ତୁରେକେଲା ବ୍ଳକରେ ବର୍ଣ୍ଣାଳୀ ତାଲିମ ଅନୁଷ୍ଠିତ...

ତୁରେକେଲା ବ୍ଳକରେ ବର୍ଣ୍ଣାଳୀ ତାଲିମ ଅନୁଷ୍ଠିତ...


କଣ୍ଟାବାଞ୍ଜି,୧୭/୧୨ : ସମଗ୍ର ଶିକ୍ଷା ଅଭିଜାନ,ବଲାଙ୍ଗୀର ତରଫରୁ ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତିନି ଦିନ ଧରି ବର୍ଣ୍ଣାଳୀ ତାଲିମ ପ୍ରଦାନ କରାଯାଇଥିଲା।

            Ad..


ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତୁନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ପ୍ରଥମ ପର୍ଯ୍ୟାୟରେ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟରେ ପଇଁତିରିଶ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ ଉପରେ ତାଲିମ ପ୍ରଦାନ କରାଯାଇଥିଲା।

    Ad..


ତାପରେ ଦ୍ୱିତୀୟ ପର୍ଯ୍ୟାୟରେ ତୁରେକେଲା ଉଚ୍ଚ ବିଦ୍ୟାଳୟରେ ତିରିଶ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ଉଭୟ କେନ୍ଦ୍ରକୁ ତଦାରଖ କରିଥିଲେ ।ସାଧନକର୍ମୀ ମମତା ପଣ୍ଡା, ଅଞ୍ଜଳି ମାଝୀ, ପ୍ରକାଶ ମେହେର ଓ ରାଜେଶ ସିଂଦେଓ ତାଲିମ ପ୍ରଦାନ କରିଥିଲେ।ପରିଶେଷରେ ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।



Edited by k.s thakur...



Post a Comment

Previous Post Next Post