ଦଲାଲ ତ୍ରିବେଦୀ ଙ୍କ ଦେହାନ୍ତ ରେ ଶୋକସଭା କରାଗଲା।

     Ad..


ଚଳିତ ବର୍ଷ ସୋହେଲା ବ୍ଲକ 33 ଅନୁପାତିକ କମ ବର୍ଷା କାରଣ ରୁ ମାଳ,ବେର୍ଣ୍ଣl ଜାତୀୟ ଧାନ ନଷ୍ଟ ହୋଇଥିବା ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥାପନ କରିଥଲେ। ବଞ୍ଚି ଥିବା ଚାଷ ଗୁଡିକରେ ମଧ୍ୟ ଡିଜେଲ ଖର୍ଚ୍ଚ, ବିଦ୍ୟୁତ ବିଲ ଯୋଗୁଁ ଅଧିକ ଖର୍ଚ୍ଚ ବହନ କରିଛି ସେଥିପାଇଁ ସୋହେଲା ବ୍ଲକ କୁ ମରୁଡି ଘୋଷଣା କରି ଫସଲ ବୀମା ଏବଂ  ଇନପୁଟ ସବସିଟି ଦେବା ପାଇଁ ସରକାର ଙ୍କୁ ଜଣାଇବାକୁ ପ୍ରସ୍ତାବ କରାଯାଇଛି।

    Ad..


ଚାଷ ଉପଯୋଗୀ ବିଦ୍ୟୁତ ବିଲ ବାବଦରେ ସମସ୍ତ ଙ୍କ ସହମତି କ୍ରମେ 4 ହଜାର ଟଙ୍କା ବାର୍ଷିକ ଦିଆଯିବ ବୋଲି ପ୍ରସ୍ତାବ ନିଆଗଲା, ଧାନ ବିକ୍ରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଗଲା ସେ ମଧ୍ୟରୁ ଟୋକନ ଅବ୍ୟବସ୍ଥା, କଟନୀ ଛଟନି ଏବଂ ମଧ୍ୟସ୍ଥି ଦଲାଲ ମାନଙ୍କ ଉପଦ୍ରବ ଯୋଗୁଁ ଆସନ୍ତା 27 ଶୁକ୍ରବାର ବରଗଡ଼ କଲେକ୍ଟର ଅଫିସ ସମ୍ମୁଖରେ  ଅନିର୍ଦ୍ଦିଷ୍ଟ କାଳ ଧାରଣା ଦିଆଯିବ। ତେଣୁ ପ୍ରଭାବିତ ଚାଷୀ ମାନଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କାରଯାଇଛି।

 ଏହି ସଭାରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ଶ୍ରୀଯୁକ୍ତ ରମେଶ ମହାପାତ୍ର, ପ୍ରଭାତ ସାହୁ, କୁଞ୍ଜବିହାରି ପଧାନ, ପରକ୍ଷିତ ମହାକୁର, ଚନ୍ଦ୍ରଶେଖର ପଧାନ, ରାଜେଶ ନାଏକ,ରବି ଶଙ୍କର ପଧାନ,ଭଗବାନ ପଧାନ, ଅବନୀ କାନ୍ତ ପଧାନ, ରତିକାନ୍ତ ବାରିକ, ଅଶ୍ୱିନୀ ପଟେଲ,ବିମଲ ବାରିକ, ସୁବାଷ ସାହୁ, ଶିବ ସାହୁ, କ୍ଷୀରୋଦ୍ର ପଧାନ ସମେତ ସୋହେଲା ବ୍ଲକର 27 ଟି ଗ୍ରାମପଞ୍ଚାୟତ ର ଶହ ଶହ ଚାଷୀ ଯୋଗ ଦେଇଥିଲେ।



Report : Bijay ku sahu

Edited by k.s thakur...


Post a Comment

Previous Post Next Post