ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ କର୍ମୀ ସମ୍ମିଳନୀ ତଥା ମାତୃ ପ୍ରକୋଷ୍ଠ ଉଦ୍ଘାଟନ...
ପଦମପୁର,୨୩/୧୨ : ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଦିପ୍ତି ପୁର ଠାରେ ବରଗଡ଼ ଜିଲ୍ଲା ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନର ଜିଲ୍ଲା ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଶ୍ରୀମା ଓ ଶ୍ରୀ ଅରବିନ୍ଦ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
Ad..
ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ।ବରଗଡ଼ ଜିଲ୍ଲା ସଂଗଠକ ଡ ଉପେନ୍ଦ୍ର ମହାପାତ୍ର ଯଥାର୍ଥ ଦିବ୍ୟକର୍ମ ସମ୍ବନ୍ଧରେ ଆଲୋକପାତ କରିବା ସଙ୍ଗେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠାର ଉଦ୍ଦେଶ୍ୟ ସମ୍ପର୍କରେ ଦିଗଦର୍ଶନ ପ୍ରଦାନ କରିଥିଲେ।
Ad..
ପଦମପୁର ବ୍ଲକ୍ ସଂଗଠନର ସଂଗଠକ ଶ୍ରୀ ମନୋଜ ଭାଇ ଓ ସଂଗଠିକା ଆଲ୍ଲାଦିନୀ ଅପା ଶ୍ରୀ ଅରବିନ୍ଦଙ୍କ ଦଶ କର୍ମଧାରା ଉପରେ ଆଲୋଚନା କରିଥିଲେ। ବରଗଡ଼ ଜିଲ୍ଲାର ବିଭିନ୍ନ ଶିକ୍ଷାକେନ୍ଦ୍ର ର ଅପା ଭାଇ ମାନେ ବହୁ ସଂଖ୍ୟାରେ ଯୋଗଦାନ୍ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।
ଏହି ଅବସରରେ ଶିକ୍ଷାକେନ୍ଦ୍ରର ମାତୃ ପ୍ରକୋଷ୍ଠର ଶୁଭ ଉଦ୍ଘାଟନ ହୋଇଥଲା। ଏହି ସଭାରେ ମାତୃ ପ୍ରେମୀ ଶ୍ରୀ ଚନ୍ଦ୍ରମଣି ସାହୁ ସଭାପତିତ୍ବ କରିଥିଲାବେଳେ ମାତୃ ପ୍ରେମୀ ଶ୍ରୀ ନିର୍ମଳ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ର ର ସମସ୍ତ ଅପା ଭାଇ ଏବଂ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...
Tags:
latest news
latest update
odisha daily current affairs
padamapur
padampur news
sri aravindo purnanga school



