ରେଲ୍ ବିଭାଗ ପକ୍ଷରୁ ଦଖଲ ଉଚ୍ଛେଦ, ପ୍ରତିଶ୍ରୁତି ଦେବା ପରେ ଧାରଣା ରୁ ଉହରିଲେ ପୂର୍ବତନ ବିଧାୟକ ଓ ଦୋକାନୀ...
କଣ୍ଟାବାଞ୍ଜି, ୨୪/୧୨ : ବହୁ ବର୍ଷ ଧରି କଣ୍ଟାବାଞ୍ଜି ରେଳଷ୍ଟେସନ ସମ୍ମୁଖରେ ଗରିବ ଶ୍ରେଣୀ ଲୋକେ ଦୋକାନ କରି ତାଙ୍କ ପରିବାର ପ୍ରତିପୋଷଣ କରି ଆସୁଥିଲେ। ବିଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ୧୨୭୫ ରେଲୱେ ଷ୍ଟେସନ କୁ ଅମୃତ ଭାରତ ଷ୍ଟେସନ ରେ ସାମିଲ କରିଥିଲେ। ଅମୃତ ଭାରତ ଷ୍ଟେସନ ରେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ମଧ୍ୟ ସାମିଲ ହୋଇଥିଲା। ଯେଉଁଥି ପାଇଁ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଉନ୍ନତି କରଣ କାମ ବାବଦ କୁ ୨୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।
Ad..
ବର୍ତ୍ତମାନ କଣ୍ଟାବାଞ୍ଜି ରେଳୱେ ଷ୍ଟେସନ ଉନ୍ନତୀକରଣ କାମ ଚାଳିଥିବା ବେଳେ ସୋମବାର କଣ୍ଟାବାଞ୍ଜି ରେଳୱେ ଷ୍ଟେସନ ପରିସରରେ ଥିବା ୩୦ ରୁ ଉର୍ଦ୍ଧ୍ବ ଦୋକାନୀଙ୍କୁ ଉଚ୍ଛେଦ କରିଛି ରେଳ ବିଭାଗ। ଏହାକୁ ବିରୋଧ କରି ଦୋକାନୀମାନଙ୍କ ପକ୍ଷରୁ ଥଇଥାନ ସହ ଉପଯୁକ୍ତ କ୍ଷତିପୂରଣ ଦାବି କରାଯାଇଥିଲା। ଦୋକାନୀଙ୍କ ସମର୍ଥନରେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଧାରଣା ରେ ସାମିଲ ହୋଇ ଦୋକାନୀଙ୍କ ଦାବୀ ପୂରଣ କରିବା ପାଇଁ ରେଲୱେ ଉଚ୍ଚ କତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।
Ad..
କଣ୍ଟାବାଞ୍ଜିରେ ରେଳ ବିଭାଗର ପ୍ରାୟ ୭ ଶହ ଏକଡ ଜମି ରହିଛି ଏବଂ ସେହି ଜମି ମଧ୍ୟରେ ଏହି ଦୋକାନୀଙ୍କୁ ଥଇଥାନ କରାଯାଉ ଓ ଆଇନ ଅନୁସାରେ କ୍ଷତି ପୂରଣ ଦିଆଯାଉ ବୋଲି ଦାବି କରିଥିଲେ। ତେବେ ଦୋକାନୀ ସହ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଧାରଣା ଦେବାପରେ ସମ୍ବଲପୁର ସିନିୟର୍ ଡିଏନ୍ ଅଙ୍କିତ କୁମାର ବର୍ମା ଫୋନ ମାଧ୍ୟମରେ କିଛି ମାସ ମଧ୍ୟରେ ଦୋକାନୀଙ୍କୁ ଜମି ଯୋଗାଇ ଦେବା ପ୍ରତିଶ୍ରୁତି ଦେବାପରେ ସେମାନେ ଧାରଣାରୁ ଉଠିଥିଲେ।
ଏହି ଉଚ୍ଛେଦ ସମୟରେ କଣ୍ଟାବାଞ୍ଜି ତହସିଲଦାର ତଥା ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଅଞ୍ଜଳି ମାଝି, ରେଳ ପ୍ରଶାସନର ବରିଷ୍ଠ ଅଧିକାରୀ ଜେ.ପ୍ରସନ୍ନ ରାଓ(ଏଡିଜନ), ଆଇ.ଓ.ଡବ୍ଲୁ ମାନସ କୁମାର ବେହେରା, ରାୟଗତ ଜିଆରପି ଡିଏସପି,ଟିଟିଲାଗଡ ଜି.ଆର.ପି ଓ ଜିଆରପି ର ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ।
Edited by k.s thakur...
Tags:
ex MLA kantabanji
kantabanji
latest news
latest update
odisha daily current affairs
railway station
Santosh Singh Saluja
shop demolished
shop owners strike



