ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ୪୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ...
ପଦ୍ମପୁର,୨୩/୧୨ : ସ୍ଥ।ନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ର ୪୦ ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇ ଯାଇଅଛି। ଏହି ଅବସରରେ ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାକାର୍ଯ୍ୟ ରେ ୮୦ ଜଣ ଭାଇ ଭଉଣୀ ମାନଙ୍କ ସ୍ୱାଗତ ସଂଗୀତ ଗାନ କରିଥିଲେ।
Ad..
ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ କୁମାର ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ କୁ ଆରମ୍ଭ. କରି ନୂତନ ବନ୍ଦନା ମଣ୍ଡପ କୋଠାଘର କୁ ଉହ୍ପାଟନ ଓ ବାର୍ଷିକ ମୁଖପତ୍ର ଅରୁଣ ର ଶୁଭ ଉନ୍ମୋଚନ କରି ଶିଶୁର ସର୍ବାଙ୍ଗୀନ ବିକାଶ ନିମିତ୍ତ ଗୁରୁଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।
Ad..
ସଭାପତି, ପଶ୍ଚିମ ସମ୍ଭାଗ, ଶିକ୍ଷା ବିକାଶ ସମିତି ଓଡିଶା ତଥା ଆସୋସିଏଟ୍ ପ୍ରଫେସର ଡ଼ଃ ବେଣୁଧର ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶିଶୁଙ୍କୁ ସଂସ୍କାରିତ କରି ଗଢି ତୋଳିବା ରେ ମାତାପିତାଙ୍କ ଭୂମିକା ଉପରେ ଗୁରୁଦ୍ୱାରୋପ କରିଥିଲେ। ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ବାର୍ଷିକ ବିବରଣୀ ପଠନ କରିଥିଲେ।
ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଶିଷ୍ଟ ସାଦ ଜଣ ପ୍ରମୁଖ ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।ବାର୍ଷିକ ଉତ୍ସବର ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ।ଶେଷରେ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ଧନ୍ୟବାଦ ଅର୍ପଣ କରିଥିଲେ।
ପରେ ପରେ ଉତ୍ସବ ପ୍ରମୁଖ ସୁକାନ୍ତ କିଶୋର ସାହୁ ଙ୍କ ତତ୍ବାବଧାନରେ ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ , ନାଚ, ଗୀତ,ଯୋଗାସନ ଓ ନାଟ୍ୟକାର ରାଜେନ୍ଦ୍ର ମହାନ୍ତି ଙ୍କ ନିର୍ଦ୍ଦେଶିତ ନାଟକ ସସେମିରା ଓ ନାଟ୍ୟକାର ଶ୍ରୀଯୁକ୍ତ କେଶରଞ୍ଜନ ପ୍ରଧାନ ଙ୍କ ରଚିଦ ଓ ଦୟାସାଗର ଧରୁଆଙ୍କ ନିର୍ଦ୍ଦେଶିତ ମାଧୋସିଂ ଉପରେ ପର୍ଯ୍ୟବେଶିତ ନାଟକ ଘାଟି ପ୍ରଭୃତି ଅନୁଷ୍ଠିତ ହୋଇଥିଲା।
କଲ୍ୟାଣୀ ମିଶ୍ର ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା ଓ ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ୱାରା ମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ମାତୃଭାରତୀ ସଦସ୍ୟା , ପୂର୍ବ ଛାତ୍ର ସଂସଦ ର ସଦସ୍ୟ ଓ ପରିଚାଳନା କମିଟୀର ସଦସ୍ୟ ବୃନ୍ଦ ତଥା ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
Report : Bijay ku sahu
Edited by k.s thakur...



