ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ କ୍ୟାମ୍ପୋରୀ ଉଦଘାଟନୀ ସମାରୋହ ଓ କ୍ୟାମ୍ପ ଫାୟାର ଅନୁଷ୍ଠିତ...
ସିନ୍ଧେକେଲା,୧୮/୧୨ : ସିନ୍ଧେକେଲା ପଲ୍ଲୀଶ୍ରି ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ପଲ୍ଲୀଶ୍ରି ଖେଳ ପଡ଼ିଆରେ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ କ୍ୟାମ୍ପୋରୀ ଉଦଘାଟନୀ ସମାରୋହ ଓ କ୍ୟାମ୍ପ ଫାୟାର ଅନୁଷ୍ଠିତ ହୋଇଯାଇଛି।
Ad..
୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ଉଦଘାଟନି ସମାରୋହ ଜିଲ୍ଲା ଶିକ୍ଷା ଅଧିକାରୀ, ବଲାଙ୍ଗୀର ଓ ମୁଖ୍ୟ କମିଶନର ଭାରତ ସ୍କାଉଟ ଓ ଗାଇଡ ବଲାଙ୍ଗୀର ଧ୍ରୁବ ଚରଣ ବେହେରା ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ...
Ad..
ବଲାଙ୍ଗୀର ଓ କମିଶନର ଭାରତ ସ୍କାଉଟ ଓ ଗାଇଡ, କେଶବ ମେହେର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଓ ସମ୍ପାଦକ, ବଲାଙ୍ଗୀର ଜିଲ୍ଲା ସ୍କାଉଟ ଓ ଗାଇଡ, ପ୍ରଦିପ କୁମାର ପାତ୍ର, ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ, ସମାଜୀକକର୍ମୀ ନରେଶ ରଣା ପ୍ରମୁଖ ଉପସ୍ଥିତ ଥିବା ବେଳେ ଦ୍ବିତୀୟ ଅଧିବେଶନ କ୍ୟାମ୍ପ ଫାୟାର ରେ ମୁଖ୍ୟ ଅତିଥି ଭାବେ ଅଧିକ୍ଷଣ ଯନ୍ତ୍ରୀ ଲୋୟର ଇନ୍ଦ୍ର ଜଳସେଚନ ଖଣ୍ଡ, ଖରିଆର, ସୌମ୍ୟ କିଶୋର ଜୟପୁରିଆ...
ସମ୍ମାନିତ ଅତିଥି ଭାବେ ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିକାରୀ ପଦ୍ମନାଭ କୁମ୍ଭାର, ଚୁଲିଫୁଙ୍କା ପିଏଚସି ମେଡିକାଲ ଅଫିସର ସନ୍ଦିପ କୁମାର ଜେନା, ପଲ୍ଲୀଶ୍ରି ନୋଡାଲ ଉଚ୍ଚ ବିଦ୍ୟାଳୟର ପୂର୍ବ ସଭାପତି ଉମାକାନ୍ତ ସାହୁ, ପୂର୍ବ ପ୍ରଧାନ ଶିକ୍ଷକ ଉ.ପ୍ରା.ବି. ସିନ୍ଧେକେଲା ନିଳକଣ୍ଠ ତ୍ରିପାଠୀ, ପୂର୍ବ ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
ସିନ୍ଧେକେଲା ପଲ୍ଲୀଶ୍ରି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋକନାଥ ମେହେର ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Report : Anil tripathi
Edited by k.s thakur...
Tags:
district level scout guide camp
latest news
latest update
odisha daily current affairs
sindhekela



