ଗାନ୍ଧୀ ଷ୍ଟାଡିଅମ ରେ ଆୟୋଜିତ କ୍ରିକେଟ୍ ମ୍ୟାଚ୍ ରେ ଜିତ ର ଧ୍ଵଜା ଲହରାଇଲା କଣ୍ଟାବାଞ୍ଜି ୟଙ୍ଗ ସ୍ପୋର୍ଟିଂ କ୍ଲବ...

ଗାନ୍ଧୀ ଷ୍ଟାଡିଅମ ରେ ଆୟୋଜିତ କ୍ରିକେଟ୍ ମ୍ୟାଚ୍ ରେ ଜିତ ର ଧ୍ଵଜା ଲହରାଇଲା କଣ୍ଟାବାଞ୍ଜି ୟଙ୍ଗ ସ୍ପୋର୍ଟିଂ କ୍ଲବ...


କଣ୍ଟାବାଞ୍ଜି,୦୭/୧୨ : ଚଳିତ ଇଣ୍ଟ୍ରା କ୍ଳବ ଟୁର୍ନାମେଣ୍ଟ ଓଡିଶା କ୍ରିକେଟ ଏସୋସିଏସନ ଦ୍ୱାରା ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମ ରେ ଆୟୋଜିତ କ୍ରିକେଟ୍ମୁ ମ୍ୟାଚ୍ହ ରେ ମ୍ମଦ ସେହବାଜ ଖାନଙ୍କ ନେତୃତ୍ୱ ରେ କଣ୍ଟାବାଞ୍ଜି ୟଙ୍ଗ ସ୍ପୋର୍ଟିଙ୍ଗ କ୍ଳବ ତିନି ମ୍ୟାଚ ରେ ପାଟଣାଗଡ଼ ଟିମ କୁ ୭୦ ରନ, ଗାନ୍ଧୀନଗର ବଲାଙ୍ଗୀର ଟିମ କୁ ୧୯୧ ରନ ଓ ଅମିତାଭ ଫ୍ୟାନ କ୍ଲବ କୁ ୬ ୱିକେଟ ରେ ହରାଇ ନଗର ର ନାଁ ପ୍ରକାଶିତ କରିଛନ୍ତି। 

            Ad..


ଏହି ଟୁର୍ନାମେଣ୍ଟ ରେ କଣ୍ଟାବାଞ୍ଜି ର ସକ୍ଷ୍ୟମ ଅଗ୍ରୱାଲ ସର୍ବଶ୍ରେଷ୍ଠ  ବ୍ୟାଟ୍ସମାନ ୨୦୦ ରନ, ଦିବ୍ୟମ ଛାପଡିଆ ୧୦୦ ରନ, ବଣ୍ଟୁ କୁମାର ୯୫ ରନ ଭାବେ ଦଳର ଟପ ତିନି ବ୍ୟାଟ୍ସମାନ ନିଜର କୀର୍ତିମାନ ରଚିଛନ୍ତି ସେହି ପରି ମୁହମ୍ମଦ ସମୀର ଖାନ ଓ ଶେଖ ଇସ୍ମାଇଲ ରେହେମାନ ୯-୯ ବିକେଟ ଏବଂ ମୁହମ୍ମଦ ସେହବାଜ ଖାନ ୮ ବିକେଟ ନେଇ ଦଳ ର ଟପ ତିନି ବୋଲର ଭାବେ ନିଜର ଦାୟିତ୍ୱ ତୁଲାଇ ଥିଲେ। 

     Ad..


କଣ୍ଟାବାଞ୍ଜି ଦଳର ଏଇ ପ୍ରଦର୍ଶନ କୁ ଦେଖି ବଲାଙ୍ଗୀର ଜିଲ୍ଲା କ୍ରିକେଟ୍ ଆସୋସିଏସନ ର ମେମ୍ବର ବିଜୟ ବଂଶଲ ଓ ନଗର ର ବିଭିନ୍ନ ବରିଷ୍ଠ ଖେଳାଳି ଅନୁପ ଯାଙ୍ଗଡ଼ା, ଯୁଗଲ କିଶୋର ଶବର, ଜୟଦେବ ସୁନା, ରାକେଶ କାମ୍ବଲେ, ସନ୍ତୋଷ ବୁଡେକ, ବାବୁଲାଲ କ୍ଷେତ୍ରୀ, ସିଙ୍କି ସାଲୁଜା, ରିଶୁ ସାଲୁଜା ଖେଳାଳି ମାନଙ୍କୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି



Edited by k.s thakur...

Post a Comment

Previous Post Next Post