ଆଜି ମୁଖ୍ୟମନ୍ତ୍ରୀଙ୍କ ସୋହେଲା ଗସ୍ତ: ଚାଷୀଙ୍କୁ ଦେବେ ଡିବିଟିରେ ସବସିଡି...
ବରଗଡ଼,୦୮/୧୨ : ଚାଷୀଙ୍କୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା ପାଇଁ ଆଜି ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ବରଗଡ଼ ଗସ୍ତ। ବରଗଡ଼ ଜିଲ୍ଲା ସୋହେଲା ଗସ୍ତ କରି ଚାଷୀମାନଙ୍କୁ ୮ ଶହ ଟଙ୍କା ସବସିଡି ଡିବିଟି ମାଧ୍ୟମରେ ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।
Ad..
ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ , ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ , ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ବିଜେପୁର ବିଧାୟକ ସନତ ଗଡ଼ତିୟାଙ୍କ ସମେତ ବିଜେପିର ବହୁ ନେତା ସାମିଲ ହେବେ।
Ad..
ସୂଚନା ଅନୁଯାୟୀ, ୨୦ ତାରିଖରୁ ଜିଲ୍ଲାରେ ମଣ୍ଡି ଖୋଲିଥିବା ବେଳେ ଧାନ ବିକ୍ରିରେ ଅଚଳାବସ୍ଥା ଲାଗିରହିଛି । ଟୋକନ ସମସ୍ୟା ଠାରୁ ଆରମ୍ଭ କରି କଟନିଛଟନି ଆଦି ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ଧାନ ବିକ୍ରି କରି ପାରୁନାହାନ୍ତି । ଫଳରେ ଧାନ ବିକ୍ରି ହୋଇ ନ ପାରି ବିଭିନ୍ନ ମାର୍କେଟରେ, ଖଳାରେ ଓ ରାସ୍ତା କଡ଼ରେ ଗଦା ହୋଇ ରହିଛି।
Report : Bijay ku sahu
Edited by k.s thakur...
Tags:
bargargh
bargarh news
cm mohan Majhi
DBT
farmers subsidy
latest news
latest update
odisha daily current affairs
visit



