ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅମ୍ଵାଭନାର ବାର୍ଷିକ କ୍ରୀଡା ଉତ୍ସବ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅମ୍ଵାଭନାର ବାର୍ଷିକ କ୍ରୀଡା ଉତ୍ସବ...


ବରଗଡ଼,୧୯/୧୨ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅମ୍ଵାଭନାର ବାର୍ଷିକ କ୍ରୀଡା ଉତ୍ସବ ମହାଡମ୍ଵରେ ଉଦଯାପିତ ହୋଇଯାଇଛି। ଉକ୍ତ ସମାରୋହରେ ବରଗଡ଼ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହ୍ଲାଦ ସହାୟ ମୀନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆୟୋଜନକୁ ସାଫଲ୍ୟ ମଣ୍ଡିତ କରିଥିଲେ। 

Ad..


ସମ୍ମାନିତ ଅତିଥି ଭାବରେ ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସରୋଜ ଭୁଏ, ଅମ୍ଵାଭନା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ପଣ୍ଡା ଏବଂ ବିଶିଷ୍ଟ ସମାଜସେବୀ ଗଜେନ୍ଦ୍ର ଦାସ ଉପସ୍ଥିତ ରହିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁଧାମୟ ତ୍ରିପାଠୀଙ୍କ ସଭାପତିତ୍ବରେ ସଭା ଆୟୋଜିତ ହୋଇଥିଲା। 

    Ad..


ଏହି ସଭାର ମଂଚ ପରିଚାଳନା ଆରମ୍ଭ କରିଥିଲେ ଶିକ୍ଷୟିତ୍ରୀ ଦେବପ୍ରିୟା ତାଣ୍ଡି ଏବଂ ଶିକ୍ଷକ ବିକାଶ ପଧାନ ଓ ଶିକ୍ଷକ କୀର୍ତ୍ତି ଚନ୍ଦ୍ର ସରାଫ ସଭାର ସଂଯୋଜନା କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁଧାମୟ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା କ୍ରୀଡ଼ା ଦାୟିତ୍ଵରେ ଥିବା ଶିକ୍ଷକ ସୁଶୀଳ କୁମାର ନାଏକଙ୍କ ନିରୀକ୍ଷଣରେ ସର୍ବମୋଟ ୨୭ ପ୍ରକାର ଖେଳ ସୁରୁଖୁରୁରେ ସମାପନ ହୋଇଥିଲା। 

ଅତିଥିମାନଙ୍କୁ ଛାତ୍ରଛାତ୍ରୀମାନେ ନୃତ୍ୟ ମାଧ୍ୟମରେ ଘେନି ଆଣିଥିଲେ କେଦାରନାଥ ମନ୍ଦିର ପ୍ରାଙ୍ଗଣରୁ । ଛାତ୍ରଛାତ୍ରୀମାନେ ସ୍ଵାଗତ ସଂଗୀତ ଗାଇ ମଂଚରେ ଅତିଥିମାନଙ୍କର ଧ୍ୟାନ ଆକର୍ଷଣ କରିଥିଲେ। ଅଷ୍ଟମ ଶ୍ରେଣୀର ଛାତ୍ର ଅନୁଭବ ପଟେଲ ନିଜର ଶ୍ରେଷ୍ଠ କଳାର ପ୍ରଦର୍ଶନ କରି ଶ୍ରୀ ସହାୟ ମୀନାଙ୍କର ଫଟୋଚିତ୍ର ଚିତ୍ରଣ କରି ତାଙ୍କୁ ଉପହାର ସ୍ବରୂପ ପ୍ରଦାନ କରିଥିଲେ । 

ମୁଖ୍ୟ ଅତିଥି ଶ୍ରୀ ସହାୟ ମୀନା ମହୋଦୟ ନିଜ ଅଭିଭାଷଣରେ ସ୍ଵାମୀ ବିବେକାନନ୍ଦଙ୍କ ବାଣୀଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନରେ ସମୟର ସଦୁପଯୋଗର ମହତ୍ତ୍ଵକୁ ଦର୍ଶାଇଥିଲେ। ସମ୍ମାନୀତ ଅତିଥି ଶ୍ରୀ ସରୋଜ ଭୁଏ ଛାତ୍ର ଜୀବନରେ ଖେଳକୁଦର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଡ଼ଃ ପଣ୍ଡା ଖେଳ ଓ ସ୍ଵାସ୍ଥ୍ୟ କିଭଳି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ତାହା ବହୁତ ସୁନ୍ଦର ଭାବରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଦେଇଥିଲେ। 

ସମାଜ ସେବୀ ଶ୍ରୀ ଦାସ ଛାତ୍ରଛାତ୍ରୀଙ୍କୁ ନିଜ ଭାଷଣ ମାଧ୍ୟମରେ ଉତ୍ସାହିତ କରିଥିଲେ । ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ କରକମଳରେ ପୁରସ୍କାର ବିତରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗଙ୍ଗାରାମ ମିର୍ଦ୍ଧା, ନିକେଶ ସାହୁ, ମୁକେଶ ସାହୁ, ଅବିନାଶ ପଧାନ ମହେଶ୍ୱର ପଧାନ ପ୍ରଭୃତି ଶିକ୍ଷକ ଏବଂ ନାରାୟଣ ଡନସନା, ରାଜୁ ଡନସନା, ଯଦୁନନ୍ଦନ ପଧାନ ପ୍ରଭୃତି ବିଦ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ସମାରୋହକୁ ସଫଳ କରିଥିଲେ । ପରିଶେଷରେ ଶିକ୍ଷକ ଆଦିତ୍ୟ ଭୁଏ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସମସ୍ତଙ୍କ ଶୁଭ କାମନା କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post