ମାରୱାଡି ୟୁବା ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ...
କଣ୍ଟାବାଞ୍ଜି ,୨୦/୧୨ : ଓଡିଶା ପ୍ରାନ୍ତିୟ ମାରୱାଡି ୟୁବା ମଞ୍ଚ ଆହ୍ୱାନ କ୍ରମେ ଓଡିଶାର ପ୍ରତ୍ୟେକ ଶାଖା ପକ୍ଷରୁ ରକତଦାନ ଶିବିର ଆୟୋଜନ କରାଯାଉଥିବା ବେଳେ କଣ୍ଟାବାଞ୍ଜି ମାରୱାଡି ୟୁବା ମଞ୍ଚ ଓ ପ୍ରଗତି ଶାଖା ପକ୍ଷରୁ ରକ୍ତଦନ ଶିବିର ଅନୁଷ୍ଠିତ ହୋଇଥିଲା ।
Ad..
ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ଥିତ ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାର ଠାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ନଗର ସଭାପତି ବେଦବ୍ୟାସ ନାଗ, ଅଗ୍ରୱାଲ ସଭା ଟ୍ରଷ୍ଟ ସଭାପତି କୈଳାସ ଅଗ୍ରୱାଲ, ସମ୍ପାଦକ ସନ୍ତୋଷ ଅଗ୍ରୱାଲ ଯୋଗ ଦେଇ ଶିବିର ଉଦଘାଟଣ କରିଥିଲେ ।
Ad..
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ବିଧାୟକ ଅୟୁବ ଖାଁ, ନଗରପାଳ ବରୀୟମ ସିଂ ସାଲୁଜା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅଜିତ ଯୋଶୀ , ସମାଜ ସେବୀ ବିଜୟ ବଂସଲ, ସଞ୍ଜୟ ଗାନ୍ଧୀ , କୈଳାସ ଅଗ୍ରୱାଲ ଯୋଗ ଦେଇଥିଲେ । ବିଶେଷ ଏହି ଏହି ରକ୍ତଦନ ଶିବିରରେ ସ୍ଵେଚ୍ଚାକୃତ ଭାବେ ଯୁବକ , ଯୁବକ୍ତି ଓ ମହିଳା ମଧ୍ୟ ଆଗକୁ ଆସି ରକ୍ତଦାନ କରିଥିଲେ ।
ଦିନ ୨ଘଣ୍ଟା ଯାଏ ୨୧ ୟୁନିଟ ଶିବିରରେ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିର ସଂଯୋଜକ ମୋହନ ସୋନି ଥିବା ବେଳେ ୟୁବା ମଞ୍ଚ ସଭାପତି ବିମଲ ଜୈନ , ସମ୍ପାଦକ ଚିରଗ ଅଗ୍ରୱାଲ , ସଦସ୍ୟ ନାରାୟଣ ଅଗ୍ରୱାଲ , ଧିରାଜ ଅଗ୍ରୱାଲ, ରୋହିତ ଲାଠ , ଆଶୁତୋଷ ଖେମକା , ଆରତୀ ମିତ୍ତଳ , ରୁଚି ଖଣ୍ଡବାଳ, ପୂଜା ଅଗ୍ରୱାଲ, ରେଣୁ ଅଗ୍ରୱାଲ ,ଶଶୀ ଅଗ୍ରୱାଲ, ଆଞ୍ଜୁ ଅଗ୍ରୱାଲ, ମୋନା ଝରବଳୀୟ, ସପ୍ନା ଅଗ୍ରୱାଲ ପ୍ରମୁଖ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।
କଣ୍ଟାବାଞ୍ଜି ଚିକିତ୍ସାଳୟ ଇଂଚାର୍ଜ ଡାକ୍ତର ରାକେଶ ପଣ୍ଡିତ ଓ ବ୍ଲଡ ବ୍ୟାଙ୍କରୁ ସୁନିତା ଭୋଇ , ଶିବ ସାହୁ , ଦୁର୍ଗା ତାଣ୍ଡି ,ପ୍ରଶାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
Edited by k.s thakur...
Tags:
blood donation camp
kantabanji
latest news
latest update
marwadi yuva Manch
odisha daily current affairs



