ଅଚିହ୍ନା ଶବ ସତ୍କାର କଲା ସଂକଳ୍ପ ପରିବାର...
ବରଗଡ଼,୨୩/୧୨ :- ବରଗଡ଼ ଜିଲ୍ଲା ଗୋଡ଼ଭଗା ଅଞ୍ଚଳରେ ପଡିରହିଥିବା ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ନମିଲିବାରୁ ତାର ଶବ ସତ୍କାର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ କରାଯାଇଛି।
Ad..
ସୂଚନା ମୁତାବକ ଗତ ୧୮ତାରିଖ ବୁଧବାର ଦିନ ଗୋଡ଼ଭଗା ଲକ୍ଷ୍ମନ ନଗର ଅଞ୍ଚଳରେ ଏକ ଅଚିହ୍ନା ଯୁବକ ବୁଲା ବୁଲି କରୁଥିଲେ ରାତ୍ରି ସମୟରେ ସେହି ଗାଁ ରେ ଏକ ବାରଣ୍ଡାରେ ଆଶ୍ରୟ ନେଇଥିଲେ ମାତ୍ର ତା ପର ଦିନ ଅର୍ଥାତ ଗୁରୁବାର ସକାଳୁ ଆଉ ସେ ଉଠି ନଥିଲେ ଆଖ ପାଖ ଲୋକ ରୁଣ୍ଡ ହୋଇ ପୋଲିସକୁ ଖବର ଦେଇଥିଲେ ମାତ୍ର ପୋଲିସ ପହଞ୍ଚି ଛାନବିନ କଲା ବେଳକୁ ଯୁବକ ଜଣକ ମୃତ୍ୟବରଣ କରିଥିବା ଜାଣିବାକୁ ପାଇଥିଲେ...
Ad..
ପରେ ଅତବିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ସକାଶେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ଆଜି ସୋମବାର ୭୨ଘଣ୍ଟା ବିତିଯାଇଥିଲେ ସୁଦ୍ଧା ମୃତ ବ୍ୟକ୍ତିର କୌଣସି ପରିଚୟ ମିଳି ପାରିନଥିବାରୁ ତାର ଶବ ସତ୍କାର କରିବା ପାଇଁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ଗୋଡ଼ଭଗା ପୋଲିସ ଲିଖିତ ଅନୁରୋଧ କରିଥିଲା।
ଖବର ପାଇବା ପରେ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲଙ୍କ ସହିତ ସମ୍ପାଦକ ଜି. ରମେଶ, ଅନନ୍ତ ଚରଣ ସାହୁ, ଲିପନ ପଣ୍ଡା ,ରାଜକୁମାର ବନଛୋର ପ୍ରମୁଖ ପିପଳମୁଣ୍ଡା ସ୍ୱର୍ଗଦ୍ୱାରରେ ସମ୍ମାନର ସହିତ ଶବ ସତ୍କାର କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
odisha daily current affairs
sankalpa pariwaar
unknown dead body sanskaar



