ତୁରେକେଲା କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରେ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ...
କଣ୍ଟାବାଞ୍ଜି,୨୦/୧୨ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିଲା।ତୁରେକେଲା ଆଶ୍ରମ ବିଦ୍ୟାଳୟର କ୍ରୀଡ଼ା ଉତ୍ସବକୁ ସରପଞ୍ଚ ଜଳନ୍ଧର ମହାକୁଡ଼ ଉଦଘାଟନ କରିଥିଲେ।
Ad..
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ମୁଖ୍ୟ ଅତିଥି ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।ଶିକ୍ଷକ ସୂର୍ଯ୍ୟମଣି ସିଠ,ଗୋପାଳ ଧରୁଆ,ସୁକାନ୍ତି ମାଝୀ, ଗୀତାଞ୍ଜଳି ମଲ୍ଲିକ, ସମୀର ପଣ୍ଡା ସହଯୋଗ କରିଥିଲେ।
Ad..
ବକବାହାଲ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ କୁନି ସାହୁ,ଶିକ୍ଷକ ରାଜକିଶୋର ନାଗଙ୍କ ଉପସ୍ଥିତିରେ ସିଆରସିସି ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ଅତିଥି ଓ ଦିବାନୀ ରଣା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଗଇଁତାପଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦେବ ବଗର୍ତ୍ତୀ, ଶିକ୍ଷକ ସୁନୀଲ ରଞ୍ଜନ ସଲତାର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖେଳ ପ୍ରତିଯୋଗିତା କରାଇଥିଲେ।
ସେହିପରି ବାଞ୍ଜିପାଲି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀ ଡାଳିମ୍ବ ମେହେର, ଶିକ୍ଷକ ଡମ୍ବରୁ ମେହେର ଓ କମିଟି ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ସିଆରସିସି ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କ୍ରୀଡାର ଉପକାରିତା ଉପରେ ଆଲୋକପାତ କରିବା ସହିତ କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ।
Edited by k.s thakur...



