ବରଗଡ଼ ପୌର ପରିଷଦର ପରିମଳ ବ୍ୟବସ୍ଥା ଶୋଚନୀୟ: ଆପ୍ ...

ବରଗଡ଼ ପୌର ପରିଷଦର ପରିମଳ ବ୍ୟବସ୍ଥା ଶୋଚନୀୟ: ଆପ୍ ...


ବରଗଡ଼,୨୪/୧୨  : ବରଗଡ଼ ସହରରେ ବର୍ତମାନ ପରିମଳ ବ୍ୟବସ୍ଥା ଭୁଶୁଡି ପଡିଛି, ଯେଉଁ ଆଡେ ଦେଖିବେ କୁଢ଼ କୁଢ଼ ମଇଳା ଆବର୍ଜନା ରେ ଭର୍ତି ହୋଇ ପଡିଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି। ଏ ପ୍ରସଙ୍ଗରେ ବରଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି।

            Ad..


ବରଗଡ଼ ପୌର ପରିଷଦ କାହିଁକି ପରିମଳ ବ୍ୟବସ୍ଥା ସୁଚାରୁରୂପେ ତୁଲାଇ ପାରୁନି  ବରଗଡ଼ବାସୀ ଜାଣିବାକୁ ଚାହୁଁଛନ୍ତି ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ ପ୍ରଶ୍ନ କରିଛନ୍ତି। 

     Ad..


ପରିମଳ ବ୍ୟବସ୍ଥା ସମ୍ବନ୍ଧରେ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନଙ୍କୁ ନିରୀକ୍ଷଣ କରିବା ଦାୟିତ୍ୱ ଦିଆ ଯାଇଥିଲା କିନ୍ତୁ କୌଣସି ସୁଫଳ ମିଳି ପାରିନାହିଁ ବୋଲି ସ୍ୱରୂପ ଭୋଇ କହିଛନ୍ତି, ତେଣୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପୂର୍ବରୁ ପରିମଳ ବ୍ୟବସ୍ଥା ରେ ସୁଧାର କରିବା ସହ ଅତ୍ୟଧିକ ପୋଲିଥିନ ବ୍ୟବହାର ଉପରେ କଟକଣା ଲଗାଇବା କୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି। ମହିଳା ନେତ୍ରୀ ମାରିୟମ ବାର୍ଲା, ଅସିତ ସାହୁ, ଅବଦୁଲ ଫିରୋଜ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...


Post a Comment

Previous Post Next Post