ନବୀନ ସରକାର ଙ୍କ କାଳିଆ ଯୋଜନା ବନାମ ମୋହନ ସରକାର ଙ୍କ ବୋନସ ଯୋଜନା...

ନବୀନ ସରକାର ଙ୍କ କାଳିଆ ଯୋଜନା ବନାମ ମୋହନ ସରକାର ଙ୍କ ବୋନସ ଯୋଜନା...


ବରଗଡ଼,୦୮/୧୨ : ଚାଷୀଙ୍କୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା ପାଇଁ ଆଜି ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଭବ୍ଯ ବରଗଡ଼ ଗସ୍ତ କାର୍ଯ୍ୟକ୍ରମ  ଅନୁଷ୍ଠିତ। ବରଗଡ଼ ଜିଲ୍ଲା ସୋହେଲା ଇଛ୍ଛାପାଲି ଗସ୍ତ କରି ଚାଷୀମାନଙ୍କୁ ୮ ଶହ ଟଙ୍କା ସବସିଡି ଡିବିଟି ମାଧ୍ୟମରେ ଅର୍ଥ ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କରୁଛନ୍ତି ମୁଖ୍ୟମନ୍ତ୍ରୀ। 

Ad..


ପ୍ରଥମ କରି ଓଡ଼ିଶା ରେ ସରକାର ଗଠନ କରିଥିବା ଭାରତୀୟ ଜନତା ପାର୍ଟିର ସରକାର ଚାଷୀ ଙ୍କୁ ଧାନ ବୋନସ ୮ ଶହ ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ କୁ କିଛି କାଶ ରେ ଅସନ୍ତୋଷ ଚାଷୀ ଓ ବିରୋଧି ପୂର୍ବତନ ବିଜେଡି ସରକାରର କାଳିଆ ଯୋଜନା ର ବିକଳ୍ପ ବା କାଳିଆ ଯୋଜନା ର କାଉଣ୍ଟର ବୋଲି ଆଲୋଚନା କରୁଛନ୍ତି। 

     Ad..


ନବୀନ ସରକାର ବରଗଡ଼ ଜିଲ୍ଲା ର ସୋହେଲା ଇଛ୍ଛାପାଲି ଠାରେ ୨୦୧୯ ରେ ଚାଷୀ ଙ୍କ ପାଇଁ ନୂତନ ଯୋଜନା କାଳିଆ ଯୋଜନା ଶୁଭାରମ୍ଭ କରିଥିଲେ ଠିକ୍ ସେହିଭଳି ଭାବରେ ଏହି ଇଛ୍ଛାପାଲି ଠାରେ ଉକ୍ତ ସ୍ଥାନରେ ଆଜି ମୋହନ ସରକାର ଚାଷୀ ଙ୍କ ଅନୁରୂପ ଯୋଜନା ବୋନସ ର ଶୁଭାରମ୍ଭ କରିଥିବାରୁ ତାକୁ ନେଇ ନବୀନଙ୍କ କାଳିଆ ଯୋଜନା ର ବିକଳ୍ପ ବୋଲି ଆଲୋଚନା ହେଉଛି । 

ଆହୁରି ମଧ୍ଯ ନବିନ ସରକାର ୧୦୦ ଟଙ୍କା ବୋନସ ମଧ୍ୟ ଘୋଷଣା କରିଥିଲେ ତାହା ଚାଷୀ ପାଇନଥିଲେ ହେଲେ ମୋହନ ଙ୍କ ୮ ଶହ ଟଙ୍କା ପାଇବାର ଆଶା ଦେଖା ଦେଉଛି। ଗତ  ୨୦ ତାରିଖରୁ ଜିଲ୍ଲାରେ ମଣ୍ଡି ଖୋଲିଥିବା ବେଳେ ଧାନ ବିକ୍ରିରେ ଅଚଳାବସ୍ଥା ଲାଗିରହିଛି । ଟୋକନ ସମସ୍ୟା ଠାରୁ ଆରମ୍ଭ କରି କଟନିଛଟନି ଆଦି ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ଧାନ ବିକ୍ରି କରି ପାରୁନାହାନ୍ତି । ଫଳରେ ଧାନ ବିକ୍ରି ହୋଇ ନ ପାରି ବିଭିନ୍ନ ମାର୍କେଟରେ, ଖଳାରେ ଓ ରାସ୍ତା କଡ଼ରେ ଗଦା ହୋଇ ରହିଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post