ରାଜ୍ୟପାଳଙ୍କ ସହିତ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସାକ୍ଷାତ...

ରାଜ୍ୟପାଳଙ୍କ ସହିତ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସାକ୍ଷାତ...


ସମ୍ବଲପୁର,୦୮/୧୨ : ଓଡିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସଙ୍କ ସହିତ ଭୁବନେଶ୍ଵର ରାଜଭବନରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର କର୍ମକର୍ତ୍ତା ମାନଙ୍କର ସାକ୍ଷାତ ଓ ଆଲୋଚନା ହୋଇଥିଲା। 

           Ad..


ଏହି ସୌଜନ୍ୟ ମୂଳକ ସାକ୍ଷାତ ସମୟରେ ରାଜ୍ୟପାଳ ମହୋଦୟଙ୍କୁ ସଂଘର କର୍ମକର୍ତ୍ତାମାନେ ରାଜ୍ୟ କେନ୍ଦୁପତ୍ର ସଂସ୍ଥା ତଥା ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସମ୍ପର୍କରେ  ସୂଚନା ଦେଇଥିଲେ  ଏବଂ ରାଜ୍ୟପାଳ  ମଧ୍ୟ ଏହି ବିଷୟରେ ବୁଝିଥିଲେ । 

     Ad..


୧୯୬୪ ରୁ ୨୦୨୪ ମସିହା ପର୍ଯ୍ୟନ୍ତ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ୬୦ ବର୍ଷ ର ଯାତ୍ରା ସମ୍ପର୍କରେ ବୁଝିବା ସହ କେନ୍ଦୁପତ୍ର ଉପରେ କିପରି ଭାବରେ ୧୫ ଲକ୍ଷ୍ୟ ତୋଳାଳୀ ନିଜର ଜୀବିକା ଭାବରେ ନିର୍ଭର କରନ୍ତି ଏବଂ ସେଥି ମଧ୍ୟରେ ୯୦ ପ୍ରତିଶତ ମହିଳା ଆଦିବାସୀ ଓ ପଛୁଆ ବର୍ଗର ଅଟନ୍ତି ଜାଣିବା ପରେ ସେମାନଙ୍କ ସମସ୍ୟା ଓ ଜୀବିକା ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। 

ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ୧୮ ହଜାର ଶିଯିନାଲ କର୍ମଚାରୀ ଓ ୨୦ ହଜାର ବନ୍ଧେଇ ଶ୍ରମିକ ଙ୍କ ପ୍ରକାର ଭେଦକୁ ବୁଝିଥିଲେ। କିପରି ଭାବରେ ସିଯିନାଲ୍ କର୍ମଚାରୀ ଙ୍କ ମଧ୍ୟରେ ମୁନସୀ , ଚେକର, ସର୍କଲ ଚେକର୍ , ହେଡ ଚେକର ଆଦି ବିଭିନ୍ନ କାର୍ଯ୍ୟ  ଦିବସ ଅନୁଯାୟୀ  ୪ ମାସ, ୯ ମାସ ଓ ୧୨ ମାସ ପାଇଁ କାର୍ଯ୍ୟ କରିଥାନ୍ତି। 

୨୨ ଜିଲ୍ଲାରେ  କିପରି  ଭାବରେ ପତ୍ର ସଂଗ୍ରହ ହୁଏ ଓ ବ୍ୟବସାୟ ସହିତ ତୋଳାଳୀ କର୍ମଚାରୀ ମାନେ କିପରି ଲାଭ ପାଇଥାନ୍ତି ଓ ସରକାର କଣ ସୁବିଧା ସୁଯୋଗ ଦେଉଛନ୍ତି ସେ ଦିଗରେ ବୁଝିଥିଲେ। 

ଏହି ସୌଜନ୍ୟ ମୂଳକ ସାକ୍ଷାତ ସମୟରେ ସଂଘର ରାଜ୍ୟ ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି , ଉପ ସଭାପତି ଶ୍ରୀ ଗୋକୁଳ ମେହେର, ରାଜ୍ୟର ସଂଗଠନ ସମ୍ପାଦକ ଶ୍ରୀ ସଞ୍ଜିତ ମହାନ୍ତି, ରାଜ୍ୟ ସମ୍ପାଦକ ମହମ୍ମଦ ମୁର୍ତ୍ତୁଜ।, ରାଜ୍ୟ ସମ୍ପାଦକ ଶିବାନନ୍ଦ ପରିଚ୍ଛା , ମିଡିଆ ସ˚ଯୋଜକ  ଶ୍ରୀ ଦେବଜ୍ୟୋତି ପଟ୍ଟନାୟକ ଓ ଯୁବ ସଂଗଠକ ଶ୍ରୀ ଆକାଶ ଦେବତା ପ୍ରମୁଖ ଉପସ୍ଥିତ ଥିଲେ ।



Report : Bijay ku sahu

Edited by k.s thakur...




Post a Comment

Previous Post Next Post