ରେଳରେ ଚଢ଼ୁଥିବା ବେଳେ ଭାରସାମ୍ୟ ହରାଇ ଖସିପଡ଼ି ପ୍ରାଣ ହରାଇଲେ ଦୁଇ ମହିଳା...

ରେଳରେ ଚଢ଼ୁଥିବା ବେଳେ ଭାରସାମ୍ୟ ହରାଇ ଖସିପଡ଼ି ପ୍ରାଣ ହରାଇଲେ ଦୁଇ ମହିଳା...


ଗଞ୍ଜାମ/ଚିକିଟି,୧୫/୧୨ : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଦୁଇ ଜଣ ମହିଳା ଭୁବନେଶ୍ୱର ପାଚିକା ସଙ୍ଘର ସଭାରେ ଯୋଗ ଦେବାକୁ ଯିବାପାଇଁ ସୋରଳ ରେଳ ଷ୍ଟେସନ ରେଳରେ ଚଢ଼ୁଥିବା ବେଳେ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ ଓ ଉଭୟଙ୍କର ଶୋଚନୀୟ ମୃତ୍ୟୁ ହୋଇଛି।

Ad..


ଉଭୟ ମହିଳା ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥୁଲେ। ମୃତକ ଦ୍ବୟ ହେଲେ ପ୍ରତିମା ଗୌଡ଼ (୪୦) ଓ ଝୁନୁ ଗୌଡ଼( ୫୫)। ଜଗନ୍ନାଥପୁର ଗ୍ରାମର ସରପଞ୍ଚ ଏ. ରାଙ୍ଗାରାଓ, ପରିବାର ଓ ଗ୍ରାମର ସହୃଦୟ ବ୍ୟକ୍ତି ପହଞ୍ଚି ଆରପିଏଫଙ୍କ ସହଯୋଗରେ ଶଵ ଉଦ୍ଧାର କରିଛନ୍ତି। 

     Ad..


ଏନେଇ ଜିଆରପିରେ ମାମଲା ରୁଜୁ ହୋଇ ଶଵ ବ୍ୟବଛେଦ ପାଇଁ ପଠାଇଛି। ଏହି ଖବର ସାରା ଚିକିଟି ବ୍ଲକରେ ଶୋକର ଛାୟା ଖେଳାଇ ଦେଇଛି।



Edited by k.s thakur...


Post a Comment

Previous Post Next Post