ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଗଲା ଯୁବକର ଜୀବନ! ନକଲି ଡାକ୍ତର ଗିରଫ,ଅନେକ ପ୍ରକାରର ଔଷଧ ଜବତ...

ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଗଲା ଯୁବକର ଜୀବନ! ନକଲି ଡାକ୍ତର ଗିରଫ,ଅନେକ ପ୍ରକାରର ଔଷଧ ଜବତ...


କଣ୍ଟାବାଞ୍ଜି, ୨୪/୧୨ : ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବଡ଼ଡକଲା ଗାଁରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଲାଠୋର ଥାନା ସୁଲିଆବାହାଲ ଗାଁର ଶ୍ରୀମତ କଟା (୩୫ବର୍ଷ)। ଏହି ଘଟଣାରେ ରେ ଚିକିତ୍ସା କରିଥିବା ନକଲି ଡାକ୍ତରଙ୍କୁ ପୁଲିସ ଗିରଫ କରିବା ସହ ତାଙ୍କ କ୍ଲିନିକରୁ ବିଭିନ୍ନ ପ୍ରକାରର ଔଷଧ ଜବତ କରିଛି।

            Ad..


ପୁଲିସର ସୂଚନା ଅନୁସାରେ, ବଡ଼ଡକଲା ଗାଁରେ ପଶ୍ଚିମବଙ୍ଗରୁ ଆସିଥିବା ଟୁଟୁ ବିଶ୍ବାସ ନାମକ ବ୍ୟକ୍ତି ଗତ ୧୦ ବର୍ଷ ରୁ ଏକ କ୍ଲିନିକ ଖୋଲି ରୋଗୀ ଚିକିତ୍ସା କରୁଥିଲେ । ଗତ କିଛିଦିନ ହେଲା ମୁଲିଆବାହାଲ ଗାଁର ଶ୍ରୀମତ କଟା ତାଙ୍କ ଶ୍ଵଶୁରଘର ବଡ଼ଡକଲା ଗାଁକୁ ଆସି ରହୁଥିଲେ । ତାଙ୍କୁ ଜ୍ଵର ହେବାରୁ ସେ ଗତ ଶୁକ୍ରବାର ବଡ଼ଡକଲା ପ୍ରାଥମିକ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଉଥିଲେ । ପରେ ପୁଣି ଦେହ ଅସୁସ୍ଥ ହେବାରୁ ସେ ବଡ଼ଡକଲା ଗାଁରେ ଥିବା ଟୁଟୁ ବିଶ୍ବାସଙ୍କ କ୍ଲିନିକକୁ ଯାଇଥିଲେ। 

    Ad..


ସେଠାରେ ଟୁଟୁ ତାଙ୍କୁ ଏକ ସାଲାଇନ୍ ଓ ଇଂଜେକସନ୍ ଦେଇଥିଲେ । ଶ୍ରୀମତ ଘରକୁ ଯିବା ପରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ପୁଲିସ ଗାଁରେ ପହଞ୍ଚି ତଦନ୍ତ କରିଥିଲା । ଏକ ଭଡ଼ାଘରେ କ୍ଲିନିକ ଖୋଲି ଚିକିତ୍ସା କରୁଥିବା ଦେଖି ପୁଲିସ ଟୁଟୁ ବିଶ୍ଵାସଙ୍କୁ ଜେରା କରିଥିଲା । 

ସେ କୌଣସି ପ୍ରମାଣପତ୍ର ଦେଖାଇ ନପାରିବାରୁ ପୁଲିସ ତାଙ୍କୁ ଗିରଫ କରିଥିଲା ।ତାଙ୍କ କ୍ଲିନିକରୁ ସାଲାଇନ୍, ଇଂଜେକସନ୍ ଆଦି ବିଭିନ୍ନ ପ୍ରକାର ଔଷଧ ଜବତ କରିଥିଲା।ମୃତକଙ୍କ ପରିବାର ଓ ଗ୍ରାମବାସୀ କେହି ଅଭିଯୋଗ କରି ନଥିବା ବେଳେ ପୁଲିସ ନିଜପଟୁ ଏକ ମାମଲା ରୁଜୁକରି ତଦନ୍ତ କରୁଥିବା ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ କହିଛନ୍ତି।

ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଯାଇଥିବା  ଥାନା ଅଧିକାରୀ ରମାକାନ୍ତ ସାହୁ କହିଛନ୍ତି।



Edited by k.s thakur...


Post a Comment

Previous Post Next Post