ରାଣୀପୁର ଝରିଏଲ ମହୋତ୍ସବ ୨୦୨୫ ପାଇଁ ପ୍ରସ୍ତୁତି ବୈଠକ : ଜାନୁଆରୀ ୧୭ ଠାରୁ ୧୯ ତାରିଖ ତିନି ଦିନ ଚାଲିବ ମହୋତ୍ସବ...
କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା,୧୫/୧୨: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ର ଉପାନ୍ତ ଇଲାକା ରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ମନ୍ଦିର ପରିସର ରେ ଆଜି ରାଣୀପୁର ଝରିଏଲ ମହୋତ୍ସବ ୨୦୨୫ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Ad..
ପ୍ରଥମେ ସୋମେଶ୍ୱର ମହାଦେବ ଙ୍କ ଠାରେ ପୂଜାର୍ଚ୍ଚନା କରାଯିବା ପରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ରାଜୀବ ସଗରିଆ ଆବାହକତ୍ୱ ରେ ଶିବାଜୀ ମହାନ୍ତି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇଥିଲେ। ଆସନ୍ତା ଜାନୁଆରୀ ମାସ ୧୭.୧୮.୧୯ ତାରିଖ ତିନି ଦିନ ବ୍ୟାପୀ ଏହି ମହୋତ୍ସବ ଆୟୋଜିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
Ad..
ଏହି ମହୋତ୍ସବ ରେ ରାଜ୍ୟ ତଥା ରାଜ୍ୟ ବାହାର ରୁ ବହୁ କଳାକାର ମାନେ ଆସି ନିଜ ର କଳା ପ୍ରଦର୍ଶନ କରାଯିବ ବୋଲି ଜଣାପଡିଛି। ଅଞ୍ଚଳ ର ଲୁକ୍କାୟିତ ପ୍ରତିଭା କୁ ଲୋକ ଲୋଚନ କୁ ଆଣିବା ପାଇଁ ଗତ ୨୦୧୧ ମସିହା ରୁ ମହୋତ୍ସବ କମିଟି ପକ୍ଷରୁ ପ୍ରୟାସ କରାଯାଉଛି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମହାସମାରୋହ ରେ ଆୟୋଜନ କରାଯିବ ବୋଲି ଆଲୋଚନା ହୋଇଛି।
ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ମାମରାଜ ଜୈନ,ଥବିର ଚନ୍ଦ୍ର ବାଗ, ଅର୍ଜୁନ ୟାଦବ, ମାଣିକଚାନ୍ଦ ଜୈନ, ଅନିଲ ତ୍ରିପାଠୀ,ଭରଦ୍ୱାଜ ଗହୀର,ଯୁବରାଜ ବାଗ,ଅର୍ଧେନ୍ଦୁ କୁମାର ଦାସ ଯାଦବ,ରାଜୁ ହାତୀ,ରାଧାମୋହନ ବେହେରା,ହୁଲେଶ୍ୱର ହଂସ,ଜଗ ମୋହନ ତ୍ରିପାଠୀ, ଧନିରାମ ଭୋଇ,ସୁଶାନ୍ତ ବେହେରା, ସନ୍ତୋଷ ତ୍ରିପାଠୀ, ମଂଜେସ ମେହେର,ଉମାଶଙ୍କର ଗହୀର, ଚକ୍ରଧର ଯାନୀ, ପରମାନନ୍ଦ ଭୋଇ, ରମାକାନ୍ତ ସାହୁ, ସଞ୍ଜୟ ମାଝୀ, ଅନନ୍ତରାମ ବାଗ, ସରୋଜ କୁମାର ସୁନା ,ମହାଦେବ ଭୋଇ, ଲାବଣ୍ୟ ପୁଞ୍ଜି, ଶଙ୍କର ଭରା ସଗରିଆ, ପିଙ୍କୁ କୁମାର ଜୈନ, କେକି ସିଂ ଭୋଇ, ଖୀରଧର ଖରସେଲ ଙ୍କ ସହ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ବହୁ ଜନ ସାଧାରଣ ମାନେ ସାମିଲ ହୋଇଥିଲେ। ଆଗାମୀ ବୈଠକ ରେ କର୍ମକର୍ତ୍ତା ଚୟନ କରାଯିବ ବୋଲି ଜଣାପଡିଛି।
Edited by k.s thakur...
Tags:
bangomunda
kantabanji
latest news
latest update
mahotsav
odisha daily current affairs
on January
preparation meeting
ranipur jharial



