କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦାୟିତ୍ବହୀନ ତଥା ଆପତ୍ତିଜନକ ଆଚରଣକୁ ମୁଁ ଦୃଢ଼ ନିନ୍ଦା କରୁଛି : ମୁଖ୍ୟମନ୍ତ୍ରୀ...
ଭୁବନେଶ୍ବର୧୯/୧୨ : ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମଡିଆ ଏକ୍ସରେ କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦାୟିତ୍ବହୀନ ତଥା ଆପତ୍ତିଜନକ ଆଚରଣକୁ ମୁଁ ଦୃଢ଼ ନିନ୍ଦା କରୁଛି।
Ad..
ରାହୁଲଙ୍କର ଏଭଳି ଆଚରଣ ଯୋଗୁ ଆମ ଦଳର ବରିଷ୍ଠ ଦଳର ନେତା ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ରାହୁଲ ଗାନ୍ଧୀଙ୍କ ଏଭଳି କାର୍ଯ୍ୟ କେବେ ଗ୍ରହଣୀୟ ନୁହେଁ। ଏହା ଗଣତନ୍ତ୍ରର ପବିତ୍ର ଗୃହ ପ୍ରତି ଅପମାନ।
Ad..
ମୁଁ ପ୍ରତାପ ଷଡ଼ଙ୍ଗୀଙ୍କର ଶୀଘ୍ର ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରୁଛି। ସଂସଦରେ ଏପରି କାର୍ଯ୍ୟକୁ ମୁଁ ଦୃଢ଼ ନିନ୍ଦା କରୁଛି। ଗଣତନ୍ତ୍ରରେ ଏହି ପ୍ରକାର ହିଂସା ପାଇଁ କୌଣସି ସ୍ଥାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଆମ୍ବେଦକର ପ୍ରସଙ୍ଗରେ ସଂସଦ ଅଚଳ ହୋଇପଡ଼ିଛି। ଏପରିସ୍ଥଳେ ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଠେଲାପେଲାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ହୋଇଛନ୍ତି ।
ରାହୁଲ ଗାନ୍ଧୀ ମୁକେଶ ରାଜପୁତଙ୍କୁ ଠେଲି ଦେବାରୁ ମୁଁ ତଳେ ପଡ଼ି ଆହତ ହୋଇଥିବା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏନେଇ ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ।
Edited by k.s thakur...
Tags:
Bhubaneswar
cm mohan Majhi
incident
issue
latest news
latest update
odisha daily current affairs
out side parliament
pratap sarangi
Rahul Gandhi



