ଆସନ୍ତା ଫେବୃୟାରୀ ରେ ରାଜ୍ୟ ସ୍ତରୀୟ ସଙ୍କୀର୍ତ୍ତନ ସମାରୋହ ପାଇଁ ପ୍ରସ୍ତୁତି ବୈଠକ...

ଆସନ୍ତା ଫେବୃୟାରୀ ରେ ରାଜ୍ୟ ସ୍ତରୀୟ ସଙ୍କୀର୍ତ୍ତନ ସମାରୋହ ପାଇଁ ପ୍ରସ୍ତୁତି ବୈଠକ...


ବରଗଡ଼,୧୫/୧୨ : ବରଗଡ଼ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ଆନୁକୁଲ୍ୟରେ ଅଧ୍ୟକ୍ଷ ଗୋପାଳ ପ୍ରସାଦ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ରବିବାର ଆସନ୍ତା ଫେବୃୟାରୀ ମାସ ରେ ଭୁବନେଶ୍ୱର ଠାରେ ହେବାକୁ ଥିବା  ରାଜ୍ୟ ସ୍ତରୀୟ ସମାରୋହ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

             Ad..


ଏହି ବୈଠକ ରେ ୧୨ ବ୍ଲକ ର ପ୍ରତିନିଧି ଙ୍କ ଉପସ୍ଥିତି ରେ  କାର୍ଯ୍ୟକାରୀ ସଭାପତି ପ୍ରମୋଦ ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସଂପ୍ରତି ସଂକୀର୍ତ୍ତନ ରେ ଅଶ୍ଲୀଳତା ଓ ଅପସଂସ୍କୃତି କୁ ବିରୋଧ କରାଯିବା ସହିତ ସଙ୍କୀର୍ତ୍ତନ କଳାକାର ଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିବା  ବେଳେ ଭଟଲି ବ୍ଲକ କହେନ୍ ମୁଣ୍ଡା ଭାଗବତ ଦଳ ଙ୍କ ଦ୍ଵାରା ଭାଗବତ ପରିବେଷଣ  ରୁ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା।

     Ad..


ମୁଖ୍ୟ ଅତିଥି ଭାବେ ସଙ୍କୀର୍ତ୍ତନ ଗୁରୁ ଲଳିତ ଭୋଇ ଯୋଗ ଦେଇ ସଙ୍କୀର୍ତ୍ତନ ସଂସ୍କୃତି ର ସୁରକ୍ଷା ଓ ଜାଗରଣ ପାଇଁ ରାଜ୍ୟ ସମାରୋହ ର ଗୁରୁତ୍ବ ରହିଛି ବୋଲି ଉଲ୍ଲେଖ କରି ଆୟୋଜନ କୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ  ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ସଂପାଦକ ଗୋପବନ୍ଧୁ ପୁରୋହିତ, ଗୁରୁ ରାମଚନ୍ଦ୍ର ସାହୁ ,ପ୍ରମୋଦ ପ୍ରଧାନ ନିଲ ଦେବତା ,ଅମ୍ବାଭୋନା ବ୍ଲକ  ସଂଯୋଜକ ଶିବ ନାରାୟଣ ଭୋଇ ,ସୋହେଲା ବ୍ଲକ ସଂଯୋଜକ ଗୋରା ଚାନ୍ଦ ସାହୁ  ପ୍ରମୁଖ ଉପସ୍ଥିତ ରହି ଆସନ୍ତା ଫେବୃୟାରୀ ମାସ ରେ ଭୁବନେଶ୍ୱର ଠାରେ ଅନୁଷ୍ଟିତ ହେବାକୁ ଥିବା ରାଜ୍ୟ ସମାରୋହ ସମ୍ବନ୍ଧ ରେ ଆଲୋଚନା କରିଥିଲେ। 

ଏହି ଅବସର ରେ ଗୁରୁ ନିଲ ଦେବତା ଙ୍କ ସଙ୍କୀର୍ତ୍ତନ ଓ ସୋହେଲା ବ୍ଲକ ତାମ୍ବି ମୁଣ୍ଡା ର ସଙ୍କୀର୍ତ୍ତନ ଦଳ ଦ୍ଵାରା ସଙ୍କୀର୍ତ୍ତନ ପରିବେଷଣ କରାଯାଇଥିବା ବେଳେ ଭାଗବତ ଦଳ ଓ ତାମ୍ବି ମୁଣ୍ଡା ସଙ୍କୀର୍ତ୍ତନ ଦଳ କୁ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।



Report : Bijay ku sahu

Edited by k.s thakur...



Post a Comment

Previous Post Next Post