ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ...

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ...


ବରଗଡ଼/ଅମ୍ବାଭୋନା,୨୩/୧୨ : ଆମ ଦେଶର ପ୍ରାଚୀନ ଗଣିତ ପ୍ରତି ଛାତ୍ରଛାତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସେମାନଙ୍କ ମଧ୍ୟରେ ଗାଣିତିକ ଚିନ୍ତନ ଜାଗ୍ରତ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ସ୍ଥିତ ଜନତା ସରକାରୀ ହାଇସ୍କୁଲରେ  ଯୁବଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ପବିତ୍ର ଜନ୍ମତିଥି ଅବସରରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି।

            Ad..


ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶିକ୍ଷକ ବୋଧରାମ ବିଶ୍ବାଳ ଗଣିତ ଦିବସର ଉଦ୍ଦେଶ୍ୟ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ। 

    Ad..


ଏହି ଅବସରରେ ଆୟୋଜିତ ଏକ ସେମିନାରରେ ବିଜ୍ଞାନ ଶିକ୍ଷକ ସଂଜୟ ଖମାରୀ ଚଳିତବର୍ଷ ଜାତୀୟ ଗଣିତ ଦିବସର ପ୍ରସଙ୍ଗ "ଗଣିତ - ନବୋଦ୍ଭବନ ଓ ପ୍ରଗତିର ସେତୁ" ଉପରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରିବା ସହିତ ପ୍ରସିଦ୍ଧ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜୀବନୀ ଏବଂ ତାଙ୍କ ଦ୍ଵାରା ଆବିଷ୍କୃତ ତତ୍ତ୍ୱ ଓ ଗାଣିତିକ ସୂତ୍ରକୁ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିଥିଲେ।

ଶିକ୍ଷକ ଆଶୁତୋଷ ଭୋଇ, ସୁବାସ ଚନ୍ଦ୍ର ଖମାରୀ,ଅଙ୍କିତ ମହନ୍ତ, ପଦ୍ମଲୋଚନ ବିଶି,ଶିକ୍ଷୟିତ୍ରୀ ଅନିତା ପଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ଗଣିତ ଶିକ୍ଷକ ତେଜରାମ ସା ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post