ଓଡିଶା ର ଭାତ ହାଣ୍ଡି ର ସଂଯୁକ୍ତ କୃଷକ ସଂଗଠନ ତରଫରୁ ପ୍ରସ୍ତାବ...

ଓଡିଶା ର ଭାତ ହାଣ୍ଡି ର ସଂଯୁକ୍ତ କୃଷକ ସଂଗଠନ ତରଫରୁ ପ୍ରସ୍ତାବ...


ବରଗଡ଼,୦୮/୧୨ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଙ୍କୁ ସଂଯୁକ୍ତ କୃଷକ ସଂଗଠନ ର କୃଷକ ଙ୍କ ହିତ ଦୃଷ୍ଟି ରୁ  ଖବର କାଗଜ ମାଧ୍ୟମରେ କିଛି ପ୍ରସ୍ତାବ ଦେଇଛନ୍ତି।ମହାଶୟ ଆପଣ ଜଣେ ଆଦିବାସୀ କୃଷକ ଏବଂ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଶାସନ ଅଧିକାରୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ଅଟନ୍ତି। 

              Ad..


ଆପଣ ଙ୍କ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅଟେ ଏଣୁ ଆପଣ ଙ୍କୁ ଓଡିଶା ର ଭାତ ହାଣ୍ଡି ର ସଂଯୁକ୍ତ କୃଷକ ସଂଗଠନ ତରଫରୁ ଆମର କିଛି ପ୍ରସ୍ତାବ ଅଛି। ଆପଣ ଡବଲ ଇଂଜିନ ପ୍ରଥମ ଥର ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ମନେପକାଇ ଦେବା ପାଇଁ ଚାହୁଁ ଯାହା ପୂର୍ଣ୍ଣ ମାତ୍ରା ରେ କାର୍ଯ୍ୟକାରୀ ହେଉନାହିଁ ଆପଣ ଦଳର ନିର୍ବାଚନ  ପ୍ରତିଶୃତି ଅନୁସାରେ ଧାନ କ୍ୟୁଣ୍ଟାଲ 31 ଶହ, କଟନୀ ଛଟନି ହେବନାହିଁ,ଧାନ କିଣା ର 48 ଘଣ୍ଟା ମଧ୍ୟ ରେ ଚାଷୀ ପାଇବ ଟଙ୍କା ଏବଂ ଦଲାଲ ମୁକ୍ତ ମଣ୍ଡି ବ୍ୟବସ୍ଥା କରାଯିବ ଯାହା କାଗଜ କଲମ ବ୍ୟତୀତ ବାସ୍ତବରେ ଦେଖାଯାଉ ନାହିଁ।

     Ad..


ଏଣୁ ଚଳିତ ବର୍ଷ ଟୋକନ ସମସ୍ୟା ଅଧିକ,ଅନେକ ଲୋକଙ୍କ ଟୋକନ ଆସି ନାହିଁ, ଆସିଥିବା ଟୋକନ ଜମି ତୁଳନା ରେ କମ ତାହା ପୂଣି ଜାନୁୟାରୀ, ଫେବୃଆରୀ, ମାର୍ଚ୍ଚ ସୁଦ୍ଧା ଧାନ ବିକ୍ରି ଅନୁମତି ଅଛି ଏବଂ ଏକର ପ୍ରତି ଜଳସେଚିତ 19, ଅଣ ଜଳସେଚିତ 13 କ୍ୟୁଣ୍ଟାଲ ଧାନ ବିକ୍ରି ଧର୍ଯ୍ୟ ହୋଇଛି ଅଧିକ ଅମଳ ଧାନ ବିକ୍ରି ର ସୁବ୍ୟବସ୍ଥା  ସହିତ ଟୋକନ ସମସ୍ୟା ଦୂର କରାଯାଉ। 

ଓଡ଼ିଶାରେ  ଧାନ କ୍ଯୁଣ୍ଟାଲ 31 ଶହ ନୁହେଁ ଜାଣି ଶୁଣି କାହିଁକି କହଯାଉଛି ଏଣୁ ଏହା ପ୍ରତି ଧ୍ୟାନ ଦେଇ ଏମ ଏସ ପି ବ୍ୟତୀତ ଅତିରିକ୍ତ 8 ଶହ ଟଙ୍କା କିପରି କେଉଁ ଚାଷୀ ଏବଂ କେତେ କ୍ୟୁଣ୍ଟାଲ ପର୍ଯ୍ୟନ୍ତ କେଉଁ ଆକାଉଣ୍ଟ ରେ ପାଇବେ ସ୍ୱଷ୍ଟୀକରଣ କରାଯାଉ। ପ୍ରତେକ ମଣ୍ଡିରେ ଏଫ ଏ କ୍ଯୁ ଧାନ ନାଁ ରେ 2 କେ ଜି କଟନୀ ଛଟନି ନ ଦେଲେ ଧାନ ଉଠୁନାହିଁ ଯେଉଁ ଚାଷୀ ସଫା ଶୁଖିଲା ଏବଂ ଖାଦ୍ୟ ଉପଯୋଗୀ ଧାନ ମଣ୍ଡିକୁ ଆଣୁଛି ତାହାକୁ ବିଭାଗୀୟ ଅଧିକାରୀ ମାନେ ବିଭିନ୍ନ ପ୍ରକାର ହଇରାଣ କରି ଧାନ ଉଠାଉ ନାହାଁନ୍ତି ! 

ତେଣୁ ଜିଲ୍ଲାରେ ଅଧିକାଂଶ ଧାନ ଏଫ ଏ କ୍ଯୁ ନୁହେଁ ବୋଲି ଧାରଣା ଦେଉଥିବା ପ୍ରଶାସନିକ ଅଧିକାରୀ ମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ଏଫ ଏ କ୍ଯୁ ଧାନ ଆଣିଥିବା ଚାଷୀ ଙ୍କୁ ଅଗ୍ରାଧିକାର ଦେଇ ତାହାର ଧାନ ତୁରନ୍ତ କଣଯାଉ ।ପୂର୍ବ ବର୍ଷ ମାନଙ୍କ ରେ ଧାନ ବିକ୍ରି ପାଇଁ ବ୍ୟବହୃତ ବସ୍ତା ଚାଷୀ ମାନଙ୍କୁ  ମିଳୁନଥିଲା। 

ଚଳିତ ବର୍ଷ ଡି ଏଲ ପି ସି ମିଟିଙ୍ଗ ରେ ଜିଲ୍ଲାପାଳ ମଣ୍ଡି ହେଣ୍ଡଳୀଙ୍ଗ ଦାୟିତ୍ୱ ରାଇସ ମିଲ ମାନଙ୍କୁ ଦେଇଥିବା ପ୍ରକାଶ କରିଛନ୍ତି ହେଲେ ରାଇସ ମିଲର ଆବଶ୍ୟକ ମୁତାବକ ମଣ୍ଡି ମାନଙ୍କରେ ବସ୍ତା ଦେଉନାହାନ୍ତି ଏହିପରି ସ୍ଥଳେ ରାଇସ ମିଲ କୁ ବସ୍ତା ଦେବା ପାଇଁ ବାଧ୍ୟ କରାନଯାଇ କାହିଁକି କାହା ସ୍ୱାର୍ଥ ରେ ଚାଷୀ ମାନଙ୍କୁ ଝୋଟ ବସ୍ତା ରେ ଧାନ ମଣ୍ଡି କୁ  ଆଣିବା ପାଇଁ ବାଧ୍ୟ କରାଯାଉଛି ?

ଏହାର ସମାଧାନ ପୂର୍ବକ ତୁରନ୍ତ ସମସ୍ତ ମଣ୍ଡିରେ ଆବଶ୍ୟକ ବସ୍ତା ଦିଆଯାଉ। ଜିଲ୍ଲାର ସର୍ବାଧିକ ମଣ୍ଡି ଦଲାଲ କବଜା ରେ ସେହି ଦଲାଲ ଜରିଆରେ ଆସୁଥିବା ଏଫ ଏ କ୍ଯୁ ଧାନ 2 କେଜି ରୁ ଅଧିକ କଟନୀ କରି ତୁରନ୍ତ କିଣା ଯାଉଛି ହେଲେ ଯେଉଁ ଚାଷୀ ଏଫ ଏ କ୍ଯୁ ଧାନ ଆଣିଛି ତାହାକୁ ହଇରାଣ କରାଯାଉଛି ଏବଂ ତାହାର ଧାନ ମଣ୍ଡିରେ ପଡି ରହିଛି ? 

ଏଣୁ ଦଲାଲ ଜରିଆରେ ଧାନ କିଣା ବିକା ହେଉଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଜିଲ୍ଲାରେ  1ଲକ୍ଷ 53 ହଜାର 381 ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା 70% ଚାଷୀଙ୍କ ଟୋକନ ଆସିଛି ସେଥିମଧ୍ୟରୁ 10 ହଜାର 134 ଚାଷୀ କେବଳ 4 ଲକ୍ଷ 86 ହଜାର 225 କ୍ଯୁଣ୍ଟାଲ ଧାନ ବିକ୍ରି କରିଛନ୍ତି ଯାହା ମାତ୍ର 7 ପ୍ରତିଶତ ଅଟେ। 

ଚଳିତ ବର୍ଷ 229 ଗୋଟି ସ୍ଥାନ ରେ ଧାନ କିଣା ଯିବାର ସ୍ଥିର ହୋଇଛି ହେଲେ ଅଧିକାଂଶ ମଣ୍ଡିରେ ଏକ ହାଜର କ୍ଯୁଣ୍ଟାଲ ଧାନ ରଖିବା ବ୍ୟବସ୍ଥା ନାହିଁ ହେଲେ ବରଗଡ଼ ଜିଲ୍ଲା ର ଅତାବିରା  104 କୋଟି,ବରଗଡ଼ 61 କୋଟି ଏବଂ ପଦ୍ମପୁର ଆର ଏମ ସି ରେ 34 କୋଟି  ଟଙ୍କା ପଡି ରହିଛି ଯାହା ପାଖାପାଖି 200 କୋଟି ହେବ କିନ୍ତୁ ଖୋଲା ଆକାଶ ତଳେ ବର୍ତ୍ତମାନ 8 ଲକ୍ଷ ପକେଟ ଧାନ ପଡିଛି ଏଣୁ ଉକ୍ତ ସମସ୍ତ ସମସ୍ୟା ର ସମାଧାନ ନ ହେଲେ ଚାଷୀ 31 ଶହ ଟଙ୍କା କେମିତି ପାଇବ ବୋଲି କୃଷକ ସଂଗଠନ ପ୍ରଶ୍ନ କରିଛି ଏବଂ ଏହାର ସମାଧାନ ନ କରି କେବଳ ମୁଖ୍ୟମନ୍ତ୍ରୀ ବରଗଡ଼ ଆସି କିଛି ଚାଷୀ ମାନଙ୍କୁ ମଞ୍ଚରେ ସମ୍ମାନିତ କରି ବାହାସ୍ପଟ ମରାଗଲେ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଭୟଙ୍କର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post