ସୋହେଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଚାଷୀଙ୍କୁ ୮୦୦ ଟଙ୍କା ବୋନସ ଭେଟି...
ବରଗଡ/ସୋହେଲା,୦୮/୧୨ : - ଆଜି ବରଗଡ ଜିଲ୍ଲାର ସୋହେଲା ବ୍ଲକ ଇଚ୍ଛାପାଲି ଠାରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀମାନଙ୍କୁ ଭେଟି ସ୍ୱରୂପ ଏକରକୁ ୮୦୦ ଟଙ୍କା ବୋନସ ରାଶି ପ୍ରଦାନ କରିଥିଲେ।
Ad..
ନିର୍ଦ୍ଧିଷ୍ଟ ସମୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଭା ପଣ୍ଡପକୁ ପହଞ୍ଚି ଚାଷୀ ମାନଙ୍କୁ ଉଦବୋଧନ ଦେବା ସହ ବୋନସ ରାଶି ପ୍ରଦାନ କରିଥିଲେ। ଏ ଅବସରରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କୃଷୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦ୍ୟୁମ୍ନ ବଳ ମହାନ୍ତି, ବରଗଡ ସାଂସଦ ପ୍ରଦୀପ ପୁରୋହିତ, ଭଟଲି ବିଧାୟକ ଇରସିଶି ଆଚାର୍ଯ୍ୟ , ବରଗଡ ବିଧାୟକ ଅଶ୍ଵିନୀ ଷଡଙ୍ଗୀ...
Ad..
ଅତାବିରା ବିଧାୟକ ନୀହାର ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡତିଆ, ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଭାଗବତ ପଧାନ ପ୍ରମୁଖ ମଞ୍ଚାସିନ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
Report : Bijay ku sahu
Edited by k.s thakur...
Tags:
800 bonus
bargargh
cm mohan Majhi
deputy cm Odisha
farmers bonus
latest news
latest update
odisha daily current affairs
sohela



