ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ...
ପଦମପୁର,୧୭/୧୨ : ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ର ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭିଳାଷ ସାହୁ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନ ର ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ସାହୁ ପତାକା ଉତ୍ତୋଳନ କରି କ୍ରୀଡା ଉତ୍ସବ କୁ ଉଦଘାଟନ କରିଥିଲେ।
Ad..
ଉଦଘାଟନୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଚୂଡାମଣୀ ବାରିକ ଏବଂ ସ୍ଵତନ୍ତ୍ର ଅତିଥି ଭାବେ ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମାନ୍ ଲୋକନାଥ ଭୋଇ ଯୋଗ ଦେଇଥିଲେ । ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ହରେକୃଷ୍ଣ ମେହେର ଙ୍କ ତତ୍ତ୍ଵାବଧାନ ତଥା ଅତିଥି କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରମଣୀ ସାହୁ ଏବଂ କ୍ଷୀରୋଦ ଚନ୍ଦ୍ର ଦାସ ଙ୍କ ସହଯୋଗ ରେ ସମସ୍ତ ପ୍ରତିଯୋଗିତା ସଫଳ ଭାବେ ରୂପାୟିତ ହୋଇଥିଲା।
Ad..
ଉକ୍ତ ପ୍ରତିଯୋଗିତା ରେ ୩୮ ଟି ଇଭେଣ୍ଟ ରେ ୨୧୦ ଜଣ ଛାତ୍ର ଭାଗ ନେଇଥିଲେ। ଉଦଯାପନୀ ସଭା ରେ ମୋ ସ୍କୁଲ ଅଭିଯାନ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।
ସମସ୍ତ ଅତିଥି ତଥା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ବାରା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। କନିଷ୍ଠ ବର୍ଗ ରୁ ଜିତେନ୍ଦ୍ର ବରିହା ଏବଂ ବରିଷ୍ଠ ବର୍ଗ ରୁ ଧବଳେଶ୍ୱର ପାଣ୍ଡେ ଚାମ୍ପିଆନ୍ ହୋଇଥିଲେ। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭିଳାଷ ସାହୁ ସଭା ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ହରେକୃଷ୍ଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଭାସିନୀ ସା, ତୃପ୍ତିମୟୀ ଝଗରା, ରୁଦ୍ରାଙ୍ଗଦ ବାରିକ୍, ପ୍ରୀତିରଶ୍ମି ସେଠ୍, ମଧୁସ୍ମିତା ବର୍ଗେ,ସଂଗ୍ରାମ କେଶରୀ ଦୀପ, ଅମୃତା ବାରିକ, ସୁଶୀଲ ମେହେର୍,ବୃନ୍ଦାବନ ଦାଶ, ଅମ୍ବିକା ରଥ,ମୋହନ ବନଛୋର, ଚନ୍ଦନ ନାୟକ, ଚନ୍ଦ୍ରଶେଖର ଭୋସାଗର, ସୁନିତା ଖମାରୀ, ତଥା କର୍ମଚାରୀ ଦୀପକ ତିୱାରୀ, କୃଷ୍ଣଚନ୍ଦ୍ର ପଧାନ, ନିରୁପମା ଭୋଇ, ନନ୍ଦିନୀ ବାଗ ଙ୍କ ପ୍ରତ୍ୟକ୍ଷ ସହଯୋଗ ରେ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ସୁରଖୁରୁ ରେ ଶେଷ ହୋଇଥିଲା।
Report : Bijay ku sahu
Edited by k.s thakur...



