ପାଞ୍ଚ ଦିନିଆ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ରଙ୍ଗାରଙ୍ଗ ସମାରୋହ ଉଯ୍ୟାପିତ୍...

ପାଞ୍ଚ ଦିନିଆ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ରଙ୍ଗାରଙ୍ଗ ସମାରୋହ ଉଯ୍ୟାପିତ୍... 


ବରଗଡ଼,୨୩/୧୨ : ବରଗଡ଼ ଜିଲ୍ଲା  ପଦ୍ମପୁର ଟାଉନ କ୍ଳବ ଦ୍ବାରା ଆୟୋଜିତ ପାଞ୍ଚ ଦିନିଆ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ବିରାଟ ଜନସମାଗମ ମଧ୍ୟରେ ଶେଷ ହୋଇଯାଇଛି।

            Ad..


ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ , ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସାଂସଦୀୟ ବ୍ୟାପାର ଏବଂ ବିଦ୍ୟୁତ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଧି ବଦ୍ଧ ଭାବରେ ଚତୁର୍ଥ ଲୋକ ମହୋତ୍ସବ ର ଚତୁର୍ଥ ସନ୍ଧ୍ୟାର ସାଂସ୍କୃତିକ ପର୍ବ କୁ ଶୁଭାରମ୍ଭ କରିଥିଲେ। 

    Ad..


ଉଦ୍ଯାପନ ଦିବସରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପର୍ବତମାଳା ଓ ନୃସିଂହନାଥ ପର୍ଯ୍ୟଟନ ର ସୁରକ୍ଷା କୁ ନେଇ ଚାଲିଥିବା ଅପପ୍ରଚାର ଓ ବଦନାମ୍ ର ସଫେଇ ଦେଇଥିବା ବେଳେ ଆଗାମୀ ଦିନରେ ଏହି ପର୍ବତମାଳା କୁ କେନ୍ଦ୍ର ସରକାର ଙ୍କ ପର୍ଯ୍ୟଟନ ବିଭାଗ ସହାୟତାରେ ସୁରକ୍ଷା ଦେବାପାଇଁ ନିଜେ ପ୍ରଦୀପ ବ୍ଯକ୍ତିଗତ ଭାବରେ କାମ କରିବା ପାଇଁ ପ୍ରତିଶୃତି ଦେଇଥିଲେ। 

ସେହିପରି ମୁଖ୍ୟ ଅତିଥି ମନ୍ତ୍ରୀ ସରକାରୀ ଯୋଜନାରେ ପ୍ରତି ଜିଲ୍ଲା ରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ଖୋଲାଯିବା ପାଇଁ ସରକାରୀ ଉଦ୍ଯମ ଅବ୍ୟାହତି ରହିଛି ବୋଲି କହିଥିଲେ। କ୍ଲବ ସଭାପତି ତଥା ଯୁବନେତା ପ୍ରିତେଶ କୁମାର ବହିଦାର ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଏହି  ଲୋକ ମହୋତ୍ସବ ଜନସାଧାରଣ ଙ୍କ ର ବୋଲି ଘୋଷଣା କରିଥିଲେ। ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। 

ପ୍ରଥମେ ସମସ୍ତ ଅତିଥି ମା ସାମଲ୍ଵଶ୍ଵରୀ ଓ ବାବା ନୃସିଂହନାଥ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରିଥିବା ବେଳେ କଣ୍ଠଶିଳ୍ପୀ ଶାଶ୍ୱତ ତ୍ରିପାଠୀ ପ୍ରଥମେ ଏକ ଲୋକ ଗୀତ ରୁ ସନ୍ଧ୍ୟା ଆରମ୍ଭ କରିଥିଲେ। କେଶରଞ୍ଜନ ପଧାନ ଏବଂ  ଅଶୋକ କୁମାର ବହିଦାର ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରତାପ ନାଥ, ଟେନେସ ପଣ୍ଡା, ସୁରେଶ ସାହୁ ଓ ସୋମେଶ ଚନ୍ଦ୍ର ମହାନ୍ତି ସହଯୋଗ କରିଥିଲେ।

ମହୋତ୍ସବ କମିଟି ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ ସହ ଚିକିତ୍ସା ପାଇଁ ଲୋକେ କେବେ ଯେମିତି ହଇରାଣ ନହେବେ ଏବଂ ଜୀବନ ବିନ୍ଦୁ ସଦୃଶ୍ୟ ରକ୍ତ ଦାନ ର ମହତ୍ୱ ଯେମିତି ସମସ୍ତେ ବୁଝିବେ ସେହି ପ୍ରୟାସ ରେ ଏହି ଶିବିର ଆୟୋଜିତ ହୋଇଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ବ୍ରହ୍ମ କୁମାରୀ ଆଶ୍ରମ ପକ୍ଷରୁ ଲାଇଭ ଷ୍ଟେଚ୍ୟୁ ପ୍ରଦର୍ଶନ କରିଥିଲେ। 

ବୋଡ଼ା ସମ୍ବର ର ନୃସିଂହନାଥ ମହାପ୍ରଭୁ ମାର୍ଜାରକେଶରୀ ଓ ନୃସିଂହନାଥ ମନ୍ଦିର କୁ ନେଇ ସୁବର୍ଣ୍ଣପୁର ବାଲୁକା ଶିଳ୍ପୀ ଅଭିଷେକ ଙ୍କ ବାଲୁକା କଳା ଦେଖିବା ପାଇଁ ପ୍ରତି ଦିନ ଲୋକଙ୍କ ଖୁବ ଭିଡ଼ ଜମିଥିଲା। ଶେଷ ଦିନର ସାଂସ୍କୃତିକ ପର୍ବ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ, ଆକର୍ଷିତ ନୃତ୍ୟ ପରିବେଶଣ କରିଥିଲେ। 

ସେହିପରି ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନ ନିଜର ସିଙ୍ଗାରୀ ନୃତ୍ୟ , ରୁମକୁଝୁମନା ଦଳ ନିଜର ପଞ୍ଚରସୀ ନୃତ୍ୟ , ସଂଗୀତ ସାଧନା ଲୋଇସିଙ୍ଗା ଅନୁଷ୍ଠାନ ନାଚନିଆ , ବରଗଡ଼ ଭାରତୀ କଳାପରିଷଦ ସାଂସ୍କୃତିକ ଅନୁଷ୍ଠାନ ଲୋକ ନୃତ୍ୟ ପରିବେଶଣ କରିଥିବା ବେଳେ , ବାନ୍ଦୁପାଳୀ ଓଡିଶା ଆଦର୍ଶ ବିଦ୍ୟାଳୟ ର ସାଂସ୍କୃତିକ ଦଳ ନିଜର ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଆସାମ ଦଳ ର ବିହୁ ନୃତ୍ୟ ମଞ୍ଚରେ ଦର୍ଶକଙ୍କୁ ବେଶ ମୁଗ୍ଧ କରିଥିଲା। 

ତେବେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ ରେ କଳାକାର ରାଜେଶ ଗୁର୍ଲ୍ଲା, ଗୁରୁଶ୍ରୀ ରମେଶ ଗୁର୍ଲ୍ଲା ସାଂସ୍କୃତିକ କାର୍ଯ୍ୟକ୍ରମ ର ପରିଚାଳନା କରିଥିବାବେଳେ ସଂଗୀତ ସମିତି ପଦ୍ମପୁର ର ସମସ୍ତେ କଳାକାର ବାଦ୍ୟ ଯନ୍ତ୍ର ପରିଚାଳନା କରିଥିଲେ।  କଳା କ୍ଷେତ୍ର ରେ ନିଜର ଜୀବନ ଉତ୍ସର୍ଗ କରିଥିବା ଓ ସ୍ଥାନୀୟ ଅଂଚଳରେ ବାଦ୍ୟଯନ୍ତ୍ର କୁ ବଞ୍ଚାଇ ପରବର୍ତୀ ପିଢ଼ି ଙ୍କୁ ବାଦ୍ୟ ଶିକ୍ଷାଦାନ କରିଥିବା ଅବଦାନ ପାଇଁ ଅଂଚଳ ର ବରିଷ୍ଠ ଢୋଲ ବାଦକ ଦହିତା ଡଙ୍ଗାଛଞ୍ଚା ଗ୍ରାମର ଗୌର ମହାନନ୍ଦ  ଙ୍କୁ  ମାନପତ୍ର ଓ ଉପଢ଼ୋକନ ସହ ସମ୍ମାନିତ କରାଯାଇଥିଲା। 

ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ବିଭିର୍ନ ପ୍ରତିଯୋଗିତା ମାନଙ୍କରେ ବିଚାରକ ଦାୟିତ୍ୱ ତୁଲାଇଥିବା କୁମରିକା ମହାପାତ୍ର, କରିଶ୍ମା ସାହୁ, ନନ୍ଦିନୀ ମିଶ୍ର, ସରିତା ଦୋରା, ମିତାଲି ସିଂ ଶ୍ରୀ ସୁରେନ୍ଦ୍ର ମୋହନ ଦାସ, ଗଙ୍ଗାଧର ମହାନ୍ତି, ବିଦ୍ୟାଧର ଦାସ, ଯୁଗଳ କିଶୋର ଭୋଇ, ଲାଲ ବିହାରୀ ମିଶ୍ର, ଶେଷଦେବ ମେହେର, ସନ୍ତୋଷ ମହାନ୍ତି, ବିକାଶ ବହିଦାର, ଶେଖ ଅନୱର, ପୁର୍ଣଚନ୍ଦ୍ର ପାଣିଗ୍ରାହୀ,ବିଦେଶୀ ସାହୁ, କିଶୋର ପାତ୍ର, ରାକେଶ ସାହୁ, ରମେଶ ଗୁର୍ଲ୍ଲା, ସୁରେନ୍ଦ୍ର ସାହୁ,ରାଜେନ୍ଦ୍ର ମହାନ୍ତି, ସଚ୍ଚିଦାନନ୍ଦ ସାହୁ, କାର୍ତ୍ତିକ ଦାସ, ପ୍ରୀତିରଞ୍ଜନ ପଧାନ ପ୍ରମୁଖ ଙ୍କୁ ମୁମେନ୍ତୋ ଦେଇ ସମ୍ମାନିତ କରାଯାଇଥିଲା। 

ଶେଷରେ ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ମହୋତ୍ସବ ପର୍ବରେ ଯୋଡି ହୋଇଥିବା ପାଇଁ କ୍ଳବ ର ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ କୃତଜ୍ଞତା ଜଣାଇଥିଲେ । ବାଣୀଜ୍ୟ ମେଲା ଓ ଲୋକ ମହୋତ୍ସବ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଟାଉନ୍ କ୍ଲବ ର ସମସ୍ତ ସଦସ୍ୟ ,କର୍ମକର୍ତ୍ତା ଓ ପଦ୍ମପୁର  ଜନସାଧାରଣ ସମସ୍ତେ ପରିଶ୍ରମ କରି ମହୋତ୍ସବ କୁ ସଫଳ କରିଥିବାରୁ ସଭାପତି ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post