ଲାଳବହାଦୁର କୃଷକ ସଂଗଠନ ସଦସ୍ୟ ଏବଂ ସଂଯୁକ୍ତ କୃଷକ ଉପଦେଷ୍ଟା ଙ୍କ ଅମ୍ବାଭାନା ବ୍ଲକ ର ବିଭିନ୍ନ ମଣ୍ଡି ପରିଦର୍ଶନ...

ଲାଳବହାଦୁର କୃଷକ ସଂଗଠନ ସଦସ୍ୟ ଏବଂ ସଂଯୁକ୍ତ କୃଷକ ଉପଦେଷ୍ଟା ଙ୍କ ଅମ୍ବାଭାନା ବ୍ଲକ ର ବିଭିନ୍ନ ମଣ୍ଡି ପରିଦର୍ଶନ...


ବରଗଡ଼,୨୪/୧୨ : ଲାଳବହାଦୁର କୃଷକ ସଂଗଠନ ସଦସ୍ୟ ଏବଂ ସଂଯୁକ୍ତ କୃଷକ ଉପଦେଷ୍ଟା ରମେଶ ମହାପାତ୍ର ଙ୍କ ଅମ୍ବାଭାନା ବ୍ଲକ ର ବିଭିନ୍ନ ମଣ୍ଡି ପରିଦର୍ଶନ । ପ୍ରାୟ ମଣ୍ଡି ରେ କ୍ୱାଲିଟି ଧାନ ଆସିଥିବା ଅଫିସର ମାନେ କହୁଛନ୍ତି ଏବଂ କଟନୀ ହେଉନାହିଁ କିମ୍ବା ଦଲାଲ ମାନେ ମଣ୍ଡିକୁ ଆସୁନାହାନ୍ତି ବୋଲି ପ୍ରକାଶ କରୁଛନ୍ତି। 

            Ad..


ହେଲେ ବାସ୍ତବ ଚିତ୍ର ଉଲଟା ବୋଲି ସଂଗଠନ ସଦସ୍ୟା ମାନେ ଦାବିକରୁଛନ୍ତି। ଅମ୍ବାଭାନା ମଣ୍ଡି କୁ 3050 କ୍ଯୁଣ୍ଟାଲ ଧାନ ଆସିଥିବା ବେଳେ 2876 କ୍ଯୁଣ୍ଟାଲ ଧାନ କିଣା ସରିଛି ଏବଂ 174 କ୍ୟୁଣ୍ଟାଲ ଧାନ ପଡିରହିଛି ଦ୍ୱାରି ମଣ୍ଡି ରେ ଧାନ ପଡି ନାହିଁ ରୁଚିଦା ମଣ୍ଡି ରେ 70 କ୍ୟୁଣ୍ଟାଲ ଧାନ ପଡି ଥିବା ବେଳେ ବରା ମଣ୍ଡିରେ ସର୍ବାଧିକ 10 ପକେଟ ଧାନ ପଡିଛି। 

     Ad..


ଯଦି ପାଖ ମଣ୍ଡିକୁ ଆସୁଥିବା ଧାନ ବିନା ଦଲାଲ ଓ କଟନୀ ନ ହୋଇ ଧାନ କିଣା ଯାଇପାରୁଛି ତାହାହେଲେ ବରା ମଣ୍ଡିରେ କାହିଁକି ଧାନ କିଣା ଯାଉନାହିଁ ବୋଲି ସାଧାରଣ ରେ ପ୍ରଶ୍ନ ହେଉଛି। କିଛି ବର୍ଷ ହେବ ବରା ମଣ୍ଡିରେ ଚାଷୀ ମାନେ କୃଷକ କମିଟି ଗଠନ କରି ଶୁଖିଲା ସଫା ଓ ବିକ୍ରି ଉପଯୁକ୍ତ ଧାନ ମଣ୍ଡିକୁ ଆଣି ଥାନ୍ତି ଏବଂ ବିନ କଟନୀ ରେ ବିକ୍ରି କରିଥାନ୍ତି। 

ଚଳିତ ବର୍ଷ ମଧ୍ୟ ଆହୁରୀ ସଫା ଶୁଖିଲା ଧାନ ମଣ୍ଡି କୁ ଆଣୁଛନ୍ତି ହେଲେ ଏହି ଚାଷୀ ମାନଙ୍କୁ ନିରୁତ୍ସାହିତ କରାଯାଉଛି ଯଦି ଜଣ ଭଲକାମ କରେ ତାହାକୁ ପୁରସ୍କାର ବା ସମ୍ମାନ ମିଳିବା କଥା କିନ୍ତୁ ଧାନ କିଣା ରେ ଉଲଟା ଭଲ ଧାନ ଆଣୁଥିବା ଚାଷ ଙ୍କ ଧାନ ଉଠୁନାହିଁ ସେମାନଙ୍କୁ ମିଲର ବା ଦଲାଲ ସହିତ କଥା ହେବା ପାଇଁ ପରାମର୍ଶ ଦିଆଯାଇଛି। 

ଯଦି ଦୁଇଦିନ ମଧ୍ୟରେ ସମସ୍ତ ଧାନ ନ ଉଠୁଛି ତାହାହେଲେ ରାଜ ରାସ୍ତା କୁ ଉଲ୍ହାଇବା ପାଇଁ ବାଧ୍ୟ ହେବୁ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି। ଦଲାଲ ମୁକ୍ତ କଟନୀ ବିହୀନ ଧାନ କିଣା ବ୍ୟବସ୍ଥା କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ମଣ୍ଡି ମଣ୍ଡି ବିଧାୟକ ମାନଙ୍କୁ ବୁଲିଦେଖିବା ପାଇଁ ସଂଗଠନ ଅନୁରୋଧ କରିଛି। 

ଅମ୍ବାଭାନା, ଦ୍ୱାରି, ସାନ ସରେଇପାଲି, କଣ୍ଡପଲା, ବରା, ରୁଚିଦା ଏବଂ ଭୁକ୍ତା ମଣ୍ଡି ସଂଗଠନ ର ଠାକୁର ରାମ ପଟେଲ, ରାଜେନ୍ଦ୍ର ଦେହେରୀ, ଶ୍ୟାମଲାଲ ନାୟକ, ମନୋହର ପଧାନ, ସୌକି ପଟେଲ, କେଦାର ସା, ପ୍ରଣବ ପଧାନ, ରଣଜିତ ପଧାନ ଏବଂ ଜୟ ପ୍ରକାଶ ବେହେରା ବୁଲି ଦେଖିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post