ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଦ୍ଵିତୀୟ ଦିନ ସନ୍ଧ୍ୟା ରେ ଦୁଲକିଲା ସାଂସ୍କୃତିକ ମଞ୍ଚ...
ବରଗଡ଼,୧୯/୧୨ : ବରଗଡ ଜିଲ୍ଲା ପଦ୍ମପୁର ଟାଉନ କ୍ଳବ ତରଫରୁ ଆୟୋଜିତ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା ରେ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଆଇ ପି ଏସ ଅମ୍ରିତପାଳ କୋର ମୁଖ୍ୟ ଅତିଥି ଟାଉନ୍ କ୍ଲବ କ୍ଳବ ର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ନଗରପାଳ ଶିରୀଶ କୁମାର ବହିଦାର, ଗୋବିନ୍ଦ ଅଗ୍ରୱାଲ, ଲାଳବିହାରୀ ମିଶ୍ର ବଣିକ ସଂଘ ସଭାପତି ପ୍ରତାପ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବିଧି ବଦ୍ଧ ଭାବରେ ଚତୁର୍ଥ ଲୋକ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ସାଂସ୍କୃତିକ ପର୍ବ କୁ ଶୁଭାରମ୍ଭ କରିଥିଲେ।
Ad..
କଳା ଓ ସାଂସ୍କୃତି ର ବୋଡ଼ା ସମ୍ବର ଅଞ୍ଚଳ ରେ ସାଂସ୍କୃତିକ କଳା ର ଆଦାନ ପ୍ରଦାନ ପାଇଁ ଏପରି ଏକ ମହାକୁମ୍ଭ ର ଆୟୋଜିତ ହେବା ବହୁତ ସୁନ୍ଦର ପ୍ରୟାସ ବୋଲି ଅତିଥି ମାନେ କହିଥିବା ବେଳେ ଆଗକୁ ଏହି ମହୋତ୍ସବ ଆହୁରି ବିକଶିତ ଆଉ ବିଶାଳ ହେଉ ବୋଲି ଶୁଭେଚ୍ଛା ଦେଇଥିଲେ।
Ad..
କ୍ଳବ ର ସଭାପତି ଯୁବ ନେତା ପ୍ରିତେଶ କୁମାର ବହିଦାର ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମେ ସମସ୍ତ ଅତିଥି ମା ସାମଲ୍ଵଶ୍ଵରୀ ଓ ବାବା ନୃସିଂହନାଥ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରିଥିବା ବେଳେ କଣ୍ଠଶିଳ୍ପୀ ମିନାକ୍ଷୀ ରାଉତ ପ୍ରଥମେ ଏକ ଲୋକ ଗୀତ ରୁ ଶୁଭ ସନ୍ଧ୍ୟା କୁ ଆରମ୍ଭ କରିଥିଲେ କଳାକାର କେଶରଞ୍ଜନ ପଧାନ , ନାଟ୍ୟକାର ଅଶୋକ କୁମାର ବହିଦାର ମଞ୍ଚ ସଂଯୋଜନା କରିଥିବା ବେଳେ ସଂକୃତିକା ପୁରୋହିତ ଓ ସୁରଟ ଗୁରୁ ମଞ୍ଚ ଉଦଘୋଷକ ଦାୟିତ୍ୱ ତୁଲାଇ ଥିଲେ।
ତେବେ ଆଜିର ପର୍ବ ରେ ପୁରୀ ନୃତ୍ୟ ବିଦ୍ୟାଳୟ ଅନୁଷ୍ଠାନ , ବାଳିକା ଉଚ୍ଚ ବିଦ୍ୟାଳୟ କଲ୍ୟାଣ ବିଭାଗ ସାଂସ୍କୃତିକ ଦଳ, ସମ୍ବଲପୁର ର ଆମର କଳା ଆମର ସଂସ୍କୃତି ଅନୁଷ୍ଠାନ, ଅଞ୍ଚଳ ମହା ବିଦ୍ୟାଳୟ ପଦ୍ମପୁର, ପାଟଣାଗଡ଼ ସତ କୁଆଁରୀ ସାଂସ୍କୃତିକ ଅନୁଷ୍ଠାନ, ବରଗଡ଼ ବୋଧାନ ସାଂସ୍କୃତିକ ଅନୁଷ୍ଠାନ ନିଜର ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ ସହ ଦର୍ଶକ ଙ୍କୁ ବେଶ ମୁଗ୍ଧ କରିଥିଲା।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିକ୍ଷା କ୍ଷେତ୍ର ରେ ନିଜର ଅତୁଳନୀୟ ଅବଦାନ ପାଇଁ ରାଜବୋଡା ସମ୍ବର ହାଇସ୍କୁଲ ର ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀନାରାୟଣ ଷଡ଼ଙ୍ଗୀ ଙ୍କୁ ମାନପତ୍ର ଓ ଉପଢ଼ୋକନ ସହ ସମ୍ମାନିତ କରାଯାଇଥିଲା । ସେହି ପରି ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ତେବେ ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ମହୋତ୍ସବ ପର୍ବରେ ଯୋଡି ହୋଇଥିବା ପାଇଁ କ୍ଳବ ର ସମ୍ପାଦକ କୁନାଲ ପାଣିଗ୍ରାହୀ କୃତଜ୍ଞତା ଓ ଧନ୍ଯବାଦ ଜଣାଇଥିଲେ।
Report : Bijay ku sahu
Edited by k.s thakur...



